
ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବିଶ୍ଵ ପ୍ରସିଦ୍ଧ ବର୍ଗର ରେଷ୍ଟୁରାଣ୍ଟ ମେକ୍ ଡୋନାଲ୍ଡ ଉପରେ ଗମ୍ଭୀର ଅଭିଯୋଗ ଲାଗିଛି। ୱ୍ହାଟ୍ସଅପ୍ ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦାବି କରା ଯାଇଅଛି ଯେ ମେକ୍ ଡୋନାଲ୍ଡ ରେଷ୍ଟୁରାଣ୍ଟ ନିଜ ଖାଦ୍ୟରେ ମାନବ ମାଂସ ପରିବେଷଣ କରୁଛି।
ଫ୍ୟାକ୍ଟ କ୍ରିସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

କ’ଣ ଦାବି ଏହି ପୋଷ୍ଟର?
ଆମେରିକାର ଓକଲାମହା ଏବଂ ଅନ୍ୟ ମେକ୍ ଡୋନାଲ୍ଡ ମାଂସ କାରଖାନାରୁ ଏକ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି ଯେ ଏହି କାରଖାନାରେ ପ୍ରଥମେ ଘୋଡା ମାଂସ ଆଉ ବର୍ତ୍ତମାନ ମାନବ ମାଂସ ତିଆରି କରା ଯାଉଛି। ଓକଲାହମା ମାଂସ କାରଖାନାରେ ଅଧିକାରୀ ମାନଙ୍କୁ ମଣିଷ ମାଂସ ଥିବା ଜଣା ପଡିଛି। ସ୍ୱାସ୍ଥ୍ୟ ଯାଞ୍ଚକାରୀ ମାନେ ଏହି ମାମଲା ଜଡିତ ଦେଶରେ ଥିବା ଅନ୍ୟ ମେକ୍ ଡୋନାଲ୍ଡ କାରଖାନାର ଅତିଶୀଘ୍ର ଯାଞ୍ଚ କରିବା ଦାବି କରିଥିଲେ। ଯାଞ୍ଚ ପରେ ପାଖାପାଖି ୯୦% କାରଖାନାରେ ମଣିଷ ମାଂସ ମିଳିଲା। ଏହି ଘଟଣା ପରେ ଆମେରିକାରର କୃଷି ବିଭାଗ ମେକ୍ ଡୋନାଲ୍ଡର ସମସ୍ତ ଉତ୍ପାଦନକୁ ଜବତ କରିଥିଲେ। ଏଫବିଆଇ ମଧ୍ୟ ସମସ୍ତ କାରଖାନାର ଯାଞ୍ଚ କରୁଛି। ଏଫବିଆଇ ଅଧିକାରୀ ଲୋଏଡ ହେର୍ରିସନ ହୁଜଳର ରିପୋର୍ଟରକୁ ସୂଚନା ଦେଇଛନ୍ତି ଯେ ଏହା କେବନ ମଣିଷ ମାଂସ ନୁହେଁ, ଏହା ମଧ୍ୟରେ ଶିଶୁ ମାଂସ ମଧ୍ୟ ରହିଛି। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ମେକ୍ ଡୋନାଲ୍ଡ କେବେ ଠାରୁ ମଣିଷ ମାଂସ ବ୍ୟବହାର କରୁଛି ଏବଂ କେଉଁଠାରୁ ଆନୁଛି।
ନିମ୍ନରେ ଆପଣ ହାଇରାଲ ଭିଡିଓ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଭାଇରାଲ ଭିଡିଓ କେଉଁଠାରୁ ସୃଷ୍ଟି ହୋଇଛି? ଭିଡିଓରେ ହୁଜଳର ନାମକ ଏକ ପତ୍ରିକାର ଉଲ୍ଲେଖ କରା ଯାଇଅଛି। ଆମେ ଗୁଗୁଲରେ ଯାଇ ହୁଜଳର ୱେବସାଇଟରେ ମେକ୍ ଡୋନାଲ୍ଡ ବିଷୟରେ ଏହି ସମ୍ବାଦ ଖୋଜିଲୁ। ସର୍ଚ୍ଚ କରିଲା ପରେ ଆମକୁ ସମାନ ସମ୍ବାଦ ମିଳିଲା ଯେଉଁଥିରେ ବ୍ବିଦେୟରେ କୁହା ଯାଇଥିବା ସମାନ କଥା ଲେଖା ଯାଇଅଛି।

Huzlers | Archive
ଏହା ପରେ ଆମେ ହୁଜଳର ପତ୍ରିକା ବିଷୟରେ ସୂଚନା ଏକତ୍ର କରିଲୁ। ଏହି ୱେବସାଇଟରେ ଏବାଉଟ୍ ଅସ୍ ପେଜରେ ଉଲ୍ଲେଖ କରା ଯାଇଅଛି ଯେ ହୁଜଲର୍ସହେଉଛି ଏକ ବ୍ୟଙ୍ଗାତ୍ମକ ଏବଂ କାଳ୍ପନିକ ମନୋରଞ୍ଜନ ବ୍ଲଗ୍ ଯାହାକି ଏକ ଜଟିଳ ଉପାୟରେ ବିଷୟବସ୍ତୁ ଉତ୍ପାଦନ କରେ ଯାହା ସହଜରେ ଅନ୍ୟ କୌଣସି ସ୍ଥାନରେ ଉପସ୍ଥାପିତ ହୋଇ ପାରିବ ନାହିଁ।

ଗୁଗୁଲରେ ଏହି ବିଷୟରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଫଳାଫଳରେ ଆମକୁ ମେକ୍ ଡୋନାଲ୍ଡ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ମୁହାନ୍ନାଦ ନାମକ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଦେଇ ମେକ୍ ଡୋନାଲ୍ଡ ସ୍ପଷ୍ଟ କରିଛି ଯେ ତାଙ୍କ ବର୍ଗରରେ କୌଣସି ପ୍ରକାରର ମଣିଷ ମାଂସ ବ୍ୟବହାର ହୁଏ ନାହିଁ। ମେକ୍ ଡୋନାଲ୍ଡ ହଲାଲ ଗୋ ମାଂସ ଏବଂ କୁକୁଡା ମାଂସ ବ୍ୟବହାର କରେ। ତାଙ୍କ ରେଷ୍ଟୁରାଣ୍ଟ ଖାଦ୍ୟ ପାଇଁ ଗୋ ମାଂସ ଅବୁ ଧାବୀର ବିଆରଏଫ କାରଖାନା ଏବଂ କୁକୁଡା ମାଂସ ମାଲେସିୟାର ମେକ୍ ଫୁଡ୍ କାରଖାନାରୁ ଆସିଥାଏ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ କୌଣସି ସତ୍ୟତା ନାହିଁ। ମେକ୍ ଡୋନାଲ୍ଡ ସ୍ପଷ୍ଟ କରିଛି ଯେ ତାଙ୍କ ଖାଦ୍ୟରେ କେବଳ ଗୋ ମାଂସ ଏବଂ କୁକୁଡା ମାଂସ ବ୍ୟବହାର ହୁଏ।

Title:କ’ଣ ବିଶ୍ଵର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ମେକ୍ ଡୋନାଲ୍ଡ ନିଜ ଖାଦ୍ୟ ସାମଗ୍ରୀରେ ମାନବ ମାଂସ ପରିବେଷଣ କରୁଛି କି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
