
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବାଇକ୍ ଚାଳକଙ୍କ ଜରିମାନାର ଚାଲାଣର ଫୋଟୋ ଭାଇରାଲ ହେଉଛି। କେରଳରେ ବାଇକରେ ଯଥେଷ୍ଟ ପେଟ୍ରୋଲ୍ ନଥିବା କାରଣରୁ ଚାଳକଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡିଥିବା ଜଣା ପଡ଼ିଛି। ଏହା ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ କ’ଣ ଏପରି କୌଣସି ନିୟମ ଅଛି କି?
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଚାଲାଣ ବାଇକରେ ପେଟ୍ରୋଲ୍ କମ୍ ଥିବା କାରଣରୁ ନୁହେଁ ବରଂ ୱାନ୍ ୱେ ରେ ଉଲ୍ଟା ଗାଡ଼ି ଚଲାଉଥିବା କାରଣରୁ ପଞ୍ଜୀକରଣ କରା ଯାଇଥିଲା।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ପୋଷ୍ଟରେ ଦାବି କରା ଯାଇଛି ଯେ “ବେସିଲ ଶ୍ୟାମ ନାମକ ଜଣେ ବ୍ୟକ୍ତିଙ୍କୁ ଗାଡ଼ିରେ ପେଟ୍ରୋଲ୍ କମ୍ ଥିବା କାରଣରୁ କେରଳ ଟ୍ରାଫିକ୍ ପୋଲିସ ୨୫୦ ଟଙ୍କା ଜରିମାନା ଆଦାଯ କରିଛି।”

Facebook | Archive | Website | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଆମ ଫ୍ୟାକ୍ଟ କ୍ରିଷେଣ୍ଡୋ ମଳୟାଲାମ ଦଳ ସାହାଯ୍ୟତାରେ କେରଲ ଟ୍ରାଫିକ୍ ପୋଲିସର ଦକ୍ଷିଣ କ୍ଷେତ୍ର ଏସପି ସୁନୀଲ କୁମାରଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ:
ଆଇନ ଉଲଂଘନ ନେଇ କେରଳର ପୁକାଟ୍ଟୁପଡି ଅଞ୍ଚଳରେ ଗାଡ଼ି ଯାଞ୍ଚ ସମୟରେ ଜରିମାନା ସଂଗ୍ରହ ସମ୍ପର୍କରେ ଏକ ଚାଲାଣର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଜଡ଼ିତ ଏକ ରିପୋର୍ଟ ମଧ୍ୟ ମଗା ଯାଇଥିଲା। ସୂଚନା ଅନୁଯାୟୀ ଆଇନ ଉଲଂଘନ ସଂପର୍କରେ ପୋଲିସ ଅଧିକାରୀ ମାନେ ତାଙ୍କ ନାମରେ ଚାଲାଣ କାଟିଥିଲେ। ସେ ୱାନ୍ ୱେରେ ଭୁଲ ଦିଗରେ ଗାଡି ଚଲାଉଥିଲେ। ଗାଡିଟିକୁ ବିପରୀତ ଦିଗରେ ଚଳାଇବା ପାଇଁ ଯୁବକଙ୍କ ଠାରୁ ଜରିମାନା ଆଦାଯ କରା ଯାଇଥିଲା।
କିନ୍ତୁ ମୋଟର ନିୟମ ଅଧିନିୟମ ଅନୁଯାୟୀ କେଉଁ ପ୍ରକାରର ଇନ୍ଧନହିନ ଯାନକୁ ଜରିମାନା କରା ଯାଇ ପାରିବ ସେନେଇ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମେ ମୋଟର ଯାନ ବିଭାଗ ସହିତ ଯୋଗାଯୋଗ କରିଲୁ। ଆମକୁ ସୂଚିତ କରା ଯାଇଛି ଯେ “ଯାତ୍ରୀବାହି ଯାନ ଉପରେ ଏହା ଏକ ଜରିମାନା ଅଟେ। ହଳଦିଆ ଏବଂ କଳା ଅକ୍ଷରରେ ପଞ୍ଜୀକୃତ ଯାନ ଗୁଡିକ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଭରିବା ପରେ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରି ପାରିବ।“
ମୋଟର ଯାନ ବିଭାଗ ଅଧିକାରୀ ମାନେ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟଟକ ଉଠାଇବା ପରେ ଯଦି ଏକ ଟୁରିଷ୍ଟ୍ ବସ୍ ପେଟ୍ରୋଲ୍ ପମ୍ପରେ ପହଞ୍ଚେ, ତେବେ ନିୟମ ଅନୁଯାୟୀ ଜରିମାନା ଆଦାୟ କରେ। ଏହି ନିୟମ ଘରୋଇ ଯାନ ଗୁଡିକ ଉପରେ ଲାଗୁ ହୁଏ ନାହିଁ।
୨୫୦ ଟଙ୍କା ଜରିମାନା ଦେଇଥିବା ବାଇକ୍ ଚାଳକ ବେସିଲ ଶ୍ୟାମ ନିଜ ଫେସବୁକ ଏକାଉଣ୍ଟରେ ଚାଲାଣର ଫୋଟୋ ପୋଷ୍ଟ କରି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତାଙ୍କ ଦ୍ଵାରା ସେୟାର କରା ଯାଇଥିବା ପୋଷ୍ଟ ଅନୁଯାୟୀ ସେ ନିଜ କାର୍ଯ୍ୟସ୍ଥଳକୁ ଯାଉଥିବା ସମୟରେ ପୁକାଟ୍ଟୁପାଡି ଛକରେ ଏକ ୱାନ୍ ୱେ ରାସ୍ତାରେ ଉଲ୍ଟା ଦିଗରେ ଗାଡି ଚଲାଉଥିଲେ। ଏହି କାରଣରୁ ପୋଲିସ ତାଙ୍କୁ ୨୫୦ ଟଙ୍କା ଜରିମାନାର ଚାଲାଣ କରିଥିଲା।
ସେ ଏହା ମଧ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ଚାଲାଣଟି ପୋଲିସ ଦ୍ଵାରା ଏକ ଟାଇପିଙ୍ଗ୍ ତ୍ରୁଟି ଅଟେ। ତାଙ୍କ ଜଣେ ସାଙ୍ଗ ଏହି ଚାଲାଣର ପୁରା ସତ୍ୟତା ନ ଜାଣି ଏହାକୁ ଭାଇରାଲ କରିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ଏବଂ ଭ୍ରାମିକ ବୋଲି ପାଇଲୁ। ଭାଇରାଲ ହେଉଥିବା ଚାଲାଣ ବାଇକରେ ପେଟ୍ରୋଲ୍ କମ୍ ଥିବା କାରଣରୁ ନୁହେଁ ବରଂ ୱାନ୍ ୱେ ରେ ଉଲ୍ଟା ଗାଡ଼ି ଚଲାଉଥିବା କାରଣରୁ ପଞ୍ଜୀକରଣ କରା ଯାଇଥିଲା।
Title:କ’ଣ ବାଇକରେ କମ୍ ପେଟ୍ରୋଲ ଥିବା କାରଣରେ ଜଣେ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡ଼ିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading


