କ’ଣ ଉତ୍ତରପ୍ରଦେଶର ମିରଠ ପୋଲିସ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଥାନାରେ ପ୍ରବେଶ ଉପରେ ପ୍ରତିବଦ୍ଧ ଲଗାଇଛି? ଜାଣନ୍ତୁ ସତ୍ୟ। 

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମିରଠ ପୋଲିସ ଷ୍ଟେସନ୍ ବାହାରେ ଏକ ବ୍ୟାନରରେ “ବିଜେପି କର୍ମୀଙ୍କୁ ଷ୍ଟେସନ ଭିତରେ ପ୍ରବେଶ କରିବାର ଅନୁମତି ନାହିଁ” ଲେଖା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟକୁ ସେୟାର କରି ଦାବି କରା ଯାଉଛି ଯେ ମେରଠ ପୋଲିସ ଷ୍ଟେସନରେ ବିଜେପି କର୍ମୀଙ୍କ ପ୍ରବେଶକୁ ବାରଣ କରିଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ଏହି ବ୍ୟାନର ମେରଠ ପୋଲିସ ଦ୍ଵାରା ନୁହେଁ ବରଂ କିଛି ସାମାଜିକ ବିରୋଧୀ ମାନେ ଲଗାଇଥିଲେ। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ପୋଷ୍ଟ ସେୟାର କରି ଦାବି କରା ଯାଇଛି ଯେ ନୂତନ ଭାରତରେ ଏହା ପ୍ରଥମ ଥର ହେଉଛି ଯେ ଉତ୍ତରପ୍ରଦେଶରେ ଅନ୍ଧଭକ୍ତଙ୍କ ପାଇଁ ଥାନାକୁ ଯିବା ମନା।

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଦୈନିକ ଭାସ୍କର ପତ୍ରିକାର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ବିଜେପି କର୍ମୀ ମାନେ ମିରଠର ମେଡିକାଲ ଥାନାରେ ଦଙ୍ଗା କରିଥିଲେ। ଏହା ପରେ ସେମାନେ ଥାନେଦାର ସନ୍ଥ ଶରଣ ସିଂଙ୍କ ନାମରେ ଏକ ବ୍ୟାନର ଥାନା କାନ୍ଥରେ ଲାଗାଇଥିଲେ ଯେଉଁଥିରେ ଲେଖା ଯାଇଥିଲା ଯେ ଥାନା ଭିତରେ ବିଜେପି କର୍ମୀଙ୍କୁ ପ୍ରବେଶ କରିବା ଅନୁମତି ନାହିଁ। ଏହି ବ୍ୟାନର ଲଗାଇଥିବା ଲୋକଙ୍କ ଉପରେ ପୋଲିସ ଏଫଆଇଆର ପଞ୍ଜୀକୃତ କରି ସାରିଛି। ଏହି ଘଟଣାରେ ବିଜେପି କର୍ମୀ ମାନେ ସନ୍ଥ ଶରଣ ସିଂଙ୍କୁ ମଧ୍ୟ ଧମକ ଦେଇଥିଲେ। 

ମିରଠ ପୋଲିସ ଏକ ଟୁଇଟ ମାଧ୍ୟମରେ ମଧ୍ୟ ସୂଚନା ଜାରି କରିଛି ଯେ ମେଡିକାଲ ପୋଲିସ ଷ୍ଟେସନ୍ ରେ ଚାଲିଥିବା ଏକ ପାରିବାରିକ ବିବାଦ ମାମଲାରେ ପୋଲିସର କିଛି ସାମାଜିକ ବିରୋଧୀ ଦଳ ପୋଲିସ ଉପରେ ଚାପ ପକାଇଥିଲେ। ଯେତେବେଳେ ଏହି ବେଆଇନ କାର୍ଯ୍ୟରେ ପୋଲିସ ସହଯୋଗ କରିନଥିଲା, ସେତେବେଳେ ଏହି ସାମାଜିକ ବିରୋଧୀ ମାନେ ପୋଲିସର ନାମ ଖରାବ କରିବା ପାଇଁ ଏପରି ବ୍ୟାନର ତିଆରି କରିଥିଲେ। ଏହି ମାମଲାରେ ଅନେକ ଲୋକଙ୍କ ଚିହ୍ନଟ କରା ଯାଇଛି। ନିୟମ ଅନୁଯାୟୀ ମାମଲା ପଞ୍ଜୀକୃତ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ। 

ମିରଠ ପୋଲିସ ଏକ ଭିଡିଓ ବିବୃତ୍ତି ଜାରି କରି କହିଛି ଯେ ସେମାନେ ପ୍ରଶାନ୍ତ କୌଶିକ, ସାଗର ପୋସୱାଲ, କୁଳଦୀପ ମୁସୁରୀ, ଅଙ୍କୁର ଚୌଧରି, ଅମିତ ଭଡାନା ଏବଂ ଆମର ଶର୍ମାଙ୍କୁ ଏହି ମାମଲାରେ ଗିରଫ କରିଛି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କିଛି ସାମାଜିକ ବିରୋଧୀ ମାନେ ଥାନା ବାହାରେ ବ୍ୟାନର ଲଗାଇଥିଲେ। ଏହି ବ୍ୟାନାର ଲଗାଇବାର ଆଦେଶ ମିରଠ ପୋଲିସ ଦ୍ଵାରା ଦିଆ ଯାଇନଥିଲା। ଏହି ମାମଲାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି।

Avatar

Title:କ’ଣ ଉତ୍ତରପ୍ରଦେଶର ମିରଠ ପୋଲିସ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଥାନାରେ ପ୍ରବେଶ ଉପରେ ପ୍ରତିବଦ୍ଧ ଲଗାଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *