
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଜବାହାରଲାଲ ନେହେରୁଙ୍କର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଜବାହାରଲାଲ ନେହେରୁ ଏକ ମୁସଲିମ ପରିବାରରେ ଜନ୍ମ ନେଇଥିଲେ ଏବଂ ତାଙ୍କ ଦାଦା (ବାପାଙ୍କର ବାପା) ନାମ ଗୟାସୁଦ୍ଦିନ ଗାଜି ଥିଲା।
ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପଏହି ପୋଷ୍ଟ ବିଷୟରେ ସତ୍ୟତା ଜାଣିବା ପାଇଁ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଭାରତ ସରକାରର ସଂସ୍କୃତି ମନ୍ତରାଳୟ ୱେବସାଇଟରେ ନେହେରୁଙ୍କ ବଂଶାନୁକ୍ରମିକ ବିଷୟରେ ସୂଚନା ଅଛି। ଏହି ୱେବସାଇଟ ଅନୁଯାୟୀ ଜବାହାରଲାଲ ନେହେରୁଙ୍କ ପିତାଙ୍କ ନାମ ଗଙ୍ଗାଧର ନେହେରୁ ଥିଲା। ଏହି ୱେବସାଇଟରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ନେହେରୁଙ୍କ ପିତାଙ୍କ ନାମ ଗୟାସୁଦ୍ଦିନ ଗାଜି ହୋଇଥିବା ଦାବି ମିଥ୍ୟା ଅଟେ।

ଏହି ବ୍ବିଶୟରେ ଗଭୀରତା ସହିତ ଅନୁସନ୍ଧାନ କରିଲା ପରେ ଆମକୁ ଦିଲ୍ଲୀ ପୋଲିସର ୱେବସାଇଟରେ ତାଙ୍କ ଇତିହାସ ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହେବା ଠିକ ପୂର୍ବରୁ ଗଙ୍ଗାଧର ନେହେରୁଙ୍କୁ (ଜବାହାରଲାଲ ନେହେରୁଏନକେ ଦାଦା) ଦିଲ୍ଲୀର କୋତବାଳ ପଦବୀରେ ନିଯୁକ୍ତ କରା ଯାଇଥିଲା।

ଏହା ପରେ ଆମକୁ ଜବାହାରଲାଲ ନେହେରୁଙ୍କ ଜୀବନ ବିଷୟରେ ଅଧିକ ସୂଚନା ହିଷ୍ଟ୍ରି ଚ୍ୟାନାଲ ୱେବସାଇଟରୁ ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ନେହେରୁଙ୍କ ଜନ୍ମ ୧୪ ନଭେମ୍ବର ୧୮୮୯ ମସିହାରେ ଗୋଟିଏ କାଶ୍ମିରୀ ବ୍ରାହ୍ମଣ ପରିବାରରେ ହେଇଥିଲା।

ସର୍ଚ କରିଲା ପରେ ଆମକୁ ସଂସ୍କୃତି ମନ୍ତରାଳୟ ୱେବସାଇଟରେ ପ୍ରକାଶିତ ହେଇଥିବା ଜବାହାରଲାଲ ନେହେରୁଙ୍କ ଆତ୍ମଜୀବନୀ ମିଳିଲା। ଏହି ଜୀବନୀରେ ସ୍ପଷ୍ଟ ଭାବରେ ଲେଖା ଯାଇଅଛି ଯେ ଯେପରି ଗୋଟିଏ ହିନ୍ଦୁ ପରିବାର ରହିବା କଥା, ତାଙ୍କ ପରିବାର ସେହି ପରି ରହୁଥିଲା।

ବି.ଆର.ନନ୍ଦା ଲିଖିତ The Nehrus: Motilal and Jawaharlal (1963) ଜୀବନୀ ଅନୁଯାୟୀ ମୋତିଲାଲ ନେହେରୁଙ୍କ ପିତାଙ୍କ ନାମ ଗଙ୍ଗାଧର ଥିଲା ଏବଂ ସେ ଜଣେ କାଶ୍ମିରୀ ପଣ୍ଡିତ ଥିଲେ। ମୁଗଳ ରାଜା ବାହାଦୁରଶାହ ଜଫରଙ୍କ ଦରବାରରେ ସେ ଜଣେ କୋତବାଳ ଥିଲେ। 1857 ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହେବା ପରେ ସେ ନିଜ ପଦବୀ ଛାଡ଼ି ଆଗ୍ରାରେ ଅବସ୍ଥିତ ହୋଇଥିଲେ। ମୋତିଲାଲଙ୍କ ଜନ୍ମ ୬ ମଇ୧୮୬୧ ମସିହାରେ ହୋଇଥିଆ।
ମୋତିଲାଲ ବହୁତ କମ ବୟସରେ ବିବାହ କରିଥିଲେ। କିନ୍ତୁ ସନ୍ତାନ ଜନ୍ମ ଦେଇଥିବା ସମୟରେ ତାଙ୍କ ପ୍ରଥମ ପତ୍ନୀ ଏବଂ ସନ୍ତାନର ମୃତ୍ୟୁ ହୋଇଥିଲା। ଏହା ପରେ ମୋତିଲାଲ ସ୍ୱରୂପ ରାଣୀ ଥୁଶୁଙ୍କ ସହିତ ଦ୍ଵିତୀୟ ବିବାହ କରିଥିଲେ ଯିଏ ଜଣେ କାଶ୍ମିରୀ ବ୍ରାହ୍ମଣ ଥିଲେ। ଏହି ବିବାହରୁ ତାଙ୍କୁ ୧୪ ନଭେମ୍ବରରେ ୧୮୮୯ରେ ଗୋଟିଏ ସନ୍ତାନ ପ୍ରାପ୍ତ ହେଲା ‘ଜବାହାରଲାଲ ନେହେରୁ’। ତାଙ୍କର ଦୁଇଟି ଝିଅ ସନ୍ତାନ ମଧ୍ୟ ଥିଲେ ବିଜଯଲକ୍ଷ୍ମୀ (୧୯୯୦) କ୍ରୀଷ୍ଣା (୧୯୦୭)।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଜବାହାରଲାଲ ନେହେରୁଙ୍କ ବଂଶ ମୁସଲିମ ହେଇଥିବା ଦାବି ମିଥ୍ୟା ଅଟେ। ଜବାହାରଲାଲ ନେହେରୁଙ୍କ ଜନ୍ମ ଗୋଟିଏ କାଶ୍ମିରୀ ବ୍ରାହ୍ମଣ ପରିବାରରେ ହେଇଥିଲା।

Title:କ’ଣ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମୁସଲିମ ପରିବାର ବଂଶରୁ ଆସିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
