
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେଦେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଚଳିତ ବର୍ଷରେ ଅଭିନେତା, କ୍ରିକେଟର ଏବଂ ନେତା ମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଜୀବ ନାହିଁ। ଏହି ବର୍ଷ ପଦ୍ମଶ୍ରୀ ପୁରସ୍କାର କେବଳ ସେହି ଲୋକମାନଙ୍କୁ ଦିଆ ଜୀବ ଯେଉଁ ମାନେ ଅନ୍ୟ ଲୋକଙ୍କ ମଧ୍ୟରେ ବାସ କରିଛନ୍ତି ଏବଂ କାର୍ଯ୍ୟ କରିଛନ୍ତି। ଏହି ଦାବି ସହିତ ଏକ ଫାଇଲ୍ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ପୁରସ୍କାର ଯୋଗ୍ୟତା ରଖିଥିବା ସମସ୍ତ ଲୋକଙ୍କ ତାଲିକା ଅଛି।
ଏହି ଦାବିର ସତ୍ୟତା ଜାଣିବା ପାଇଁ ଆମ ଫ୍ୟାକ୍ଟଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ପଦ୍ମଶ୍ରୀ ପୁରସ୍କାର ଜଡ଼ିତ କିଛି ତଥ୍ୟ:
କଳା, ଶିକ୍ଷା, ଶିଳ୍ପ, ସାହିତ୍ୟ, ବିଜ୍ଞାନ, କ୍ରୀଡ଼ା, ଔଷଧ, ସାମାଜିକ ସେବା ଏବଂ ଜନସମ୍ପର୍କ ସହିତ ବିଭିନ୍ନ କାର୍ଯ୍ୟକଳାପ କ୍ଷେତ୍ରରେ କାର୍ଯ୍ୟ କରିଥିବା ଭାରତ ନିଗରିକଙ୍କ ପାଇଁ ଏହି ପୁରସ୍କାର ୧୯୫୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା ମଧ୍ୟ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ପୁରସ୍କୃତ କରା ଯାଇଅଛି ଯେଉଁମାନେ ଭାରତର ନାଗରିକ ନୁହନ୍ତି କିନ୍ତୁ ଭାରତ ପାଇଁ ବିଭିନ୍ନ ଉପାୟରେ ସହଯୋଗ କରିଥିଲେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ସର୍ଚ କରିଲୁ ଯେ କ’ଣ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପ୍ରାର୍ଥୀ ମାନଙ୍କ ତାଲିକା ଘୋଷଣା ହେଇସାରିଛି କି? କିନ୍ତୁ ଆମକୁ ଏହି ବିଷୟ ନେଇ କୌଣସି ସୂଚନା ମିଳିଲା ନାହିଁ। ଆମେ ପଦ୍ମ ପୁରସ୍କାରର ସରକାରୀ ୱେବସାଇଟରେ ଯାଇ ହେଇ ପୁରସ୍କାର ସମବନ୍ଦିତ ଅନେକ ସୂଚନା ଏକତ୍ର କରିଲୁ। ଏହି ୱେବସାଇଟ ଅନୁଯାୟୀ ପ୍ରତି ବର୍ଷ ୧ ମଇ ରୁ ୧୫ ତାରିଖ ପର୍ଯ୍ୟନ୍ତ ପଦ୍ମଶ୍ରୀ ପୁରସ୍କାର ପାଇଁ ସୁପାରିଶକୁ ଆମନ୍ତ୍ରଣ କରା ଯିବା ଏକ ସାମାନ୍ୟ ଅଭ୍ୟାସ ଅଟେ। ଏହି ସୁପାରିଶ ସମସ୍ତ ରାଜ୍ୟ ସରକାର, ମନ୍ତରାଳୟ, ଏବଂ ବିଭିନ୍ନ ସରକାରୀ ବିଭାଗରୁ ଛଡ଼ା କେନ୍ଦ୍ର/ରାଜ୍ୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ/ରାଜ୍ୟପାଳ ଏବଂ ବେସରକାରୀ ପ୍ରାର୍ଥୀ ମାନଙ୍କ ନାମ ପୁରସ୍କାର କମିଟି ସମ୍ମୁଖରେ ରଖା ଯାଏ। ପୁରସ୍କାରର ବିଜେତାଙ୍କ ନାମ ଏକ ବ୍ୟକ୍ତିର ଜୀବନ ସମୟର ସଫଳତା ଉପରେ ଧ୍ୟାନ ଦିଆ ଯାଏ। ଏହି ପୁରସ୍କାର ପ୍ରତି ବର୍ଷ ୨୬ ଜାନୁଆରୀ ଦିନ ପ୍ରଦାନ କରା ଯାଏ।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ୨୦୨୧ ମସିହାର ପଦ୍ମଶ୍ରୀ ପ୍ରାର୍ଥୀର ତାଲିକା ସମ୍ପୂର୍ଣ ଭାବରେ ୧୫ ସେପ୍ଟେମ୍ବର ରେ ଘୋଷଣା କରା ଜୀବ ଏବଂ ୨୬ ଜାନୁଆରୀ ୨୦୨୨ ମସିହାରେ ବିଜେତାର ଘୋଷଣା କରା ଜୀବ।
ତେବେ ଭାଇରାଲ ମେସେଜ୍ ର ସତ୍ୟତା କ’ଣ?
ଭାଇରାଲ ମେସେଜ୍ ରେ ଆମେ ୧୫ ସମାଜସେବିଙ୍କ ନାମର ତାଲିକା ଦେଖିବାକୁ ପାଇଲୁ। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ପଦ୍ମ ପୁରସ୍କାରର ସରକାରୀ ୱେବସାଇଟରେ ୨୦୨୦ ରେ ସମସ୍ତ ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ନାମର ତାଲିକା ମିଳିଲା। ଏହି ପୁରସ୍କାରର ସମାଜ ସେବି ବର୍ଗରେ ଆମକୁ ଭାଇରାଲ ହେଉଥିବା କିଛି ଲୋକଙ୍କ ନାମ ମଧ୍ୟ ଦେଖିବାକୁ ମିଳିଲା।

ପଦ୍ମ ପୁରସକାରର ଅନ୍ୟ କ୍ଷେତ୍ରରେ ମଧ୍ୟ ଆମେ ଭାଇରାଲ ତାଲିକାର କିଛି ଲୋକଙ୍କୁ ପୁରଷ୍କିତ ହୋଇଥିବା ଦେଖିବାକୁ ପାଇଲୁ। ମହାରାଷ୍ଟ୍ରର ରାହିବାଇ ସୋମା ନାମକ ମହିଳାଙ୍କୁ ଏଗରୋ ବାୟୋ ବିବିଧତା କ୍ଷେତ୍ରରେ ଏବଂ ଓଡ଼ିଶାର ରାଧାମୋହନ ଏବଂ ସାବରମତିଙ୍କୁ ଜୈବିକ ଚାଷ କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଯାଇଥିଲା।

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ହେଉଥିବା ପଦ୍ମଶ୍ରୀ ପୁରସ୍କାର ପ୍ରାର୍ଥୀଙ୍କ ତାଲିକା ଚଳିତ ବ୍ବର୍ଷର ନୁହେଁ। ଏହି ତାଲିକାରେ ଥିବା ସମସ୍ତେ ଗତ ବର୍ଷ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇ ସାରିଛନ୍ତି।
ଏହା ପରେ ଆମେ ସର୍ଚ କରିଲୁ ଯେ କ’ଣ ସତ୍ୟରେ କୌଣସି ନେତା, କ୍ରିକେଟର କିମ୍ବା ଅଭିନେତାଙ୍କୁ ପଦ୍ମଶ୍ରୀ ପୁରସ୍କାର ତାଲିକାରେ ଗ୍ରହଣ କରା ଯାଇ ନାହିଁ। ଉପରୋକ୍ତ ୱେବସାଇଟରେ ଆମେ ଖେଳ ବର୍ଗରେ ଯାଇ ସର୍ଚ ଅକରିଲା ପରେ ଆମକୁ ପଦ୍ମଶ୍ରୀ ବିଜେତା ତାଲିକାରେ ହାରତୀୟ କ୍ରିକେଟ ଖେଳାଳି ଜାହିର ଖାନ ଏବଂ ରାଣୀ ରାମପ୍ପାଳଙ୍କ ପରି ଅନ୍ୟ ଖେଳାଳିଙ୍କ ନାମ ଥିବା ମିଳିଲା। ଏହା ସହିତ ଆମକୁ ସିନେମା ଜଗତରୁ ମଧ୍ୟ କିଛି ବିଜେତାଙ୍କ ନାମ ମିଳିଲା।
ପଦ୍ମ ପୁରସ୍କାରର ଅଫିସିଆଲ ଟୁଇଟରରେ ମଧ୍ୟ ଆମକୁ କରନ ଜୋହରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରା ଯାଇଥିବା ଏକ ଟୁଇଟ ମିଳିଲା।
Popular Hindi film Director and Producer, Karan Johar – awarded the Padma Shri for his distinguished service to the Nation. #PadmaAwards2020 #PeoplesPadma pic.twitter.com/hmrzBgHIsX
— Padma Awards (@PadmaAwards) January 31, 2020
Archive
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ପଦ୍ମଶ୍ରୀ ପୁରସକା ସମସ୍ତ ବର୍ଗର ଲୋକଙ୍କୁ ଦିଆ ଯାଇଥିଲା ଯିଏ ଜୀବନ ଆମୟରେ ସଫଳତା ହାସଲ କରିଛନ୍ତି।
ଶେଷକଥା:
ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ୨୦୨୧ ମସିହାର ପଦ୍ମଶ୍ରୀ ପୁରସ୍କାର ତାଲିକା ଘୋଷଣା କରା ଯାଇ ନାହିଁ। ଗତ ବର୍ଷ ପଦ୍ମଶ୍ରୀ ତାଲିକାକୁ ଏକ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି ଯେ ୨୦୨୧ ମସିହାରେ କୌଣସି ଅଭିନେତା, କ୍ରିକେଟ ଖେଳାଳି ଏବଂ ନେତାଙ୍କୁ ପୁରସ୍କୃତ କରା ଜୀବ ନାହିଁ।

Title:କ’ଣ ଚଳିତ ବର୍ଷ ରେ କୌଣସି ଅଭିନେତା, କ୍ରିକେଟର, ନେତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ନାହିଁ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
