
ଦେଶରେ ଟେକ୍ନୋଲୋଗୀ ଦିନକୁ ଦିନ ଆଗେଇ ଚାଲିଛି। ଗତ କିଛି ବର୍ଷରେ ଟେଲିକମ୍ କମ୍ପାନୀ ୨ଜି ରୁ ୩ଜି ଏବଂ ଏହା ପରେ ୪ଜି ସୁବିଧା ଦେଇଅଛି। ବର୍ତ୍ତମାନ ସୂଚନା ମିଳିଛି ଯେ ଗ୍ରାହକ ମାନଙ୍କ ପାଇଁ ୫ଜି ସୁବିଧା ଯୋଗାଇବାର ବାର୍ତ୍ତା ଚାଲିଛି।
ଟେଲିକମ୍ ବିଭାଗ ଏବଂ ଭାରତ ସରକାରର ଯୋଗାଯୋଗ ମନ୍ତରାଳୟ କହିଛି ଯେ ୫ଜି ପରୀକ୍ଷଣ ପାଇଁ ଅନୁମୋଦନ ଦିଆଯାଇଛି ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏହି ପରୀକ୍ଷା ପାଇଁ ୫ଜି ସ୍ପେକ୍ତ୍ରମ୍ ବଣ୍ଟନ କରିବେ। ଏହା ନେଇ ସୋସିଆଲ ମିଡିଆରେ ଗୋଟିଏ ବାର୍ତ୍ତା ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଅଛି ଯେ 5ଜି ହେତୁ ପକ୍ଷୀ ମାନଙ୍କୁ ଆଘାତ ହେବା ସହିତ ଏହା ମଣିଷଙ୍କ ଜୀବନକୁ ମଧ୍ୟ କ୍ଷତି କରୁଛି।

ଆମ ଅନୁସନ୍ଧାନ:
5ଜି ବିକିରଣ ବା ବିକିରଣ କ’ଣ?
ବିକିରଣ ହେଉଛି ମହାକାଶ ମାଧ୍ୟମରେ କିମ୍ବା ଭୌତିକ ମାଧ୍ୟମ ମାଧ୍ୟମରେ ବିକିରଣ ଶକ୍ତି କିମ୍ବା ତରଙ୍ଗ କିମ୍ବା କାଣିକ ଆକାରରେ ଶକ୍ତି ବିସ୍ତାର କରିବା। 5ଜି ହେଉଛି ସର୍ବଶେଷ ବେତାର ମୋବାଇଲ ଫୋନ୍ ଟେକ୍ନୋଲୋଜି ଯାହା ସେଲୁଲାର ଫୋନ୍ କମ୍ପାନୀ ଗୁଡ଼ିକ ୨୦୧୯ ରେ ସାରା ବିଶ୍ଵରେ ନିଯୋଜନ ଆରମ୍ଭ କରିଛନ୍ତି।
ଆଇ.ସି.ଏନ.ଆଇ.ଆର.ପି (ଆନ୍ତର୍ଜାତୀୟ ଆୟୋଗ ଅନ୍ ନନ୍ ଆୟୋନାଇଜିଙ୍ଗ ବିକିରଣ ସୁରକ୍ଷା) ଦ୍ଵାରା ପ୍ରକାଶିତ ଏକ ଅନୁଛେଦରେ ଆପଣ ଏହି ବିଷୟରେ ଅଧିକ ସୂଚନା ପଢୀ ପାରିବେ। ଏହି ଅନୁଛେଦରେ କୁହା ଯାଇଅଛି, “ଏହା ଧ୍ୟାନ ଦେବା ଜରୁରୀ ଯେ, ଏପରଜ୍ଯନ୍ତ ମାପାଯାଇଥିବା 5ଜି ସ୍ତର ଅନୁଯାୟୀ ଆଇ.ସି.ଏନ.ଆଇ.ଆର.ପି (୧୯୯୮) ନିର୍ଦେହାବଳୀ ମଧ୍ୟ ୫ଜି ଟେକ୍ନୋଲୋଜି ପାଇଁ ସୁରକ୍ଷା ଯୋଗାଇବ। ନୂତନ ଟେକ୍ନୋଲୋଜିରେ କିପରି ବିକାଶ ହେବ ତାହା ପୂର୍ବାନୁମାନ କଷ୍ଟସାଧ୍ୟ ହୋଇଥିବାରୁ ଆଇ.ସି.ଏନ.ଆଇ.ଆର.ପି (୨୦୨୦) ଅନେକ ପରିବର୍ତନ କରିଛି ଯେ ୫ଜି ଟେକ୍ନୋଲୋଜି ଆମକୁ କୌଣସି କ୍ଷତି ପହଞ୍ଚେଇ ପାରିବ ନାହିଁ।

କ’ଣ ୫ଜି ବିକିରଣ ମଣିଷ ମାନଙ୍କ ପାଇଁ କ୍ଷତିକାରକ?
ଏହି ବିଷୟରେ ଜାଣିବା ପାଇଁ ଆମେ ଡିଜିଟ ମ୍ୟାଗାଜିନର ସମ୍ପାଦକ ମିଥୁନ ମୋହନଦାସଙ୍କ ସହିତ ଯୋଗାଯୋଗ କରିଲୁ। ତାଙ୍କ କହିବା ଅନୁଯାୟୀ “5ଜି ବିକିରଣ ମଣିଷ, ପକ୍ଷୀ କିମ୍ବା ଅନ୍ୟ କୌଣସି ଜୀବକୁ କ୍ଷତି ପହଞ୍ଚାଏ ନାହିଁ। ଯଦି ତାହା ହୋଇଥାନ୍ତା 5ଜି ଟାୱାର ଅନୁମୋଦିତ ହୋଇନଥାନ୍ତା। ଅନେକ ଦେଶରେ 5ଜି ସ୍ଥାପନା ହେବାର ଅନେକ ବର୍ଷ ହେଇ ସାରିଛି କିନ୍ତୁ ସେଠାରୁ କାହାର ମଧ୍ୟ କ୍ଷତି ହେବାର ଖବର ଆସି ନାହିଁ। ଅପେକ୍ଷାକୃତ ନିକଟବର୍ତ୍ତୀ ସ୍ଥାନରେ ଲୋକମାନେ ଉତ୍ତାପ ହେତୁ କିଛି ସମସ୍ଯାର ସମ୍ମୁଖୀନ ହୋଇପାରନ୍ତି। ଏହା ନେଇ ଅନୁସନ୍ଧାନ ଚାଲୁ ଅଛି।”
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ୫ଜି ବିଷୟରେ ସୂଚନା ପ୍ରକାଶିତ ହୋଇଥିବା ମିଳିଲା। ଏହି ପ୍ରକାଶନରେ କୁହା ଯାଇଅଛି ଯେ “ଆଜି ପର୍ଯ୍ୟନ୍ତ ବହୁ ଗବେଷଣା ପରେ, WHO ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ବେତାର ପ୍ରଯୁକ୍ତିବିଦ୍ୟା କୌଣସି ପ୍ରତିକୂଳ ସ୍ୱାସ୍ଥ୍ୟ ସମସ୍ଯା ସୃଷ୍ଟି କରେ ନାହିଁ। ଫ୍ରିକୁଏନ୍ସି ବଢିବା ସହିତ ଶରୀରରେ ବିକରଣ କମ ଅନୁପ୍ରବେଶ କରେ। ସର୍ତ୍ତ ରହିଛି ଯେ ସାମଗ୍ରିକ ଏକ୍ସପୋଜର ଆନ୍ତର୍ଜାତୀୟ ନିର୍ଦେଶାବଳି ତଳେ ରହିଥାଏ।”

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ୫ଜି ବିକରଣରୁ ମଣିଷ ସ୍ୱାସ୍ଥ୍ୟ ଉପରେ କୌଣସି କ୍ଷତି ହୋଇନଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ 5ଜି ବିକିରଣ ସଂସ୍ପର୍ଶ ସ୍ତରଗୁଡ଼ିକ ସାଂପ୍ରତିକ 3ଜି ଏବଂ 4ଜି ନେଟୱାର୍କ ସହିତ ତୁଳନାତ୍ମକ ହେବ ଯାହାକି କ୍ଷତିକାରକ ବିକିରଣ ସୀମା ଠାରୁ ଯଥେଷ୍ଟ କମ।

Title:କ’ଣ ୫ଜି ବିକରଣ ପର୍ଜ୍ୟାବରଣ ଦୂଷିତ କରି ବର୍ତ୍ତମାନ ପକ୍ଷୀ ସହିତ ମଣିଷକୁ ମଧ୍ୟ କ୍ଷତି କରୁଛି?
Fact Check By: Siddharth SahuResult: False
