
ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଜଣେ ମହିଳା ଟ୍ରେନରକୁ ସ୍ପର୍ଶ କରୁଥିବା ଏକ ଭିଡିଓ ଭାଇରାଲ ହେଇଛି। ଭିଡିଓ ସହ ଦାବି କରାଯାଉଛି ଯେ, ଜଣେ ମୁସଲମାନ ଜିମ୍ ଟ୍ରେନର ଦିଲ୍ଲୀର ଜଣେ ହିନ୍ଦୁ ମହିଳାଙ୍କୁ ଫାଶରେ ପକାଇବାର ଦୃଶ୍ୟ। ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
28 ମାର୍ଚ୍ଚରେ Jeeban Rout ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଭିଡିଓରେ ଦେଖନ୍ତୁ ସେ କିପରି ଜଣେ ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲୋକ ଦେଖିବା ସହ ଭିଡିଓକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧା କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିବାରୁ ଆମକୁ ଭାଇରାଲ ଭିଡିଓ ସମ୍ପର୍କରେ କିଛି ଲିଙ୍କ ମିଳିଲା। 23 ଜୁନ 2017ରେ Body by imran ଫେସବୁକ ପେଜରେ ଭାଇରାଲ ଭିଡିଓ ମିଳିଲା। ଇମ୍ରାନ ଫେସବୁକ ପେଜରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କ ପତ୍ନୀ ରେଶମା ରଜାକଙ୍କୁ ତାଙ୍କ ଜିମରେ ତାଲିମ ଦେଇଉଛନ୍ତି। ଏହା ଛଡ଼ା ତାଙ୍କ instagram ଆକାଉଣ୍ଟରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେମାନେ ଦୁଇଜଣ ପତି ପତ୍ନୀ ବୋଲି ସ୍ପଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ Body by imran ପେଜରେ ଅନ୍ୟ ଏକ ଭିଡିଓ ଦେଖିବାକୁ ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓରେଥିବା ମହିଳା ଉପସ୍ଥିତ ଅଛନ୍ତି। ଭିଡିଓଟି 20 ଡିସେମ୍ବର 2017ରେ ପୋଷ୍ଟ କରାଯାଇଛି। ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ସେ ତାଙ୍କ ପତ୍ନୀ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Imran razacତାଙ୍କ ଫେସବୁକ ପେଜରେ ଲାଇଭ ଆସି କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀ ରେସ୍ମା ସହ କେମି ଦେଖା ହେଲେ ଏବଂ ସେମାନେ କେମିତି ସବୁ ଆରମ୍ଭ କରିଥିଲେ। ଯେଉଁଥିରେ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓରେଥିବା ବ୍ୟକ୍ତି ଏବଂ ମହିଳା ଦୁଇ ଜଣ ଦମ୍ପତି ଅଟନ୍ତି। ଦେଖନ୍ତୁ। ଏହା ପରେ ଆମକୁ ଭାଇରାଲ ଭିଡିଓରେଥିବା ମହିଳାଙ୍କ instagram.ପେଜ ପାଇଲୁ। ଯେଉଁଥିରେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ତାଙ୍କ ସ୍ୱାମି ବୋଲି ଲେଖିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭିଡିଓରେଥିବା ବ୍ୟକ୍ତି ଏବଂ ମହିଳା ସ୍ୱାମି , ସ୍ତ୍ରୀ ଅଟନ୍ତି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Instagram
ଏହା ପରେ instagram ପେଜରେ ଜିମର ନାମ Long Circular Gym ଲେଖା ହୋଇଥିବାର ପାଇଲୁ। ଏହାକୁ ଗୁଗୁଲର ଲୋକେସନ ରେ ସର୍ଚ୍ଚ କରି ଦେଖିବାରୁ ସ୍ପଷ୍ଟ ହେଲା ଯେ, Long Circular Gym ଭାରତରେ ନୁହେଁ ବରଂ (Trinidad & Tobago) ତ୍ରିନିଦାଦ ଏବଂ ଟୋବାଗୋରେ ଅଟେ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। ତଳେ ଆମକୁ ମିଳିଥିବା ଇନସ୍ଟାଗ୍ରାମ ଏବଂ ଗୁଗୁଲ ଲୋକେସନ ସର୍ଚ୍ଚ କରିଥିବାର ବିଶ୍ଲେଷଣ ଦେଖନ୍ତୁ।
ଏଠାରେ google ଲୋକେଶନ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଲଭଜିହାଦ ମିଥ୍ୟା ଦାବିରେ ଜିମ ଟ୍ରେନରର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଥିବା ବ୍ୟକ୍ତି ଏବଂ ମହିଳା ସ୍ୱାମି ସ୍ତ୍ରୀ ଅଟନ୍ତି। ଏହା ଛଡ଼ି ଭାଇରାଲ ଭିଡିଓ ଭାରତର ଦିଲ୍ଲି ସହରର ନୁହେଁ ବରଂ (Trinidad & Tobago) ତ୍ରିନିଦାଦ ଏବଂ ଟୋବାଗୋ ଦେଶର ଅଟେ।

Title:ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି ?
Fact Check By: Saritadevi SamalResult: False
