
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛି। ଖବରରେ ଦାବି କରା ଯାଇଛି ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ରନ୍ଧା ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ଏହି ପୋଷ୍ଟ ଦ୍ଵାରା ରାଷ୍ଟ୍ରପତିଙ୍କ ପ୍ରଶଂସା କରା ଯାଇଛି ଏବଂ ଏହା ହିନ୍ଦୁରାଷ୍ଟ୍ରର ପ୍ରାରମ୍ଭ ବୋଲି ଦାବି କରା ଯାଇଛି।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ଉପରେ ପ୍ରତିବନ୍ଧ ଲଗାଇବାର କୌଣସି ଘୋଷଣା କରା ଯାଇ ନାହିଁ।
କ’ଣ କୁହା ଯାଇଛି ପୋଷ୍ଟରେ?
ପୋଷ୍ଟ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ ଦାବି କରୁଛନ୍ତି ଯେ ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ଏବଂ ମଦ ପ୍ରତିବନ୍ଧ କରା ଯାଇଛି। ଏହା ହିନ୍ଦୁରାଷ୍ଟ୍ରର ପ୍ରାରମ୍ଭ। ପ୍ରତ୍ୟେକ ଦିନ ସଖାଲେ ୪ ଟା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ବ୍ରହ୍ମ ମୂହୁର୍ତ୍ତରେ ଆରତୀ କରିବେ।

ସମାନ ଦାବି ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ କିନ୍ତୁ ଆମକୁ ଭାଇରାଲ ଦାବିକୁ ପ୍ରମାଣ କରିବାକୁ କୌଣସି ତଥ୍ୟ ମିଳିଲା ନାହିଁ। ଯଦି ରାତ୍ରପତି ଭବନରେ ଆମିଷ ଖାଦ୍ୟ ଖାଇବାକୁ ବାରଣ କରା ଯାଇଥାନ୍ତା, ତେବେ ଏହା ଏକବଡ ଖବର ହୋଇଥାନ୍ତା। କିନ୍ତୁ ଏହି ବିଷୟରେ ଗଣମାଧ୍ୟମରେ କୌଣସି ଆଲୋଚନା ହୋଇ ନାହିଁ। ଏହା ନେଇ ଆମକୁ ଭାଇରାଲ ପୋଷ୍ଟ ଉପରେ ସନ୍ଦେହ ହେଲା।
ଫ୍ୟାକ୍ଟ କ୍ରିଷେଣ୍ଡୋ ରାଷ୍ଟ୍ରପତି ଭବନର ମୁଖ୍ୟ ରୋଷେଇମୁକେଶ କୁମାରଙ୍କ ସହ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ ଯେ, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିରାମିଷ ଖାଦ୍ୟ ସେବନ କରନ୍ତି। ତାଙ୍କ ପରିବାରର ରୋଷେଇ ଘରେ ନିରାମିଷ ଖାଦ୍ଯ ପ୍ରସ୍ତୁତ କରା ଯାଏ ଯେଉଁଥିରେ ପ୍ୟାଜ ଏବଂ ରସୁଣ ମଧ୍ୟ ମିଶାଯାଏ ନାହିଁ। ଯଦି ରାଷ୍ଟ୍ରପତି ଭବନରେ କୌଣସି ଉତ୍ସବ ପାଳନ ହୁଏ ତେବେ ଯାହା ମେନୁ ନିଶ୍ଚିତ କରା ଯାଇଥାଏ ସେହା ଖାଦ୍ୟ ପ୍ରସ୍ତୁତ କରା ଯାଏ।”
ଏହା ପରେ ଆମେ ଭାଇରାଲ ଦାବିର ସତ୍ୟତା ଜାଣିବା ପାଇଁ ପିଆଇବି ପ୍ରିନ୍ସିପାଲ୍ ଜେନେରାଲ୍ ଜୟଦୀପ ଭଟ୍ଟନାଗରଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ କହିଛନ୍ତି ଯେ “ଏହି ଖବର ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଏପରି କୌଣସି ସରକାରୀ ଘୋଷଣା କରା ଯାଇ ନାହିଁ ଯେଉଁଥିରେ କୁହା ଯାଇଛି ଯେ ରାଷ୍ଟ୍ରପତି ଭବନରେ ଆମିଷ ଖାଦ୍ୟ ନିଷେଧ କରା ଯାଇଛି।”
୩ ଅଗଷ୍ଟରେ ପିଆଇବି ମଧ୍ୟ ଟୁଇଟ କରି ଜଣାଇଛି ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ପିଆଇବି ସ୍ପଷ୍ଟ କରିଛି ଯେ ରାଷ୍ଟ୍ରପତି ଭବନରେ ଆମିଷ ଖାଦ୍ୟ ଉପରେ ପ୍ରତିବନ୍ଧ ନେଇ କୌଣସି ସରକାରୀ ଘୋଷଣା କରା ଯାଇ ନାହିଁ।

Title:କ’ଣ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ଉପରେ ପପ୍ରତିବନ୍ଧ ଲଗାଯାଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
