କ’ଣ ଭାଇରାଲ ଭିଡିଓରେ କେରଳ ପୋଲିସ କାଚା ବାଦାମ ଗୀତରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

False Social

ଏକ ଲୋକପ୍ରିୟ ଗୀତ ‘କାଚା ବାଦାମ’ ରେ ପୋଲିସ ୟୁନିଫର୍ମ ପିନ୍ଧି ପାଞ୍ଚ ଜଣ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କଳିଙ୍ଗ ଟିଭି, ନବଭାରତ ଟାଇମ୍ସ, ନ୍ୟୁଜ ୧୮ ଏବଂ ଫ୍ରି ପ୍ରେସ୍ ଜର୍ନାଲ ପରି ମିଡିଆ ୱେବସାଇଟ ଏହି ଭିଡିଓ ସହିତ ରିପୋର୍ଟ କରିଛି ଯେ ଭିଡିଓରେ ପ୍ରକୃତ ପୋଲିସ ଅଧିକାରୀ ମାନେ ନାଚୁଛନ୍ତି। 

ମହକ ଟିଭିର ଫେସବୁକ ପେଜରେ ମଧ୍ୟ ଆମେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ। ଏହି ଭିଡିଓରେ କୁହା ଯାଇଛି ଯେ କାଚା ବାଦାମ ଗୀତରେ ନାଚୁଥିବା ଲୋକେ ପୋଲିସ କି ଅଭିନେତା ସେଇଟା ସ୍ପଷ୍ଟ ହୋଇ ନାହିଁ। ଏହି ଭିଡିଓ କେରଲର ହୋଟେଲ ଡିଉଲ୍ୟାଣ୍ଡର ଅଟେ। 

Facebook | Archive

ଜଣେ ବ୍ୟକ୍ତି ସମାନ ଭିଡିଓ ଟୁଇଟ କରି ଦାବି କରିଛନତି। 

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓ ସୂଚନା ଅନୁଯାୟୀ ଏହି ଭିଡିଓ କେରଲର ହୋଟେଲ ଦିଉଲ୍ୟାଣ୍ଡରେ ଶୁଟ୍ ହେଇଛି। ଭାଇରାଲ ଭିଡିଓରେ ମଧ୍ୟ ଆମେ ହୋଟେଲ ଦିଉଲ୍ୟାଣ୍ଡ ଲେଖା ହେଇଥିବା ପାଇଲୁ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ହୋଟେଲ ଦିଉଲ୍ୟାଣ୍ଡକୁ ଫୋନ୍ କରି ସେଠିକାର କର୍ମଚାରୀ ଅନୁଯାଙ୍କ ସହିତ ଯୋଗାଯୋଗ କରିଲା। ଅନୁଯା ଆମକୁ ସୂଚନା ଦେଲେ ଯେ ଭିଡିଓରେ ନାଚୁଥିବା ଲୋକେ ପ୍ରକୃତ ପୋଲିସ ନୁହନ୍ତିସେମାନେ ସମସ୍ତେ ଅଭିନେତା ଥିଲେ। ମାର୍ଚ୍ଚ ପ୍ରଥମ ସପ୍ତାହରେ ରାକ୍ଷଶୀ ନାମକ ଏକ ମଳୟାଲମ ଚଳଚିତ୍ରର ଶୁଟିଙ୍ଗ ପାଇଁ ଆସିଥିଲେ। 

ଆମେ କେରଲ ପୋଲିସର ମିଡିଆ ସେଣ୍ଟର ଡେପୁଟି ଡାଇରେକ୍ଟର ପ୍ରମୋଦ କୁମାରଙ୍କ ସହ ମଧ୍ୟ ଯୋଗାଯୋଗ କରିଲୁ। ସେ ଆମକୁ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ନାଚୁଥିବା ଲୋକେ କେରଳ ପୋଲିସ ଅଧିକାରୀ ନୁହନ୍ତି। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଏକ ୱେବସାଇଟ ମିଳିଲା ଯେଉଁଥିରେ ରାକ୍ଷଶୀ ଚଳଚିତ୍ର ବିଷୟରେ ସୂଚନା ଥିଲା। ୱେବସାଇଟ ଅନୁଯାୟୀ ରାକ୍ଷଶୀ ଏକ ମଳୟାଲମ ଚଳଚିତ୍ର ଯାହାର ଶୁଟିଙ୍ଗ ୨୧ ଫେବୃଆରି ୨୦୨୨ ରେ ଆରମ୍ଭ ହୋଇଥିଲା। ଆମକୁ ଚଳଚିତ୍ରର ଅଭିନେର୍ତା ମାନକ ନାମର ଏକ ତାଲିକା ମଧ୍ୟ ମିଳିଲା। ପ୍ରୀତି ଗୋସ୍ଵାମୀ ଏହି ଚଳଚିତ୍ରର ମୁଖ୍ୟ ଅଭିନେତ୍ରୀ ଅଟନ୍ତି। 

ଏହା ପରେ ଆମେ ପ୍ରୀତି ଗୋସ୍ଵାମୀଙ୍କ ଇଂଷ୍ଟାଗ୍ରାମ୍ ଏକାଉଣ୍ଟ ସର୍ଚ୍ଚ କରିଲୁ। ସେ ସମାନ ଭିଡିଓ ଅପ୍ଲୋଡ କରି ଲେଖିଛନ୍ତି, “କାମ ଯାହା ମଧ୍ୟ ହେଉ, ସେହି କାମକୁ ଆନନ୍ଦ ଉଠାନ୍ତୁଆମକୁ ମଧ୍ୟ ସେହି ଅଧିକାର ଅଛି

ଶେଷକଥା:

ଭିଡିଓ ସହିତ ଭାଇରାଲ ହେଉଥିବା ଦାବିକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ମିଥ୍ୟା ବୋଲି ପାଇଲା। ଭିଡିଓରେ କାଚା ବାଦାମ ଗୀତରେ ନାଚୁଥିବା ଲୋକେ ପୋଲିସ ଅଧିକାରୀ ନୁହନ୍ତି। ଏହା ଏକ ମଳୟାଲମ ଚଳଚିତ୍ରର ଶୁଟିଙ୍ଗ ସମୟରେ ଭିଡିଓ ଅଟେ।

Avatar

Title:କ’ଣ ଭାଇରାଲ ଭିଡିଓରେ କେରଳ ପୋଲିସ କାଚା ବାଦାମ ଗୀତରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *