
ମଧ୍ୟପ୍ରଦେଶର ଇନ୍ଦୋରର ଗୋଟିଏ କ୍ୟାଫେରେ ହାସ୍ୟ ଅଭିନେତା ମୁଣାବର ଫାରୁକି ହିନ୍ଦୁ ଦେବୀ ଦେବତା ତଥା ଅମିତ ଗୃହ ମନ୍ତ୍ରୀ ଶାହଙ୍କ ବିରୋଧରେ କିଛି ଆପତ୍ତିଜଣକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହେଇଛି। ଏହି ସମୟରେ, ତାଙ୍କର ଗୋଟିଏ ଭିଡିଓ ଇଣ୍ଟରନେଟ୍ ରେ ଖୁବ ଶୀଘ୍ର ଭାଇରାଲ ହେଇଥିଲା। ଭିଡିଓରେ ଆପଣ ଦେଖି ପାରିବେ ଯେ କିଛି ପୋଲିସ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଧରି ମୋଟର ସାଇକଲ୍ ରେ ବସି ଥିବା ସମୟରେ ଜଣେ ବ୍ୟକ୍ତି ଗାଡ଼ିରେ ବସିଥିବା ଯୁବକଙ୍କୁ ଆକ୍ରମଣ କରିଥିଲା। ପୋଲିସ ତାଙ୍କୁ ଉଦ୍ଧାର କରିବା ପାଇଁ ସେଠାରୁ ପଳେଈ ଯାଇଥିଲେ। ଭିଡିଓ ସହିତ ଭାଇରାଲ ହେଉଥିବା ଦାବି ଅନୁଯାୟୀ, ମାଡ଼ ହୋଇଥିବା ବ୍ୟକ୍ତି ହାସ୍ୟ ଅଭିନେତା ମୁଣାବର ଫାରୁକି ଅଟନ୍ତି।
ଏହି ଭିଡିଓରେ ଏହା ମଧ୍ୟ କୁହା ଯାଇଅଛି ଯେ କଂଗ୍ରେସ ଦଳ ମୁଣାବର ଫାରୁକିଙ୍କୁ ନିର୍ଦୋଷ ସାବିତ କରିବା ପାଇଁ ତାଙ୍କ ପକ୍ଷରେ ବାହାରିଛି।
ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା।
ଟୁଇଟରରେ ମଧ୍ୟ ଏହି ଭିଡିଓ ଭାଇରାଲ ହେବା ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଆମେ ଭାଇରାଲ ହେଉଥିବା ଦାବି ବିଷୟରେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ସର୍ଚ କରିବା ଆରମ୍ଭ କରିଲୁ। ଫଳାଫଳରେ ଆମେ ଅନେକ ସମ୍ବାଦ ପ୍ରବନ୍ଧ ପାଇଲୁ ଯାହା ଏହି ବିଷୟରେ ସୂଚନା ଦେଉଥିଲା। ୨ ଜାନୁଆରୀ ରେ ଏନ.ଡି.ଟି.ଭି ଇଣ୍ଡିଆ ନ୍ୟୁଜ ଅନୁଛେଦ ଅନୁଯାୟୀ, ଭିଡିଓରେ ଦେଖା ଯାଉଥିବା ବ୍ୟକ୍ତି ହାସ୍ୟ ଅଭିନେତା ମୁଣାବର ଫାରୁକିଙ୍କ ଜଣେ ବନ୍ଧୁ, ଯାହାକୁ ମୁଣାବର ବୋଲି ବିବେଚନା କରା ଯାଇଥିଲା ଏବଂ କୋର୍ଟ ପରିସରରେ ପୋଲିସର ଉପସ୍ଥିତିରେ ତାଙ୍କ ଉପରେ ଆକ୍ରମଣ କରା ଯାଇଥିଲା।
ଅନୁଛେଦରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଅଛି ଯେ କିଛି ଦିନ ପୂର୍ବରୁ ଇନ୍ଦୋରର ୫୬ ଦୋକାନ ଅଞ୍ଚଳରେ ମୁନରୋ କ୍ୟାଫେରେ ଗୋଟିଏ ହାସ୍ୟ ସମ୍ମେଳନ ହେଇଥିଲା ଯେଉଁଥିରେ ମୁଣାବର ଫାରୁକି ହିନ୍ଦୁ ଦେବୀ ଦେବତାଙ୍କ ପରିହାସ କରିଥିଲେ। ମନ୍ତ୍ରୀ ଅମିତ ଶାହଙ୍କୁ ଗୋଧରା ମାମଲା ସହ ଯୋଡ଼ି କିଛି ଆପତ୍ତିଜନମନ୍ତବ୍ୟ ଦେଇଥିଲେ। ଏହି କାରଣରୁ ହିନ୍ଦୁ ରକ୍ଷକ ସଂଗଠନ ଏହାକୁ ବିରୋଧ କରି ଟୁକୋଗଞ୍ଜ ପୋଲିସ ଥାନାରେ ମୁଣାବରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ।

ୟୁଟ୍ୟୁବରେ ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ୫ ଜାନୁଆରୀରେ ଏଚ.ଏନ.ଏନ ୨୪x୭ ର ଅଫିସିଆଲ ଚ୍ୟାନାଲରେ ଭିଡିଓ ପୋଷ୍ଟ ହେଇଥିବା ଦେଖିଲୁ। ଭିଡିଓର ଶୀର୍ଷକରେ ଲେଖା ଯାଇଅହି, “ହାସ୍ୟ ଅଭିନେତାଙ୍କ ବନ୍ଧୁଙ୍କୁ ମୁଣାବର ଫାରୁକି ଭାବି କୋର୍ଟ ପରିସରରେ ଆକ୍ରମଣ କରା ଯାଇଥିଲା।“
ଏହା ପରେ ଆମେ ସର୍ଚ କରିଲୁ ଯେ କ’ଣ କଂଗ୍ରେସ ଦଳ ମୁଣାବର ଫାରୁକିଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି? ଗୁଗୁଲରେ ସର୍ଚ କରିଲା ପରେ ଆମକୁ କଂଗ୍ରେସର ମୁଣାବର ଫାରୁକିଙ୍କୁ ବଞ୍ଚାଇବାର କୌଣସି ସମ୍ବାଦ ମିଳିଲା ନାହିଁ। ପୋଷ୍ଟ କରା ଯାଇଥିବା ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ କଂଗ୍ରେସର ଗୋଟିଏ ସଭା ଆୟୋଜନ ମଧ୍ୟ କରା ଯାଇଅଛି। ଏହା ସହିତ ମୁଣାବର ଫାରୁକିଙ୍କ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି କଂଗ୍ରେସ ଦ୍ଵାରା ଆୟୋଜିତ ହେଇଥିବା ଏହି ସଭା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସମାନ ଦୃଶ୍ୟ ଥିବା ଗୋଟିଏ ଭିଡିଓ ୧୨ ସେପ୍ଟେମ୍ବର ୨୦୧୯ ମସିହାରେ ଏନଡିଟିଭି ଇଣ୍ଡିଆ ଦ୍ଵାରା ପ୍ରସାରିତ ହେଇଥିବା ମିଳିଛି।
ଏହି ଭିଡିଓରେ କୁହା ଯାଇଅଛି ଯେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଆଜି ଦଳର ସଚିବ, ରାଜ୍ୟ ଦାୟିତ, ଏବଂ ରାଜ୍ୟ ସଭାପତିଙ୍କ ସହ ସାକ୍ଷାତ କରିଛନ୍ତି। କଂଗ୍ରେସ ମୁଖ୍ୟାଲଯରେ ଆୟୋଜିତ ଏହି ବୈଠକରେ ମନମୋହନ ସିଂହ, ଗୁଲାମ ନବ୍ୟ ଆଜାଡ, କେସି ବ୍ଭେନୁଗୋପାଳ ସମେତ ସମସ୍ତ ବଡ଼ ନେତା ଯୋଗ ଦେଇଥିଲେ। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଏହି ବୈଠକ ଡକା ଯାଇଥିବା ଜଣା ପଡ଼ିଛି। ସୋନିଆ ଗାନ୍ଧୀ ଏହି ବୈଠକରେ କହିଛନ୍ତି ଯେ ଦେଶର ଗଣତନ୍ତ୍ର ବିପଦରେ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୈତିକ ପ୍ରତିଶୋଧ ପାଇଁ ସରକାର ମିଥ୍ୟା ଅଭିଯୋଗରେ ନେତା ମାନଙ୍କୁ ଜଡ଼ିତ କରୁଛନ୍ତି। ଦେଶର ଖରବ ଆର୍ଥିକ ସ୍ଥିତିରୁ ଧ୍ୟାନକୁ ଦୂରେଇ ରଖିବା ପାଇଁ ଏସବୁ କରା ଯାଉଅଛି।
ଶେଷକଥା:
ତଥ୍ୟ ଗୁଡ଼ିକ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓ ସହିତ କରା ଯାଉଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓରେ କୋର୍ଟ ପରିସରରେ ଯାହା ଉପରେ ଆକ୍ରମଣ ହେଇଥିଲା ସେ ମୁଣାବର ଫାରୁକି ନୁହନ୍ତି, ସେ ତାଙ୍କ ବନ୍ଧୁ ସଦାକତ ଅଟନ୍ତି। କଂଗ୍ରେସ ମୁଣାବରଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା କଥା ମଧ୍ୟ ମିଥ୍ୟା ଅଟେ।

Title:କ’ଣ ରାସ୍ତାରେ ମାଡ଼ ଖାଉଥିବା ବ୍ୟକ୍ତି ହାସ୍ୟ ଅଭିନେତା ମୁନବର ଫାରୁକି ଅଟନ୍ତି? କ’ଣ କଂଗ୍ରେସ ଦଳ ମୁନବରକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False