କ’ଣ ଭିଡିଓରେ ତାଲିବାନ ଆତଙ୍କବାଦୀ ଏକ ମୃତ ଶରୀରକୁ ହେଲିକପ୍ଟରରେ ଝୁଲେଇ ପେଟ୍ରୋଲିଂ କରୁଛି? ଜାଣନ୍ତୁ ସତ୍ୟ।

False Terrorism

ଆଫଗାନିସ୍ତାନରୁ ଆହୁରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଗୋଟିଏ ହେଲିକପ୍ଟରରୁ ଜଣେ ବ୍ୟକ୍ତି ଜ୍ଝୁଳୁଥିବା ଜଣା ପଡିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ମଧ୍ୟ ସମବେଦନଶୀଲତା ସୃଷ୍ଟି କରିଛି। ଲୋକ ମାନଙ୍କ ସହିତ ଅନେକ ଗଣମାଧ୍ୟମରେ ଏହି ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଆଫଗାନିସ୍ତାନ ଉପରେ ତାଲିବାନର ନିର୍ଦ୍ଦୟତାର ଏକ ଉଦାହରଣ ଦେଶାଉଛି। 

ଫ୍ୟାକ୍ଟ କୃସେଣ୍ଡୋ ଭିଡିଓ ଯାଞ୍ଚ କରିଲା ପରେ ଜାଣିବାକୁ ପାଇଲା ଯେ ତାଲିବାନ କୌଣସି ମୃତ ବ୍ୟକ୍ତିଙ୍କ ଶବକୁ ହେଲିକପ୍ଟରରୁ ଝୁଲେଇ ନାହିଁ। ଭିଡିଓରେ ହେଲିକପ୍ଟରରୁ ଝୁଲୁ ଥିବା ବ୍ୟକ୍ତି ନିଜେ ତାଲିବାନ ଯୋଦ୍ଧା ଯିଏ କି ପ୍ରାନ୍ତିୟ ସରକାରୀ ଭବନ ପରିସରରେ ଥିବା ପୋଲରେ ତାଲିବାନର ପତାକା ଲଗାଇବାର ଚେଷ୍ଟା କରୁଥିଲେ। ତେବେ ଆସନ୍ତୁ ଜାଣିବା ଭାଇରାଲ ହେଉଥିବା ଭିଡିଓର ସତ୍ୟତାକୁ ବୁଝିବା। 

କ’ଣ ଦାବି ଏହି ପୋଷ୍ଟର?

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓରେ ଏକ ସ୍ଥାନରେ ଆଫଗାନିସ୍ତାନର ଜାତୀୟ ଭାଷା ପାଶତୋରେ କିଛି ଲେଖା ଯାଇଥିବା ମିଳିଲା। ଏହାର ଅନୁବାଦ ହେଉଛି ତବସୁମ ରେଡିଓ। ଯେତେବେଳେ ଆମେ ତବସୁମ ରେଡିଓ ସର୍ଚ କରିଲୁ, ଆମେ ଜାଣିବାକୁ ପାଇଲୁ ଯେ ଏହା ଆଫଗାନିସ୍ତାନର କନ୍ଧାର ପ୍ରାନ୍ତର ଏକ ଲୋକାଲ୍ ରେଡିଓ ଷ୍ଟେସନ୍ ଅଟେ। ଫ୍ୟାକ୍ଟ କୃସେଣ୍ଡୋ ତବସୁମ ରେଡିଓର ଅଧ୍ୟକ୍ଷ ସାଦିକୁଲ୍ଲାହ ଆଫଗାନଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ ଯେ, “ଗତକାଲି କାନ୍ଧାରର ପ୍ରାଦେଶିକ ସରକାରୀ ବିଲଡିଙ୍ଗ ନିକଟରେ ମୁଁ ନିଜ ଫୋନ ମାଧ୍ୟମରେ ଏହି ଭିଡିଓ ନେଇଥିଲି। ଆମେ ଜଣେ ବ୍ୟକ୍ତିଙ୍କୁ ହେଲିକପ୍ଟରରୁ ଝୁଲିଥିବା ଦେଖି ଆଶ୍ଚର୍ଯ୍ୟ ହେଇଥିଲୁ। ପରେ ଆମେ ଜାଣିବାକୁ ପାଇଲୁ ଯେ ଏକ ତାଲିବାନ ଯୁଧ୍ୟ ବିମାନ ଯିଏ ବିଲଡିଙ୍ଗ ପରିସର ଭିତରେ ଥିବା ଏକ ପୋଲରେ ତାଲିବାନ ପତକା ଉତ୍ତୋଳନ କରିବାକୁ ଚେଷ୍ଟା କରୁଥିଲେ। ତାଲିବାନ ଜଣେ ନିରୀହ ବ୍ୟକ୍ତିଙ୍କ ମୃତ ଶରୀରକୁ ହେଲିକପ୍ଟରରୁ ଝୁଲେଇ ଥିବା ଦାବି ମିଥ୍ୟା ଅଟେ।”

ସାଦିକୁଲ୍ଲାହ ଆଫଗାନ ଏକ ଭିଡିଓ ଲିଙ୍କ ଆମ ସହିତ ସେୟାର କରିଛନ୍ତି ଯେଉଟା ସେ ସୋମବାର ଦିନ ଟୁଇଟ କରିଥିଲେ। 

Archive

ସାମ୍ବାଦିକ ତଥା କାନ୍ଦାହାରର ସ୍ଥାନୀୟ ଲୋକ ସମାନ ଭିଡିଓ ପୋଷ୍ଟ କରିଥିବା ପାଇଲୁ। ଆଫଗାନିସ୍ତାନ ସାମ୍ବାଦିକ ଅର୍ଘନ୍ଦ ଅବଦୁଲମାନନଙ୍କ ଦ୍ଵାରା ପୋଷ୍ଟ କରା ଯାଇଥିବା ନିମ୍ନଲିଖିତ ଭିଡିଓରେ ଜଣେ ବ୍ୟକ୍ତି ହେଲିକପ୍ଟରରେ ଝୂଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଅର୍ଘନ୍ଦ ଅବଦୁଲମାନନ କହିଛନ୍ତି, “ହେଲିକପ୍ଟରରେ ଝୁଲୂଥିବା ସୈନ୍ୟ ଯବାନ ପୋଲରେ ପତାକା ଉତ୍ତୋଳନ କରିବା ଚେଷ୍ଟା କରିଥିଲେ କିନ୍ତୁ ସେ ସଫଳ ହୋଇ ପାରିଲେ ନାହିଁ।”

https://www.facebook.com/arghand.abdulmanan/posts/4630922556967822

ଆଫଗାନିସ୍ତାନର ଜଣେ ସାମ୍ବାଦିକ ଶ୍ରୀ ବିଲାଲ ସାରବାରୀ ତାଙ୍କ ଭେରୀଫାଏଡ ଟୁଇଟର ହେଣ୍ଡେଲରୁ ଟୁଇଟ କରି କହିଛନ୍ତି ଯେ ସେ ହେଲିକପ୍ଟର ଉଦାଉଥିବା ପାଇଲଟଙ୍କ ସହିତ କଥା ହୋଇଛନ୍ତି ଏବଂ ସେ ତାଙ୍କୁ ନିଶ୍ଚିତ କରେଇଛନ୍ତି ଯେ ଭିଡିଓରେ ଦେଖାଅ ଯାଉଥିବା ବ୍ୟକ୍ତି ଜଣେ ତାଲିବାନ ଯିଏ ପ୍ରକୃତରରେ ପତକା ଉତ୍ତୋଳନ କରିବାକୁ ଚେଷ୍ଟା କରୁଥିଲେ।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓରେ ହେଲିକପ୍ଟରରେ ଝୁଲୁ ଥିବା ବ୍ୟକ୍ତି ଜୀବିତ ଅଟନ୍ତି ଏବଂ ଏକ ତାଲିବାନୀ ସୈନ୍ୟ ଅଟନ୍ତି ଯିଏ ସରକାରୀ ବିଲଡିଙ୍ଗର ଏକ ପୋଲରେ ପତକା ଉତ୍ତୋଳନ କରିବାକୁ ଚେଷ୍ଟା କରୁଛନ୍ତି। ହେଲିକପ୍ଟରରୁ ମୃତ୍ୟୁ ହୋଇଥିବା  ବ୍ୟକ୍ତିଙ୍କ ଝୁଳୁଥିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଭିଡିଓରେ ତାଲିବାନ ଆତଙ୍କବାଦୀ ଏକ ମୃତ ଶରୀରକୁ ହେଲିକପ୍ଟରରେ ଝୁଲେଇ ପେଟ୍ରୋଲିଂ କରୁଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *