
ଦୀର୍ଘ ଦିନଧରି ଅସୁସ୍ଥତା ପରେ ଅଭିନେତା ଦିଲୀପ କୁମାରଙ୍କର 7 ଜୁଲାଇରେ ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୟୁଜରର୍ସମାନେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଲା ଯେଉଁଥଇରେ ଡାକ୍ତରଖାନାର ଶଯ୍ୟାରେ ଅଭିନେତା ଦିଲିପ କୁମାରଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଖାଇବାକୁ ଦେଉଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ, ଏହା ଡାକ୍ତରଖାନାରେ ଦିଲୀପ କୁମାରଙ୍କ ଶେଷ ମୁହୂର୍ତ୍ତ ଭିଡିଓ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରୋ କରାଯାଇଥିବା ଦାବି ମିଥ୍ୟା ଅଟେ।
Pintu Samanta ନାମକ ଜଣେ ଫସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଅଭିନେତା ଦିଲିପ କୁମାରଙ୍କ ହସ୍ପିଟାଲରେ ଶେଷ ମୁହୂର୍ତ୍ତ ଭିଡିଓ(Dilip Kumar Last Video Inside Hospital)। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 28ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଦିଲିପ କୁମାରଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଖୁଆଇ ଦେଉଥିବା ଭିଡିଓ ଡାକ୍ତରଖାନାରେ ଦିଲୀପ କୁମାରଙ୍କ ଶେଷ ମୁହୂର୍ତ୍ତର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓର ଖବର news18 ପେଜରେ ପ୍ରକାଶିତ ହୋଇଥିବାର ପାଇଲୁ। ଯାହାକି 25 ସେପ୍ଟେମ୍ବର 2013ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ 90 ବର୍ଷର ଦିଲିପ କୁମାର 15 ସେପ୍ଟେମ୍ବର 2013ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ 25 ସେପ୍ଟେମ୍ବର 2013ରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଅଧିକ ସବଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତ- news18 । Archive
ଏହି ଭାଇରାଲ ଭିଡିଓ Dilip kumarଙ୍କ ଓଫିସିଆଲ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରାଯାଇଛି। ଯେଉଁଥିରେ ଲେଖାଯାଇଛି, ତୁମର ପ୍ରାର୍ଥନା ଏବଂ ପ୍ରେମ ପାଇଁ ଧନ୍ୟବାଦ। ଡାକ୍ତରଖାନାରେ ବିଶ୍ରାମ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ହସ୍ପିଟାଲରେ ଦିଲିପ କୁମାରଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଖୁଆଇ ଦେଉଥିବା ଭିଡିଓ ତାଙ୍କ ଶେଷ ସମୟର ନୁହଁ। ଭାଇରାଲ ଭିଡିଓ ସେପ୍ଟେମ୍ବର 2013 ମସିହାର ଅଟେ।

Title:2013 ମସିହା ଭିଡିଓକୁ ଅଭିନେତା ଦିଲୀପ କୁମାରଙ୍କର ହସ୍ପିଟାଲରେ ଶେଷ ମୁହୂର୍ତ୍ତ ଭିଡିଓ ଦାବିରେ ଭାଇରାଲ ।
Fact Check By: Saritadevi SamalResult: False
