କ’ଣ ତାଲିବାନ ଆଫଗାନିସ୍ତାନ ଭଲିବଲ୍ ମହିଳା ଖେଳାଳିଙ୍କର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

International Misleading Terrorism

ପୋଷ୍ଟରେ ଦାବି କରା ଯାଇଛି ଯେ “ମହିଳାଙ୍କ ପାଇଁ ସଜା ପାଲଟି ଯାଇଛି ତାଲିବାନୀଶାସନ। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ହେଲେ ଏହା ମଧ୍ୟରେ ତାଲିବାନର ବର୍ବରକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ତାଲିବାନ ଆଫଗାନ ଜୁନିୟର ମହିଳା ଭଲିବଲ ଜାତୀୟ ଦଳର ଜଣେ ଖେଳାଳିଙ୍କୁ ଗଳାକାଟି  ହତ୍ୟା କରିଛି। ପର୍ସିଆନ ଇଣ୍ଡିପେଡେଣ୍ଟ ସହ ସାକ୍ଷାତକାର ସମୟରେ କୋଚ୍ ସୂର୍ୟା ଅଫଜଲି  କହିଛନ୍ତି, ମହଜବିନ ହାକିମି ନାମକ ଜଣେ ମହିଳା ଭଲିବଲ ଖେଳାଳିଙ୍କୁ ତାଲିବାନ ଚଳିତ ମାସରେ ଗଳାକାଟି ହତ୍ୟା କରିଛି। ମାତ୍ର କାହାକୁ ମଧ୍ୟ ଏହି ହତ୍ୟାକାଣ୍ଡ ବିଷୟରେ କିଛି ଜଣା ନାହିଁ। କାରଣ ତାଲିବାନ ମୃତକ ପରିବାରକୁ ଏହି ବିଷୟରେ ମୁହଁ ନଖୋଲିବାକୁ ଧମକ ଦେଇଥିଲା।“

fb.jpg

Facebook | Archive | Website | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଦାବି ବିଷୟରେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। କିନ୍ତୁ ଅନେକ ଗଣମାଧ୍ୟମ ସମ୍ବାଦରେ ଆମକୁ ଦାବି ସତ୍ୟ ବୋଲି ଜଣା ପଡିଲା। ସେଥିପାଇଁ ଆମେ ଏହି ବ୍ବିଶୟରେ ସତ୍ୟତା ଜାଣିବା ପାଇଁ ଆମ ଫ୍ୟାକ୍ଟ କ୍ରିଷେଣ୍ଡୋ ଆଫଗାନ ଦଳ ସହିତ ଯୋଗାଯୋଗ କରିଲୁ। ଫ୍ୟାକ୍ଟ କ୍ରିଷେଣ୍ଡୋ ଆଫଗାନ ମଧ୍ୟ ସମାନ ଦାବି ଯାଞ୍ଚ କରି ତାହାକୁ ମିଥ୍ୟା ବୋଲି ପ୍ରମାଣ କରିଛି।

ଫ୍ୟାକ୍ଟ କ୍ରିଷେଣ୍ଡୋ ଆଫଗାନ ମଝାବିନ ହକିମି ନାମକ ସେହି ଭଲିବଲ୍ ଖେଳାଳିଙ୍କ ନିକଟ ପରିବାର ଜଣେ ଘନିଷ୍ଠ ସହଯୋଗୀଙ୍କ ସହିତ ସମ୍ପର୍କ କରିଲା। ନିଜ ନାମ ଗୁପ୍ତ ରଖିବା ଅନୁରୋଧ କରି ତାଙ୍କ ଘନିଷ୍ଠ ସହଯୋଗୀ ସାକ୍ଷାତରେ ସୂଚନା ଦେଲେ ଯେ “ତାଲିବାନ କାବୁଲକୁ ନିୟନ୍ତ୍ରଣ କରିବାର କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ମହିଳା ଜାତୀୟ ଭଲିବଲ୍ ଦଳର ସଦସ୍ୟ ମହଜୁବିନ ହାକିମିଙ୍କୁ ହତ୍ୟା କରା ଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ତାଲିବାନ ତାଙ୍କ ହତ୍ୟାରେ ସମ୍ପୃକ୍ତ ନୁହନ୍ତି ଏବଂ ତାଲିବାନ ତାଙ୍କ ପରିବାର ପାଇଁ କୌଣସି ବିପଦ ସୃଷ୍ଟି କରି ନାହିଁ। ବାଣୁଆ ହାକିମିଙ୍କ ପରିବାର ହତ୍ୟାକାରୀଙ୍କୁ ଜାଣିଛନ୍ତି କିନ୍ତୁ ତାଙ୍କ ନାମକୁ ପ୍ରକାଶ କରିବାକୁ ମନା କରିଛନ୍ତି।”

ତାଲିବାନର ରାଜନୈତିକ ଦଳ ମୁଖପାତ୍ର ମହମ୍ମଦ ନଇମ ମଧ୍ୟ ଟୁଇଟ କରି କହିଛନ୍ତି ଯେ ଆଫଗାନିସ୍ତାନ ମହିଳା ଖେଳାଳି ମୁଜାବିନଙ୍କ ହତ୍ୟାରେ ତାଲିବାନ ସମ୍ପୃକ୍ତ ନୁହନ୍ତି। ସେ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି ଏବଂ ପୂର୍ବ ସରକାର ସମୟରେ ଏହି ଘଟଣା ଘଟିଥିବା ଦାବି କରିଛନ୍ତି। 

Archive

ଏହି ବିଷୟ ନେଇ ଜି ନ୍ୟୁଜ ମଧ୍ୟ ଏକ ସମ୍ବାଦ ପ୍ରକାଶିତ କରିଛି ଯେଉଁଥିରେ ସେ ପୋଷ୍ଟରେ କରା ଯାଇଥିବା ଦାବିକୁ ବିଭ୍ରାନ୍ତକାରୀ ବୋଲି କହିଛି। ଏହି ଘଟଣା ସାମନାକୁ ସେତେବେଳେ  ଆସିଲା ଯେତେବେଳେ ଆଫଗାନିସ୍ତାନ ଭଲିବଲ୍ ଦଳ କୋଚ୍ ଗଣମାଧ୍ହୟମରେ କହିଥିଲେ ଯେ ତାଲିବାନ ମହଜୁବିନଙ୍କ ହତ୍ୟା କରିଛି। ଏହା ସହିତ ସେ ଏହା ମଧ୍ୟ ଦାବି କରିଥିଲେ ଯେ ତାଲିବାନ ମହିଳା ଦଳର ସମସ୍ତ ଖେଳାଳିଙ୍କୁ ଖୋଜୁଛି। 

Archive

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନହିଁ। ମହଜୁବିନ ହାକିମିଙ୍କ ମୃତ୍ୟୁ ତାଲିବାନ ଶକ୍ତିରେ ଆସିବା ପୂର୍ବରୁ ହୋଇଥିଲା। ତାଙ୍କ ମୃତ୍ୟୁରେ ତାଲିବାନର ହାତ ନାହିଁ ବୋଲି ତାଙ୍କ ଘନିଷ୍ଠ ସହଯୋଗୀ କହିଛନ୍ତି।

Avatar

Title:କ’ଣ ତାଲିବାନ ଆଫଗାନିସ୍ତାନ ଭଲିବଲ୍ ମହିଳା ଖେଳାଳିଙ୍କର ହତ୍ୟା କରିଛନ୍ତି?

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *