
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ୟୁରୋପ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ଅନେକ ରାଜନେତାଙ୍କ ସହ ସାକ୍ଷାତ କରିଥିଲେ ଏବଂ ବିଭିନ୍ନ ବିଷୟରେ ଚର୍ଚ୍ଚା ମଧ୍ୟ କରିଥିଲେ। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ମୋଦୀ ଏବଂ ଆଇସଲ୍ୟାଣ୍ଡ ପ୍ରଦାନମନ୍ତ୍ରୀଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସେମାନେ ହ୍ୟାଣ୍ଡସ୍ୟାକ୍ କରୁଥିବା ସମୟରେ ଏକ ପୁସ୍ତକରେ ନେହେରୁଙ୍କ ଚିତ୍ର ଅଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଫୋଟୋ ଯୋଡା ଯାଇଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ, ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କାର୍ଟିନ ଜାକୋବ୍ସଦୋତ୍ତିରଙ୍କ ସହ ସାକ୍ଷାତ କରିଥିଲେ। ଜିଓଥର୍ମାଲ ଶକ୍ତି, ମତ୍ସ୍ୟଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଡିଜିଟାଲ ବିଶ୍ଵବିଦ୍ୟାଳୟ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଉବାହୀ ନେତା ଆଲୋଚନା କରିଥିଲେ।

ଉପରୋକ୍ତ ଫୋଟୋରେ ଆମକୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସମୟରେ ଆମକୁ କୌଣସି ଠାରେ ନେହେରୁଙ୍କ ଚିତ୍ର ଦେଖିବାକୁ ମିଳିଲା ନାହିଁ। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ମିଥ୍ୟା ଅଟେ। ଅସଲି ଫୋଟୋକୁ ଏଡିଟ୍ କରି ନେହେରୁଙ୍କ ଚିତ୍ର ଯୋଡା ଯାଇଛି।

Title:ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଫୋଟୋ ଯୋଡା ଯାଇଛି।
Fact Check By: Siddharth SahuResult: Altered