କ’ନ ଭାଇରାଲ ଫୋଟୋରେ ନୁପୁର ଶର୍ମା ବିବାଦର ଶୁଣାଣୀ କରିଥିବା ଜଜ୍ ପାଦ୍ରୀୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରାଏଙ୍କ ସହିତ ଭୋଜନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

False Social

ସୁପ୍ରିମ୍ କୋର୍ଟରେ ନୁପୁର ଶର୍ମା ବିବାଦ ମାମଲାରେ ଶୁଣାଣୀ କରିଥା ଜଜ୍ ଜେ.ବି.ପାଦ୍ରିୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତଙ୍କ ନାମରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଜଜ୍ ପାଦ୍ରିୱାଲା ଏବଂ ଜଜ୍ ସୂର୍ଯ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରୋଏ ଏବଂ ଅନ୍ୟାନ୍ୟ ଲୋକଙ୍କ ସହିତ ଭୋଜନ କରୁଛନ୍ତି। 

କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋରେ ଜଜ୍ ଜେ.ବି.ପାଦ୍ରିୱାଲା ଏବଂ ଜଜ୍ ସୂର୍ଯ୍ୟକାନ୍ତ ଉପସ୍ଥିତ ନାହାଁନ୍ତି। 

କ’ଣ କୁହା ଯାଇଛି ପୋଷ୍ଟରେ?

ଫୋଟୋ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ “ସରକାର କାହାର ବି ହେଉ ନା କାହିଁକି ସିଷ୍ଟମ ତ ଆମର” ଏହା ହେଉଛି କାଶ୍ମୀର ଫାଇଲର ଡାଇଲଗ ବାମପନ୍ଥୀ ପ୍ରଫେସର ରାଧିକା ମେନନର ଏହା ପୁଣି ସତରେ ପରିଣତ ହେଲା ,ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ପାରଦିଵାଲାଙ୍କ କ୍ଷେତ୍ରରେ ନୁପୁର ଶର୍ମା କେଶରେ ଗୋଟିଏ ଡାଇନିଂରେ ନକ୍ସଲି ଗ୍ୟାଙ୍ଗ ସହିତ ପ୍ରଣବ ରାୟ,ଏନ ରାୟ ,ରାଧିକା ରାୟ ,ରନିତା ମଜୁମଦାର ପ୍ରଣବ ରାୟଙ୍କ ବାମରେ ଅଛନ୍ତି ବୃନ୍ଦା କରାତ ଯିଏ ଜାହାଙ୍ଗିରପୁରୀରେ ବୁଲଡୋଜ଼ଏର ଅଟକେଇବା ପାଇଁ ସୁପ୍ରିମକୋର୍ଟ ପଳେଇ ଥିଲେ ଏହା ହେଉଛି ବାସ୍ତବତା ତେଣୁ ଦେଶରେ ଯେଉଁ ସାମ୍ପ୍ରଦାୟିକ ହିଂସାକାଣ୍ଡ ହେଉଛି ସେଥିପାଇଁ ନୁପୁର ଶର୍ମା ଦାୟୀ ହେବା ସ୍ୱାଭାବିକ”

Facebook | Archive

ସମାନ ଫୋଟୋ ଟୁଇଟରରେ ମଧ୍ୟ ଭାଇରାଲ କରି ଦାବି କରା ଯାଇଛି ଯେ ନୁପୁର ଶର୍ମାଙ୍କ ବିରୁଦ୍ଧରେ ଶୁଣାଣୀ ଦେଇଥିବା ସୁପ୍ରିମ୍ କୋର୍ଟର ଜଜ୍ ପାଦ୍ରୀୱାଲା ହିନ୍ଦୁ ବିରୋଧୀ ଲୋକଙ୍କ ସହିତ ଏକ ୭ ଷ୍ଟାର ହୋଟେଲରେ ଭୋଜନ କରୁଛନ୍ତି। 

https://twitter.com/Bhaskar7972/status/1544422709953642498

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ମାଇଣ୍ଡଏସ୍କେପ୍ସ ର ସୋସିଆଲ ମିଡିଆ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ୩ ଜୁଲାଇ ୨୦୨୨ ରେ ମାଇଣ୍ଡଏସ୍କେପ୍ସ ଫୋଟୋ ସହିତ ଉଲ୍ଲେଖ  କରିଛି ଯେ- ତାମିଲନାଡ଼ୁର ଅର୍ଥମନ୍ତ୍ରୀ ପି.ଥିୟାଗାରାଜନ, ପ୍ରଣୟ ରୋଏ, ରାଧିକା ରୋଏ, ବୃନ୍ଦା କରାତ, ପ୍ରକାଶ କରାତ, ମରିୟମ ରାମ, ଏନ.ରାମ ଏବଂ ଦୀପାଳି ସିକନ୍ଦ ସହିତ ମାଇଣ୍ଡଏସ୍କେପ୍ସର ଏକ ସାକ୍ଷାତର ଫୋଟୋ ଅଟେ। 

ଏହି ଭାଇରାଲ ଫୋଟୋ ମାଇଣ୍ଡଏସ୍କେପ୍ସ ପ୍ରତିଷ୍ଠାତା ଦୀପାଳି ସିକନ୍ଦଙ୍କ ଲିଙ୍କଡିନ ପ୍ରୋଫାଇଲରେ ମଧ୍ୟ ଦେଖିବାକୁ ମିଳିଲା। ୨ ଜୁଲାଇ ୨୦୨୨ ରେ ଫୋଟୋ ଅପ୍ଲୋଡ କରି ସେ ସାକ୍ଷାତରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ନାମ ଲେଖିଛନ୍ତି। 

ଜଜ୍ ଜେ.ବି। ପାଦ୍ରୀୱାଲା କିମ୍ବା ଜଜ୍ ସୂର୍ଯ୍ୟକାନ୍ତଙ୍କ ନାମ ଆମେ କେଉଁଠାରେ ମଧ୍ୟ ଉଲ୍ଲେଖ ହେଇଥିବା ପାଇଲୁ ନାହିଁ। 

ଭାଇରାଲ ଫୋଟୋରେ ବାମରୁ ଡାହାଣକୁ ଦେଖା ଯାଉଥିବା ବ୍ୟକ୍ତି ହେଉଛନ୍ତି- ଟିଏନକିଉ ବୁକ୍ ଏବଂ ଜର୍ନାଲ ମାଲିକ ମରିୟମ ରାମ, ଏନଡ଼ିଟିଭି ସହ-ପ୍ରତିଷ୍ଠାତା ପ୍ରଣୟ ରୟ, କମ୍ଯୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ବୃନ୍ଦା କରାତ, ସାମ୍ବାଦିକ ରାଧିକା ରୟ, ମାଇଣ୍ଡଏସ୍କେପ୍ସ କ୍ଳବ୍ ପ୍ରତିଷ୍ଠାତା ଦୀପାଳି ସିକନ୍ଦ, ସିପିଆଇ (ଏମ) ନେତା ପ୍ରକାଶ କରାତ, ତାମିଲନାଡ଼ୁ ଅର୍ଥମନ୍ତ୍ରୀ ପି.ଥିୟାଗାରାଜନ ଏବଂ ହିନ୍ଦୁ ପ୍ରକାଶନ ଗୋଷ୍ଠୀ ନିର୍ଦ୍ଦେଶକ ଏନ ରାମ ଅଟନ୍ତି। 

ଦି ହିନ୍ଦୁ ପ୍ରକାଶନ ଗୋଷ୍ଠୀର ନିର୍ଦ୍ଦେଶକ ଏନ.ରାମ ଭାଇରାଲ ଦାବିକୁ ଖଣ୍ଡନ କରି ସ୍ପଷ୍ଟ କରିଛନ୍ତି ଯେ ଏହି ଫୋଟୋରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ପି.ବି.ପାଦ୍ରୀୱାଲା ନାହାଁନ୍ତି। 

ସୁପ୍ରିମ୍ କୋର୍ଟର ୱେବସାଇଟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ପି.ବି.ପାଦ୍ରୀୱାଲାଙ୍କ ଫୋଟୋ ଉପଲବ୍ଧ ଅଛି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଦେଶରେ ଚାଲୁଥିବା ସାମ୍ପ୍ରଦାୟିକ ହିଂସା ନେଇ ନୁପୁର ଶର୍ମାଙ୍କୁ ଦାୟୀ କରିଥିବା ସୁପ୍ରିମ୍ କୋର୍ଟ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ପି.ବି.ପାଦ୍ରୀୱାଲା ଭାଇରାଲ ଫୋଟୋରେ ଉପସ୍ଥିତ ନାହାଁନ୍ତି। ଫୋଟୋ ସହିତ ଭାଇରାଲ ହେଉଥିବା ଦାବି ସଂପୂର୍ଣ୍ଣ ଭାବରେ ଇଥୟା ଅଟେ।

Avatar

Title:କ’ନ ଭାଇରାଲ ଫୋଟୋରେ ନୁପୁର ଶର୍ମା ବିବାଦର ଶୁଣାଣୀ କରିଥିବା ଜଜ୍ ପାଦ୍ରୀୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରାଏଙ୍କ ସହିତ ଭୋଜନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *