କ’ଣ ଭାଇରାଲ ଭିଡିଓରେ ଏକ ମୁସ୍ଲିମ ବ୍ୟକ୍ତି ସିଖ ବନି ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଗିରଫ କରିଥିଲା? ଜାଣନ୍ତୁ ସତ୍ୟ।

False Social

28 ଡିସେମ୍ବରରେ Asok rout ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଭଗୱା ନାମକ ବ୍ୟକ୍ତିକର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଏବଂ ଦାବି କରାଯାଇଛି ଯେ, ସିଖ ଧର୍ମକୁ ବଦନାମ କରିବା ପାଇଁ ମୁସ୍ଲିମ ବ୍ୟକ୍ତି ସିଖ ବନିକି ଆସିଥିଲା। ଭଲ ହେଲା ପୋଲିସ ହାତରେ ଧରା ପଡ଼ିଗଲା ନଚେତ୍ ରବିସ କୁମାର(ସାମ୍ବାଦିକ) ଭଳି ଲୋକ ସିଖ ବିରୋଧି କୁହନ୍ତେ। 14 ସେକେଣ୍ଡର ଏହି ଭାଇରାଲ ଭିଡିଓରେ ପୋଲିସ ଜଣେ ସିଖ ବ୍ୟକ୍ତିକୁ ଟାଣି ଟାଣି ନେବା ସହ ବ୍ୟକ୍ତି ମୁଣ୍ଡରେ ଥିବା ପଗଡ଼ିକୁ ଟାଣିକି କାଢ଼ିବାର ଦେଖା ଯାଉଛନ୍ତି। ଏହି ଭିଡିଓରେ ପୋଲିସ କର୍ମି ବ୍ୟକ୍ତି ସହିତ ଜୋର ଜବରଦସ୍ତ କଲା ପରି ଦେଖା ଯାଉଛନ୍ତି। ତେବେ ପ୍ରଶ୍ନ ଏହା ସେ ଭିଡିଓରେ ଥିବା ବ୍ୟକ୍ତି ସିଖ ନା ମୁସ୍ଲିମ? ଯଦି ସିଖ ତେବେ ପୋଲିସ ତାଙ୍କ ମୁଣ୍ଡରୁ ପଗଡ଼ି କାହିଁକି କାଢ଼ି ଦେଲେ? ଏହି ଭିଡିଓ କ’ଣ ଏବେର ଅଟେ? 

ଭାଇରାଲ ପୋଷ୍ଟର ଏଠାରେ ଲିଙ୍କ୍ ଦେଖନ୍ତୁ- 

ତେବେ ଭାଇରାଲ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭିଡିଓକୁ ଇନବିଡରେ ପକାଇ ଭିଡିଓ ଇମେଜକୁ ଭାଙ୍ଗିଲୁ। ଏହାପରେ ଆମେ ଭିଡିଓର ଥିବା ଇମେଜକୁ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡିଓ Sikh Touch ନାମକ ୟୁଟ୍ୟବ ଚ୍ୟାନଲରେ ପାଇଲୁ। ପୋଷ୍ଟରେ ଲେଖା ଯାଇଥିଲା ଯେ, ପଞ୍ଜାବ ପୋଲିସ 28 ମାର୍ଚ 2011ରେ ମୋହାଲି ସ୍ଟାଡିଅମ ସାମ୍ନାରେ ଏକ ସିଖ ଯୁବକର ପଗଡ଼ି ଖୋଲି ଦେଇଥିଲେ। ଏଥିରୁ ଜଣାଗଲା ଯେ, ଏହି ଭିଡିଓ 2011 ମସିହାର ଅଟେ। ୟୁଟ୍ୟୁବ ଲିଙ୍କ୍ ତଲେ ଦେଖନ୍ତୁ। 

https://www.youtube.com/watch?v=D29YHA8X3Ik

ଏହା ଛଡ଼ା ଏହି ଭିଡିଓ Paul Singh  ଏବଂ Chardikla TimeTV ରେ ମଧ୍ୟ 2011 ମସିହାର ପୋଷ୍ଟ କରାଯାଇଥିଲା। ଏହି ପୋଷ୍ଟ 28 ମାର୍ଚରୁ 31 ମାର୍ଚ ମଧ୍ୟରେ ପୋଷ୍ଟ କରାଯାଇଛି।  ଏବଂ ଏହି ପୋଷ୍ଟରେ ମଧ୍ୟ ପଞ୍ଜାବ ପୋଲିସ 28 ମାର୍ଚ 2011ରେ ମୋହାଲି ସ୍ଟାଡିଅମ ସାମ୍ନାରେ ଏକ ସିଖ ଯୁବକର ପଗଡ଼ି ଖୋଲି ଦେବାର ଲେଖା ଯାଇଛି।

ତେବେ ପ୍ରକୃତରେ 28 ମାର୍ଚ 2011 ରେ କଣ ହୋଇଥିଲା ତାହା ଜାଣିବା ପାଇଁ ଆମେ ସର୍ଚ କରିଲୁ। ସର୍ଚରେ ଆମକୁ The Indian Express ରେ ଏହି ନ୍ୟୁଜ ପାଇଲୁ। ନ୍ୟୁଜ ରିପୋର୍ଟ ମୁତାବକ 28 ମାର୍ଚ 2011ରେ ଏହି ଘଟଣା ପଞ୍ଜାବର ମୋହାଲୀ ସ୍ଥିତ ପିସିଏ ସ୍ଟେଡୟମ ପାଖରେ  ଗ୍ରାମିଣ ପଶୁ ଡାକ୍ତରମାନେ ଧରଣା ପ୍ରଦର୍ଶନ କୁଥିଲେ। ପ୍ରଦର୍ଶନର ଦୁଇଦିନ ପରେ ସ୍ଟାଡିଅମରେ ଭାରତ ପାକିସ୍ତାନର ଆଇସିସି କ୍ରିକେଟ ବିଶ୍ୱକପର ସେମିଫାଇନଲ ହେବାର ଥିଲା। ଏହାକୁ ଧ୍ୟାନରେ ରଖି ପଞ୍ଜାବ ପୋଲିସ ଧରଣା ପ୍ରଦର୍ଶନକାରିଙ୍କୁ ସ୍ଟାଡିଅମ ସାମ୍ନାରୁ ହଟାଇବାକୁ ପ୍ରୟାସ କୁଥିଲା। 28 ମାର୍ଚ 2011 ଦିନ 12.45 ସମୟରେ ଗ୍ରାମିଣ ପଶୁ ଡାକ୍ତର ପ୍ରଦର୍ଶନକାରି ମାନେ ପ୍ରଦର୍ଶନ ତେଜ କଲା ପରେ ପଞ୍ଜାବ ପୋଲିସ ସୋମାନକୁ ରୋକିକୁ ଜାଇ ଲାଠି ଚାର୍ଜ କରିଥିଲା। ଏହି ନ୍ୟୁଜ The Times of India  ଏବଂ  Shike net ରେ ମଧ୍ୟ ପ୍ରକାଶିତ ହୋଇଛି। ଅଧିକ ସୂଚନା ପାଇଁ ଦିଆ ଯାଇଥିବା ଲିଙ୍କରେ କ୍ଲିକକରନ୍ତୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-The Indian Express  ।  Archive

ଏହା ଛଡ଼ା ପଞ୍ଜାବି ଯୁବକର ପଗଡ଼ି କାଢ଼ିବାରୁ ଦୁଇ ପୋଲିସ କର୍ମିକୁ ନିଲମ୍ବିକ କରିଥିବାର ଏକ ନ୍ୟୁଜ The Times of Indiaରେ ପାଇଲୁ। ଏହି ନ୍ୟୁଜ 31 ମାର୍ଚରେ ପ୍ରକାଶିତ କରାଯାଇଥିଲା। ପ୍ରକାଶିତ ନ୍ୟୁଜରେ ଲେଖା ଯାଇଛି ଯେ, ପଞ୍ଜାବ ସରକାର ପଞ୍ଜାବି ଯୁବକ ପଗଡ଼ି କାଢ଼ିବାର ଆରୋପରେ ଦୁଇ ପୋଲିସ କର୍ମିକୁ ନିଲମ୍ବିତ କରିଥିଲେ। ଅଧିକ ସୂଚନା ପାଇଁ ଲିଙ୍କ ରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-The Times of India  । Archive

ଭାଇରାଲ ଭିଡିଓରେ ଥିବା ସିଖ ବ୍ୟକ୍ତି 31 ମାର୍ଚ 2011ରେ ପଞ୍ଜାବ ପୋଲିସ ନାମରେ ମାମଲା ରୁଜୁ କରିଥିବାର ଲିଙ୍କ ଆମକୁ United Sikhs ପେଜରୁ ପାଇଲୁ। ଲିଙ୍କ୍ କୁ ଯାଇ ମାମଲା ରୁଜୁର କରିଥିବା ତଥ୍ୟ ଦେଖିପାରିବେ। 

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ 8 ବର୍ଷ ପୁରୁଣା ଅଟେ ଅର୍ଥାତ୍ 2011 ମସିହାର ଅଟେ। ଅନୁସନ୍ଧାନରୁ ପାଇଲୁ ଯେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ମୁସ୍ଲିମ ନୁହେଁ ବରଂ ସିଖ ହି ଅଟନ୍ତି।  ଭିଡିଓରେ ପୋଲିସ ସିଖ ବ୍ୟକ୍ତିର ପଗଡ଼ି କାଢ଼ିବାରୁ ଦୁଇ ପୋଲିସ କର୍ମିକୁ ନିଲମ୍ବିତ ମଧ୍ୟ କରାଯାଇଥିଲା। ଅଥିକୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ମୁସ୍ଲିମ ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ଭାଇରାଲ ଭିଡିଓରେ ଏକ ମୁସ୍ଲିମ ବ୍ୟକ୍ତି ସିଖ ବନି ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଗିରଫ କରିଥିଲା? ଜାଣନ୍ତୁ ସତ୍ୟ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *