କ’ଣ ମୁସଲମାନ ମାନେ କେରଳର ୬ ଗୋଟି ଜିଲ୍ଲାକୁ ନିଜର ଦେଶଘୋଷଣା କରି ସେନା ତିଆରି କରି ସାରିଛନ୍ତି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମେଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ମିଳିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସବୁଜ ରଙ୍ଗ ୟୁନିଫର୍ମ ପିନ୍ଧି ଲୋକଙ୍କ ବିଶାଳ ସମୂହ ମଳୟାଲାମ ଭାଷାରେ ପ୍ରତିଶ୍ରୁତି ନେଉହାନ୍ତି ଏବଂ ସେଲୟୁଟ କରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ କେରଳରେ ମୁସଲମାନ ମାନେ ୬ ଗୋଟି ଜିଲ୍ଲାକୁ ନିଜର ଦେଶରେ ପରିଣତ କରି ତାଙ୍କ ରାଷ୍ଟ୍ରପତିଙ୍କ ମଧ୍ୟ ଚୟନ କରି ସାରିଛନ୍ତି। ଏହା ସହିତ ସେମାନେ ଏକ ସେନା ମଧ୍ୟ ତିଆରି କରିଛନ୍ତି। ଧୀରେ ଧୀରେ ଦେଶକୁ ଇସଲାମିକ ଦେଶ ତିଆରି କରିବା ଆରମ୍ଭ କରି ସାରିଲେଣି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମର ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ୧ ଅକ୍ଟୋବର ୨୦୧୮ ମସିହାରେ ଫେସବୁକରେ ପ୍ରସାରିତ ହେଇଥିବା ମିଳିଲା। ଏହି ପୋଷ୍ଟରେ ମଳୟାମରେ ଲେଖା ଯାଇଅଛି ଯେ ଏହି ଅବସର ସମୟରେ ପି.କେ.କୁନାହାଲିକୁଟ୍ଟି ଶାହିବ ମେମୋରିଆଲ ପ୍ୟାରେଡରେ ସବୁଜ ସେନାର ଗାର୍ଡ ଅଫ୍ ଅନର ଗ୍ରହଣ କରୁଛନ୍ତି। 

https://www.facebook.com/watch/?v=2195013593842548

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଭିଡିଓରେ ଥିବା ଲୋକେ କ’ଣ ପ୍ରତିଶ୍ରୁତି ନେଉଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ମଳୟାଲମ ଦଳ ସାହାଜ୍ଯତା ନେଇ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓସେ ସେମାନେ କହୁଛନ୍ତି ଯେ ସେମାନେ ତାଙ୍କ ସମ୍ପ୍ରଦାୟକୁ ଉନ୍ନତ କରିବା ଏବଂ ସମ୍ପ୍ରଦାୟ ପାଇଁ ଭଲ କାର୍ଯ୍ୟ କରିବା ପାଇଁ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରିବେ। ସେମାନେ ଭ୍ରଷ୍ଟ ହେବେ ନାହିଁ ଏବଂ ଦେଶର ହିତ ପାଇଁ କାର୍ଯ୍ୟ କରିବେ। 

ଏହା ପରେ ଆମେ ପି.କେ.କୁନାହାଲିକୁଟ୍ଟିଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ, “ଭିଡିଓରେ ଥିବା ସ୍ଵେଚ୍ଛାସେବି ମାନେ ସାଧାରଣତ ଗ୍ରୀନ୍ ଗାର୍ଡ ଏବଂ ୱ୍ହାଇଟ ଗାର୍ଡ ନାମରେ ନାମିତ ମୁସଲିମ ୟୁଥ୍ ଳିଗ୍ର ସଦସ୍ୟ ଅଟନ୍ତି। ଏହା ହେଉଛି ସ୍ଵେଛାସେବିଙ୍କର ଏକ ଗୋଷ୍ଠୀ ଯେଉଁ ମାନେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀକାଳିନ ପରିସ୍ଥିତି ପରି ଅଭାବନୀୟ ପରିସ୍ଥିତିରେ କାର୍ଯ୍ୟ କରନ୍ତି। ଏହି ଲୋକମାନେ ମୁସଲିମ ୟୁଥ୍ ଳିଗ୍ କାରଜ୍ୟକର୍ତ୍ତା ଅଟନ୍ତି। ଦୁଇ ବର୍ଷ ପୂର୍ବେ ମାଲାପୁରମର ଭେଙ୍ଗାରା ଠାରେ କାରଜ୍ୟକର୍ତ୍ତା ମାନେ ଏହି ରାଳୀର ଆୟୋଜନ କରିଥିଲେ। ଭିଡିଓରେ ଦେଖା ଯାଉଥିବା ୟୁନିଫର୍ମରେ ଥିବା ଯୁବକ ମାନେ DYFI କିମ୍ବା ସେବା ଭାରତୀୟଙ୍କ ପରି ମୁସଲିମ ଲିଗ୍ ର ଯୁବ ସ୍ବେଛାସେବୀ ମାନେ। ମୁଁ ସେତେବେଳେ ସାଂସଦ ଥିଲି ଆଉ ମୁଁ ସମାବେଶକୁ ସମ୍ଭୋଦିତ କରିବାକୁ ଯାଇଥିଲି। ”

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲାଯେ ଭାଇରାଲ ଭିଡିଓରେ ମୁସଲିମ ମାନେ କୌଣସି ଦେଶ କିମ୍ବା ସେନା ନିର୍ମାଣ କରି ନାହାନ୍ତି। ଏହି ଭିଡିଓରେ ମୁସଲିମ ଲିଗ୍ ଦଳ ଯୁବକ ମାନେ ଦେଶ ଏବଂ ନିଜ ସମ୍ପ୍ରଦାୟ ପ୍ରତି ନିଜ ସେବା ଦେବାର ପ୍ରତିଶ୍ରୁତି ନେଉଛନ୍ତି।

Avatar

Title:କ’ଣ ମୁସଲମାନ ମାନେ କେରଳର ୬ ଗୋଟି ଜିଲ୍ଲାକୁ ନିଜର ଦେଶଘୋଷଣା କରି ସେନା ତିଆରି କରି ସାରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *