
ହିନ୍ଦୀ ସିନେମା ଜଗତର ଏକ ପୁରୁଣା ସଙ୍ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି। କାଶ୍ମୀର ଉପରେ ନିର୍ଧାରିତ ହେଇଥିବା ଏହି ସଙ୍ଗୀତର ଭିଡିଓକୁ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ପାକିସ୍ତାନ ଏହି ଗୀତକୁ ବିରୋଧ କରିଲା ପରେ ସେ ସମୟର କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏହି ସଙ୍ଗୀତକୁ ବ୍ୟାନ୍ କରିଥିଲା।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଗୀତ ଉପରେ କେବେ ମଧ୍ୟ ପ୍ରତିବନ୍ଧ ଲାଗି ନାହିଁ। ଏହା ବର୍ତ୍ତମାନ ମଧ୍ୟ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, “ମହମ୍ମଦ୍ ରଫି ଗାଇଥିବା ଏହି ଗୀତ କୁ ପାକିସ୍ତାନ ଆପତ୍ତି କଲା ଏବଂ ସେତେବେଳେ କଂଗ୍ରେସ ସରକାର ଏହି ଗୀତ କୁ ବ୍ୟାନ୍ କରିଥିଲେ l”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଗୀତକୁ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଗୀତର ଶୀର୍ଷକ ହେଉଛି “ଜନ୍ନତ କି ହେ ତସବିର” ଏବଂ ଏହି ଗୀତ ୧୯୬୬ ମସିହାରେ ଆସିଥିବା ଏକ ସିନେମା “ଜୋହର ଇନ କାଶ୍ମୀର” ନାମକ ସିନେମାର ଗୀତ ଅଟେ। ଏହି ସିନେମାର କାହାଣୀ ଭାରତ ପାକିସ୍ତାନ ବ୍ବିଭାଜନ ପରେ କାଶ୍ମୀରର ସ୍ଥିତି ଦର୍ଶାଇଥିଲା।

ଏହି ଗୀତର ଶୀର୍ଷକ ନେଇ ୟୁଟ୍ୟୁବରେ ସର୍ଚ କରିଲା ପରେ ଆମେ ପାଇଲୁ ଯେ ୧୪ ଅକ୍ଟୋବର ୨୦୧୦ ରେ ଜଣେ ୟୁଟ୍ୟୁବ ୟୁଜର ଏହାକୁ ନିଜ ଚ୍ୟାନାଲରେ ପୋଷ୍ଟ କରିଥିଲେ।
୧୯୬୬ ରେ ପ୍ରକାଶିତ ଖବରକାଗଜର ଅନୁଛେଦ ଅନୁସନ୍ଧାନ କରିବା ବେଳେ ଆମକୁ ୧୯୬୬ ର ଗେଜେଟ୍ ଅଫ୍ ଇଣ୍ଡିଆର ଏକ ଅଭିଲେଖ ପାଇଲୁ ଯେଉଁଥିରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ସୂଚନା ଏବଂ ପ୍ରସାରଣ ମନ୍ତରାଳୟର କାର୍ଜ୍ୟାଲୟରୁ ଏକ ଆଦେଶ ମିଳିଲା। ନିମ୍ନରେ ଦିଆ ଯାଇଥିବା ସ୍କ୍ରିନଶଟ୍ ରେ ଆପଣ ଦେଖି ପାରିବେ ଯେ ଏହି ଗୀତରୁ କେବଳ “ହାଜୀ ପିର” ଶବ୍ଦ ହଟାଇବାକୁ ନିର୍ଦେଶ ଦିଆ ଯାଇଥିଲା।

ଏହା ପରେ ଆମେ ଗୀତର ଗୁଗୁଲରେ ଲିରିକ୍ସ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଉପରୋକ୍ତ ନିର୍ଦେଶରେ ଯେଉଁ ଦୁଇଟି ଶବ୍ଦ ହଟାଇବାକୁ କୁହା ଯାଇଥିଲା ସେହି ଦୁଇଟି ଶବ୍ଦ ଅନ୍ଲାଇନ ଉପଲବ୍ଧ ନାହିଁ। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ସେନ୍ସରବୋର୍ଡ ନିର୍ଦେଶ ପରେ ଏହି ଗୀତର ଲିରିକ୍ସକୁ ବଦଳାଇ ଦିଆ ଯାଇଥିଲା।
ଏହା ପରେ ଆମେ ଏହି ଗୀତ ସହିତ ଜଡିତ କିଛି ଲୋକଙ୍କ ସହିତ ଯୋଗାଯୋଗ କରିଲୁ। ସର୍ବପ୍ରଥମେ ଆମେ ୧୯୬୬ ମସିହାର ରେଡିଓର ଲୋକପ୍ରିୟ କାର୍ଯ୍ୟକ୍ରମ ବିନାକା ଗୀତମାଳାର ଅପରେଟର ଆମିନ ସୟାନୀଙ୍କ ସହିତ ସମ୍ପର୍କ କରିଲୁ। ସେ ଆମକୁ ସୂଚନା ଦେଲେ ଯେ ଏହି ବିଷୟରେ ତାଙ୍କୁ ଅଧିକ କିଛି ମାନେ ନାହିଁ କିନ୍ତୁ ସେ ଏହି ପ୍ରସଙ୍ଗରେ ସୂଚନା ଏକତ୍ର କରି ଆମକୁ ସୂଚିତ କରିବେ। ତାଙ୍କ ସହିତ ଆଉ ଠାରେ ସମ୍ପର୍କ କରିଲା ପରେ ସେ ଆମକୁ କହିଲେ ଯେ ସେ ଏହି ଗୀତ ବିଷୟରେ ଫିଲ୍ମର ସଙ୍ଗୀତ ନିର୍ଦେଶକ ଆନନ୍ଦଜି ବିରାଜିଙ୍କ ସହିତ ଯୋଗାଯୋଗ କରିଥିଲେ। ଆନନ୍ଦଜି ବିରାଜି ତାଙ୍କୁ କହିଲେ, “ଯେତେବେଳେ ଗୀତ ରିଲିଜ ହେଇଥିଲା ସେତେବେଳେ ପାକିସ୍ତାନରେ ମତଭେଦ ଚାଲିଥିଲା ଏବଂ ପାକିସ୍ତାନ ରେଡିଓକୁ କହିଥିଲା ଯେ ଏହି ଗୀତ ବଜାନ୍ତୁ ନାହିଁ ଯାହା କାରଣରୁ ଭାରତରେ ମଧ୍ୟ ବିବାଦ ହେଇଥିଲା।”
ଏହା ପରେ ଆମେ ମହମ୍ମଦ ରଫିଙ୍କ ପୁଅ ଶାହିଦ ରଫିଙ୍କ ସହିତ ସମ୍ପର୍କ କରିଲୁ। ସେ ଆମକୁ ସୂଚନା ଦେଲେ, “ମୋର ପିତାଙ୍କ କୌଣସି ଗୀତ ଉପରେ ପ୍ରତିବନ୍ଧକ ଲଗା ଯାଇ ନାହିଁ। ଏହି ଗୀତ ଅନ୍ଲାଇନ ଉପଲବ୍ଧ ଅଛି ଯାହାର ଅର୍ଥ ହେଉଛି ଏହି ଗୀତ ବ୍ୟାନ ହୋଇ ନାହିଁ।”
ଶେଷକଥା:
ଉପରୋକ୍ତ ତଥ୍ୟ ଯାଞ୍ଚ କରିଲା ପରେ ଆମେ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲୁ। ଭାଇରାଲ ଗୀତର ଭିଡିଓ ବର୍ତ୍ତମାଣ ମଧ୍ୟ ଅନ୍ଲାଇନ ଉପଲବ୍ଧ ଅଛି। ମହମ୍ମଦ ରଫିଙ୍କ ପୁଅଙ୍କ ଦ୍ଵାରା ଦିଆ ଯାଇଥିବା ସୂଚନା ଏବଂ ଗୀତର ନିର୍ଦେଶକ ଆନନ୍ଦଜି ବିରାଜିଙ୍କ କହିବା ଅନୁଯାୟୀ ଏହି ଗୀତ ଉପରେ କେବେ ପ୍ରତିବନ୍ଧକ ଲାଗି ନାହିଁ।

Title:କ’ଣ ପାକିସ୍ତାନ ଆପତ୍ତି କଳା ପରେ ୧୯୬୬ ରେ କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏକ ଗୀତକୁ ବ୍ୟାନ୍ କରିଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
