
୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛିଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ହାଉଥିବା ଦୂଷକର୍ମ ପାଇଁ ବିଜେପି ସରକାର ଆଉ ଯୋଗୀ ଆଦିତ୍ୟନାଥଙ୍କୁ ଅଭିଯୋଗ ଦେଉଛନ୍ତି। ଏହି ଭିଡିଓରେ ମୋଦିଜି କହୁଛନ୍ତିଯେ ଜଣେ ଦଳିତ ଝିଅ ସହିତ କିଛି ଲୋକେ ଗଣଦୁଷ୍କର୍ମ କରିଛନ୍ତି। କିନ୍ତୁ ସେଠିକାର ସରକାର ଏବଂ ପୋଲିସ ଏଏହି ଘଟଣାକୁ ଲୁଚାଇବାରେ ଲାଗିଛି, କାରଣ ଏଏହି କଥା ସାମନାକୁ ଆସିଲେ ଭୋଟ୍ ଗଣନା କମ ହେଇଯିବ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୧ ମେ୨୦୧୯ ମସିହାରେ ହିନ୍ଦୁସ୍ଥାନ ଟାଇମ୍ସର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଅଲୱାର ସହରରେ ଜଣେ ଦଳିତ ମହିଳା ସହିତ ଗଣଦୁଷ୍କର୍ମ ଘଟଣା ନେଇ କଂଗ୍ରେସ ଉପରେ ଅଭିଯୋଗ ଲଗାଉଛନ୍ତି। ୨୬ ଏପ୍ରିଲ ୨୦୧୯ ରେ ୧୯ ବର୍ଷୀୟ ମହିଳାକୁ ତାଙ୍କ ସ୍ଵାମୀ ସାମନାରେ ଦୁଷ୍କର୍ମ କରା ଯାଇଥିଲା। ମୋଦୀଙ୍କ କହିବା ଅନୁଯାୟୀ ସେଠିକାର ପୋଲିସ ଏବଂ କଂଗ୍ରେସ ସରକାର ଭୋଟ୍ ଗଣନା କମ ହେଇଯିବା ଭୟରେ ହି ଘଟଣାକୁ ସାମନାକୁ ଆଣିବାପାଇଁ ଦେଉ ନାହାନ୍ତି।
ଆମେ ପୋଷ୍ଟ କରା ଯାଇଥିବା ଭିଡିଓ ସହିତ ୟୁଟ୍ୟୁବରେ ମିଳିଥିବା ଭିଡିଓର ତୁଳନା କରିଲୁ। ଦୁଇଟି ଭିଡିଓର ତୁଳନା ଆପଣ ମାନେ ତଳେ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହୀଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ କୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଅଛି। ପ୍ରକୃତର ଭିଡିଓର ମୋଡିଜି ରାଜସ୍ଥାନର କଂଗ୍ରେସ ସରକାର ଉପରେ ଅଭିଯୋଗ ଲଗାଉଛନ୍ତି।
Title:କ’ଣ ପ୍ରଧାନମନ୍ତ୍ରୀ ବର୍ତମାନ ହେଇଥିବା ଦୁଷ୍କର୍ମ ପାଇଁ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ସରକାରଙ୍କୁ ଅଭିଯୋଗ ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False

