
୧ ଜୁଲାଇ ୨୦୨୨ ରେ ନୁପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମ୍ କୋର୍ଟର ଜଜ୍ ସୂର୍ଯ୍ୟକାନ୍ତ ଏବଂ ଜେ.ବି. ପାଦ୍ରୀୱାଲା, ନୁପୁର ଶର୍ମାଙ୍କୁ ନିନ୍ଦା କରି କହିଛନ୍ତି ଯେ ତାଙ୍କ ବିବାଦୀୟ ବିବୃତ୍ତି କାରଣରୁ ଦେଶରେ ସମ୍ପ୍ରଦାୟିକ ନିଆ ଲାଗିଛି। ସେଥିପାଇଁ ତାଙ୍କୁ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ।
ସୁପ୍ରିମ୍ କୋର୍ଟର ଏହି ବିବୃତ୍ତି ପରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହିତ ଜଣେ ବିଚାରପତିଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରି କୁହା ଯାଇଛି ଯେ ଫୋଟୋରେ ଥିବା ବ୍ୟକ୍ତି ହେଉଛନ୍ତି ଯଷ୍ଟିସ ଜେ.ବି. ପାଦ୍ରିୱାଲା ଯିଏ ନୁପୁର ଶର୍ମାଙ୍କୁ ଉଦୟପୁର ହତ୍ୟାର କାରଣ ବୋଲି କହିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହିଛନ୍ତି ଯେ ଫୋଟୋରେ ସୋନିଆ ଗାନ୍ଧୀଙ୍କ ସହିତ ଦେଖା ଯାଉଥିବା ବ୍ୟକ୍ତି ଜଜ୍ ଜେ.ବି.ପାଦ୍ରୀୱାଲା ଅଟନ୍ତି। ସେ ୮୦ ମସିହାରେ କଂଗ୍ରେସ ଦଳର ବିଧାୟ ରହି ସାରିଛନ୍ତି।

ଆମ ଅନୁସନ୍ଧାନ:
ସୁପ୍ରିମ୍ କୋର୍ଟ ୱେବସାଇଟ ଅନୁଯାୟୀ ଜଜ୍ ଜେ.ବି. ପାଦ୍ରୀୱାଲାଙ୍କ ସଂପୂର୍ଣ୍ଣ ନାମ ହେଉଛି ଜମଶେଦ ବର୍ଜୋର ପାଦ୍ରୀୱାଲା। ସୁପ୍ରିମ୍ କୋର୍ଟର ଇତିହାସରେ ସେ ଷଷ୍ଠ ବିଚାରପତି ଅଟନ୍ତି।
ତାଙ୍କ ଜନ୍ମ ୧୨ ଅଗଷ୍ଟ ୧୯୬୫ ମସିହାରେ ମୁମ୍ବଇରେ ହେଇଥିଲା। ୱଲସାଡରେ ସ୍ଥିତ କେଏମ ଆଇନ କଲେଜରୁ ସେ ଡିଗ୍ରୀ ହାସଲ କରିଥିଲେ। ୧୯୯୦ ମସିହାରେ ସେ ଗୁଜୁରାଟ ଉଚ୍ଚ ନ୍ୟାୟଳୟରେ କାର୍ଯ୍ୟ କରିଥିଲେ। ୨୦୦୨ ମସିହାରେ ତାଙ୍କୁ ଗୁଜୁରାଟ ଉଚ୍ଚ ନ୍ୟାୟଳୟରେ ସରକାରୀ ଓକିଲ ପଦରେ ନିଯୁକ୍ତି କରା ଯାଇଥିଲା। ୨୦୧୧ ମସିହାରେ ସେ ଗୁଜୁରାଟ ଉଚ୍ଚ ନ୍ୟାୟଳୟରେ ଅତିରିକ୍ତ ଜଜ୍ ପଦବୀରେ ନିଯୁକ୍ତ ହୋଇଥିଲେ। ଏହା ପରେ ୨୦୨୨ ରେ ସେ ସୁପ୍ରିମ୍ କୋର୍ଟର ଜଜ୍ ହେଲେ।
ଉପରୋକ୍ତ ସୂଚନାରେ ତାଙ୍କର କଂଗ୍ରେସ ବିଧାୟକ ହେଇଥିବାର କୌଣସି ଉଲ୍ଲେଖ କରା ହୋଇ ନାହିଁ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଜେ ଜଜ୍ ଜେ.ବି.ପାଦ୍ରୀୱାଲାଙ୍କ ପିତା ବାର୍ଜୋର୍ଜି କୋୱାସଜି ପାଦ୍ରୀୱାଲା ୧୯୫୫ ମସିହାରେ ୱଲସାଡ ବାରରେ ନିଜ ଯୋଗଦାନ ଦେଇଥିଲେ। ସେ କଂଗ୍ରେସର ବିଧାୟକ ମଧ୍ୟ ରହିଥିଲେ।
ବାର୍ଜୋର୍ଜି କୋୱାସଜି ପାଦ୍ରୀୱାଲା ୧୯୮୫ ମସିହାରେ କଂଗ୍ରେସ ଦଳ ପ୍ରାର୍ଥୀ ଭାବରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ତାଙ୍କ ନାମ ନିର୍ବାଚନ ଆୟୋଗର ୱେବସାଇଟରେ ମଧ୍ୟ ରହିଛି।

ତେବେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି କିଏ?
ଭାଇରାଲ ଫୋଟୋର ରିଭର୍ସ ଇମେଜ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସୋନିଆ ଗାନ୍ଧୀଙ୍କ ସହିତ ଥିବା ବ୍ୟକ୍ତିଙ୍କୁ ଅନେକ ଲୋକ ଜଜ୍ ଚମଲେଶ୍ଵର ବୋଲି କହିଛନ୍ତି। ଏହା ପରେ ଆମେ ଜଜ୍ ଚମଲେଶ୍ଵରଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସ୍ପଷ୍ଟ ଭାରେ କହିଲେ ଯେ ଏହିୟ ଫୋଟୋରେ ସୋନିଆ ଗାନ୍ଧୀଙ୍କ ସହିତ ଛିଡା ହୋଇଥିବା ବ୍ୟକ୍ତି ସେ ନୁହନ୍ତି ବରଂ ଜଜ୍ ଜେ.କେ.ବାଲାକୃଶନନ ଅଟନ୍ତି।
ଆମକୁ ଏହା ମଧ୍ୟ ଜଣା ପଡିଲା ଯେ ଭାଇରାଲ ଫୋଟୋ ୨୦୦୭ ମସିହାରେ ଜଜ୍ ଜେ.କେ.ବାଲାକୃଶନନଙ୍କର ଶପଥ ସମାରୋହ କାର୍ଯ୍ୟକ୍ରମ ସମୟର ଫୋଟୋ ଅଟେ। ୧୪ ଜାନୁଆରୀ ୨୦୦୭ ରେ ରାଷ୍ଟ୍ରପତି ଭବନରେ ଏହା ଘଟିଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ସୋନିଆ ଗାନ୍ଧୀଙ୍କ ସହିତ ଫୋଟୋରେ ଥିବା ବ୍ୟକ୍ତି ଜଜ୍ .ବି. ପାଦ୍ରୀୱାଲା ନୁହଁନ୍ତି ବରଂ ଜଜ୍ ଜେ.କେ.ବାଲାକୃଷ୍ଣନ ଅଟନ୍ତି। ଜଜ୍ .ବି. ପାଦ୍ରୀୱାଲା କଂଗ୍ରେସ ଦଳର ବିଧାୟକ ନଥିଲେ।

Title:କ’ଣ ନୁପୁର ଶର୍ମା କେସ୍ ର ବିଚାରପତି ଜଜ୍ ଜେ.ବି.ପାଦ୍ରୀୱାଲା ଜଣେ କଂଗ୍ରେସ ବିଧାୟକ ଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
