କ’ଣ ମୋର୍ରିସ ଗ୍ୟାରେଜ୍ (ଏମଜି) କମ୍ପାନୀ ବଚପନ କା ପ୍ୟାର ଗାୟକ ସହଦେବଙ୍କୁ ୨୩ ଲକ୍ଷ ମୂଲ୍ୟର କାର ଉପହାରରେ ଦେଇଛି?

False Social

ଦେଖୁ ଦେଖୁ ରାତାରାତି ବଚପନ କା ପ୍ୟାର ଗୀତର ଗାୟକ ସହଦେବ ଦେଶ ସାରା ପ୍ରସିଦ୍ଧ ହେଇ ସାରିଛନ୍ତି। ତାଙ୍କୁ ଅନେକ ଟିଭି କାର୍ଯ୍ୟକ୍ରମରେ ମଧ୍ୟ ଦେଖିବା ମିଳିଛି ଏବଂ ବିଭିନ୍ନ ମଞ୍ଚରେ ତାଙ୍କ ପ୍ରଶଂସା କରା ଯାଉଛି। ଏହା ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୋର୍ରିସ ଗ୍ୟାରେଜ୍ (ଏମଜି) କମ୍ପାନୀ ବଚପନ କା ପ୍ୟାର ଗାୟକ ସହଦେବଙ୍କୁ ୨୩ ଲକ୍ଷ ମୂଲ୍ୟର କାର ଉପହାରରେ ଦେଇଛି। 

ଫ୍ୟାକ୍ଟ କ୍ରିସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଉପରୋକ୍ତ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। କିନ୍ତୁ ଫଳାଫଳରେ ଆମକୁ କେଉଁଠାରେ ମଧ୍ୟ ପୋଷ୍ଟର ଦାବି ସତ୍ୟ ବୋଲି ମିଳିଲା ନାହିଁ। ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଗୁଜୁରାତି ଦଳ ରାୟପୁରର ଏମଜି କମ୍ପାନୀର ସେଲ୍ସ ମ୍ୟାନାଜରଙ୍କ ସହିତ ଯୋଗାଯୋଗ କରିଲା। ସେଲ୍ସ ମ୍ୟାନାଜର କୌଶିକ ସୂଚନା ଦେଲେ ଯେ, “ଉପହାର ସ୍ୱରୂପ ଏମଜି ମୋଟର୍ସ ସହଦେବଙ୍କୁ ୨୩ ଲକ୍ଷ ଟଙ୍କା ମୂଲ୍ୟର କର ଦେଇଥିବା ଖବର ମିଥ୍ୟା ଅଟେ। ଆମ କମ୍ପାନୀ ଦ୍ଵାରା ପ୍ରୋତ୍ସାହନ ରୂପେ ସହଦେବଙ୍କୁ ୨୧,୦୦୦ ଟଙ୍କା ଦିଆ ଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋ ହେଉଛି ଜଣେ ଗ୍ରାହକଙ୍କୁ ପଦୋନ୍ନତିର ଏକ ଅଂଶ  ଭାବରେ ସହଦେବ ଦ୍ଵାରା କାର ଚାବି ଦିଆ ଯାଉଛି।”

ଗୁଗୁଲରେ ସର୍ଚ କରିଲା ପରେ ଆମକୁ ୧୦ ଅଗଷ୍ଟରେ ଟିଭି୯ ହିନ୍ଦୀ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ଏହି ସମ୍ବାଦ ୱେବସାଇଟ ଅନୁଯାୟୀ ଏମଜି ଶୋରୁମ୍ ସହଦେବଙ୍କ ଠାରୁ ଖୁସି ହେଇ ତାଙ୍କୁ ୨୧,୦୦୦ ଟଙ୍କାର ଚେକ୍ର ଉପହାର ସ୍ୱରୂପ ଦେଇଛନ୍ତି। ସୋସିଆଲ ମିଡିଆରେ ସହଦେବଙ୍କୁ ୨୩ ଲକ୍ଷ ଠକାର ଗାଡି ଉପହାର ମିଳିଥିବା ଦାବି ମିଥ୍ୟା ଅଟେ। 

TV9.jpg

TV9 Hindi | Archive

ଆମେ ଏମଜିର ରାୟପୁର ସେଲ୍ସ ଅଧିକାରୀ ଧିରାଜ କୁମାରଙ୍କ ସହିତ ଯୋଗାଯୋଗ କରିଲୁ। ସେ ମଧ୍ୟ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ସୂଚନା ଦେଲେ। ସେ ଆମକୁ ଗଣମାଧ୍ୟମର ସାକ୍ଷାତର ଏକ ଭିଡିଓ ମଧ୍ୟ ପଠାଇଛନ୍ତି। ସେହି ଭିଡିଓରେ ସେ ସହଦେବଙ୍କୁ ଗାଡି ଉପହାର ଦେଇଥିବା ଦାବିକୁ ମିଥ୍ୟା ବୋଲି କହିଛନ୍ତି। 

ଏହା ସହିତ ଧିରାଜ କୁମାର ଆମକୁ ସେହି ଦିନର କିଛି ଅନ୍ୟ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସହଦେବଙ୍କୁ ଉପହାରରେ ୨୧୦୦୦ ଟଙ୍କା ମୂଲ୍ୟର ଚେକ୍ ଦିଆ ଯାଉଛି। 

ଶେଷକଥା

ଆମ ଅନୁଅନ୍ଧାନରେ ପୋଷ୍ଟରେ ଥିବା ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ ହେଲା। ସହଦେବଙ୍କୁ ଏକ ପ୍ରୋତ୍ସାହନ ରୂପେ ଏମଜି ମୋଟର୍ସ ଦ୍ଵାରା ୨୧୦୦୦ ଟଙ୍କା ମୂଲ୍ୟର ଚେକ୍ ଦିଆ ଯାଇଥିଲା।

Avatar

Title:କ’ଣ ମୋର୍ରିସ ଗ୍ୟାରେଜ୍ (ଏମଜି) କମ୍ପାନୀ ବଚପନ କା ପ୍ୟାର ଗାୟକ ସହଦେବଙ୍କୁ ୨୩ ଲକ୍ଷ ମୂଲ୍ୟର କାର ଉପହାରରେ ଦେଇଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *