
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବନାରସ ହୁନ୍ଦୁ ବିଶ୍ଵବିଦ୍ୟାଳୟରେ ନିଟା ଆମ୍ବାନୀଙ୍କୁ ଅତିଥି ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି। ଏହା କୁ ନିନ୍ଦା କରି ଏହା ମଧ୍ୟ କୁହା ଯାଇଅଛି ଯେ ବର୍ତ୍ତମାନ ପିଲା ମାନେ ଦେଶକୁ କେଉଁ ପରି ଲୁଟନ୍ତି ଶିଖି ପାରିବେ।
ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ଗୁଗୁଲରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୭ ମାର୍ଚରେ ଡେକାନ ହେରାଲ୍ଡ ପତ୍ରିକାରେ ଏହି ବିଷୟରେ ପ୍ରକାଶିତ ଏକ ଅନୁଛେଦ ମିଳିଲା। ଏହି ଅନୁଛେଦ ଅନୁଯାୟୀ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ନିଟା ଅମ୍ବାନୀଙ୍କୁ ଅତିଥି ପ୍ରୋଫେସର ପଦବୀରେ ନିଯୁକ୍ତି କରିବା ଦାବିକୁ ଖାରଜ କରିଛି। ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରୋଫେସର ନିଧି ଶର୍ମାଙ୍କ କହିବା ଅନୁଯାୟୀ ନିଟା ଅମ୍ବାନୀଙ୍କୁ ପ୍ରୋଫେସର ଭାବରେ ନିଯୁକ୍ତି କରିବା ଆବେଦନ କରା ଯାଇଥିଲା, କିନ୍ତୁ ବିଏଚୟୁ ପ୍ରଶାସନ କହିଛି ଯେ ଏହି ସନ୍ଦର୍ଭରେ କୌଣସି ପଦକ୍ଷେପ ନିଆ ଯାଇ ନାହିଁ ଏବଂ ନିଟା ଅମ୍ବାନୀଙ୍କୁ ପ୍ରୋଫେସର ପଦବୀରେ ନିଯୁକ୍ତି କରିବାର କୌଣସି ଆଦେଶ ଦିଆ ଯାଇ ନାହିଁ।

ଏହା ପରେ ଆମେ ଟୁଇଟରରେ ଯାଇ ଏହି ବ୍ୟୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଗୋଟିଏ ଟୁଇଟରେ ପ୍ରଶାସନ ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ଚିଠି ମିଳିଲା ଯେଉଁଥିରେ ଲେଖା ଯାଇଅଛି ଯେ ବିଗତ କିଛି ଦିନ ଗଣମାଧ୍ୟମରେ ଗୋଟିଏ ଖବର ଭାଇରାଲ ହେଉଛି ଯେଉଁଥିରେ କୁହା ଯାଇଅଛି ଯେ ନିଟା ଅମ୍ବାନୀଙ୍କୁ ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି। ଏହି ସନ୍ଦର୍ଭରେ ସ୍ପଷ୍ଟ ଭାବରେ ପ୍ରଶାସନ କହିଛି ଯେ “ଶ୍ରୀମତୀ ନିଟା ଅମ୍ବାନୀଙ୍କୁ ବିଶ୍ଵବିଦ୍ୟାଳୟର କୌଣସି ବିଭାଗରେ ପ୍ରୋଫେସର ନିଯୁକ୍ତି ବା କୌଣସି ଦାୟିତ ପ୍ରଶାସନ ଦ୍ଵାରା ନିଆ ଯାଇ ନାହିଁ ନା କୌଣସି ଆଦେଶ ଦିଆ ଯାଇଅଛି।“
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ନିତା ଅମ୍ବାନୀଙ୍କର ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ପ୍ରୋଫେସର ନିଯୁକ୍ତି ହେବା ଦାବି ମିଥ୍ୟା ଅଟେ। ଏହି ଦାବିକୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ପ୍ରଶାସନ ନିଜେ ଖାରଜ କରିଛି।

Title:କ’ଣ ନିତା ଅମ୍ବାନୀଙ୍କୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି?
Fact Check By: Siddharth SahuResult: False