
ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ପାକିସ୍ତାନର ସଂସଦର ଦୃଶ୍ୟ ଅଟେ। ଏହି ଭିଡିଓ ଗୋଟିଏ ନ୍ୟୁଜ ଚ୍ୟାନାଲରେ ପ୍ରସାରିତ ହୋଇଅଛି। ଭିଡିଓରେ ଜଣେ ସାଂସଦ କିଛି କହିବାକୁ ଚେଷ୍ଟା କରୁଥିବା ସମୟରେ ବାକି ନେତା ମାନେ ମୋଦୀ ମୋଦୀ ଚିତ୍କାର କରୁଥିବା ଶୁଣିବାକୁ ମିଳିଛି।
ଫେକ୍ଟ କୃସେଣ୍ଡୋର ଅନୁସନ୍ଧାନର ଏହି ଭିଡିଓରେ କରା ଯାଇଥିବା ଦାବି ମିଥ୍ୟା ବୋଲି ପ୍ରମାଣ ହେଇଛି।
କ’ଣ ଦାବି ଏହି ପୋଷ୍ଟର?
୨୯ ଅକ୍ଟୋବରରେ ଜଣେ ଫେସବୁକ ୟୁଜର “ଉତ୍କଳ ସେନା ବିଜେପି” ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ପାକିସ୍ତାନର ସଂସଦରେ ମୋଦୀ ମୋଦୀ ନାରା ଶୁଣିବାକୁ ମିଳିଛି। ଏହା ସହିତ ସେ ଏହା ମଧ୍ୟ ଲେଖିଛନ୍ତି ଯେ “ଦେଶ ବିରୋଧୀ ଚାମଚା କମ୍ୟୁନିଷ୍ଟ ଓ ସେକ୍ଯୁଲାର ଗ୍ୟାଙ୍ଗ ମାନଙ୍କର ପୋଡ଼ାଜଳା ଆରମ୍ଭ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓକୁ ଗୁଗୁଲ ଇନଭିଡ୍ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିହାଜିତ କରିଲୁ। ଏହା ପରେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୬ ଅକ୍ଟୋବରରେ ଦୁନିଆ ନ୍ୟୁଜ ନାମକ ୟୁଟ୍ୟୁବ ଚ୍ୟାନାଲରେ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ପାକିସ୍ତାନୀ ସାଂସଦ ଶାହ ମେହବୁବ ଖୁରେଶୀ ସଂସଦରେ ନିଜ ମନ୍ତବ୍ୟ ରଖିବା ସମୟରେ ଅନ୍ୟ ସାଂସଦଙ୍କ ମଧ୍ୟରେ ହଇଛଇ ସୃଷ୍ଟି ହେଇଥିଲା। ଏହି ଭିଡିଓ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସଂସଦରେ ସେଠିକାର ସାଂସଦ ମାନେ ଭୋଟିଙ୍ଗ ଭୋଟିଙ୍ଗ ନାରା ଲଗାଇଥିଲେ ଯେଉଁଟା ମୋଦୀ ମୋଦୀ ନାରା ପରି ଲାଗୁଥିଲା।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ଦେଇ ସର୍ଚ କରିଲା ପରେ ୨୭ ଅକ୍ଟୋବରରେ ଡନ୍ ପାତ୍ରୀକାରେ ଏହି ଘଟଣା ବିଷୟରେ ବିବରଣ ପ୍ରକାଶିତ ହେଇଛି। ଏହି ପତ୍ରିକାରେ କୁହା ଯାଇଅଛି ଯେ ପାକିସ୍ତାନ ବିଦେଶ ମନ୍ତ୍ରୀ ଖୁରେଶୀ ସଂକଲ୍ପ ପଢୁଥିବା ସମୟରେ ବିପକ୍ଷ ଦଳ ନେତା ମାନେ ଭୋଟିଙ୍ଗର ଦାବି କରୁଛନ୍ତି।

ଶେଷକଥା:
ଆମ ଆନୁସନ୍ଧାନ ରୁ ପ୍ରମାଣ ହେଲା ଯେ ପ୍ପ୍ରକୃତର ଭିଡିଓରେ ପାକିସ୍ତାନ ସଂସଦରେ ସାଂସଦ ମାନେ ଭୋଟିଙ୍ଗ-ଭୋଟିଙ୍ଗ ନାରା ଲଗାଇଥିଲେ। ଏହା କୁ ମୋଦୀ ମୋଦୀ ନାରା କହି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ପାକିସ୍ତାନର ସଂସଦରେ ସାଂସଦ ମାନେ ପ୍ରକୃତରରେ ମୋଦୀ-ମୋଦୀ ଚିତ୍କାର କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False