
ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେଉଛି। ସେହି ମହିଳାଙ୍କ ବିଷୟରେ ଦାବି କରି କୁହା ଯାଇଛି ଯେ ସେ ହେଉଛନ୍ତି ଜଣେ ୨୭ ବର୍ଷୀୟ ଦକ୍ଷିଣ ସୁଦାନ ଦେଶର ଏକ ମଡେଲ୍ ନ୍ୟାକିମ୍ ଗେତ୍ୱେକ୍ ଯିଏ ନିଜ ଚର୍ମ ରଙ୍ଗ ନେଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି। ନ୍ୟାକିମଙ୍କୁ ଅନ୍ଧକାରର ରାଣୀ ବୋଲି ମଧ୍ୟ ନାମିତ କରା ଯାଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୪ ମଇ ୨୦୨୦ ରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଫିସିଆଲ ଟୁଇଟର ହେଣ୍ଡେଲରେ ଏକ ଟୁଇଟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ଏହା ଏକ ମିଥ୍ୟା ଖବର ଅଟେ କାରଣ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଚର୍ମର ସ୍ଵର ଆଧାରରେ ନିରକ୍ଷଣ କରେ ନାହିଁ।
(Twitter Link)
ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ଫ୍ଲୋରେନ୍ସ ବାଇଟିଓ ନାମକ ଇନଷ୍ଟାଗରାମ ଏକାଉଣ୍ଟରେ ପୋସ୍ତ ହେଇଥିବା ମିଳିଲା। ଏଥିରୁ ଆମେ ଜାଣିଲୁ ଯେ ଭାଇରାଲ ହେଉଥିବା ଫୋଟୋ ନ୍ୟାକିମ ଗେତ୍ୱେକ୍ ଙ୍କର ଫୋଟୋ ନୁହେଁ, ବରଂ ଫ୍ଲୋରେନ୍ସ ବାଇଟିଓଙ୍କର ଅଟେ।
(Instagram link)
ଫ୍ଲୋରେନ୍ସ ବାଇଟିଓଙ୍କର ଫେସବୁକ ଏକାଉଣ୍ଟରେ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୧୧ ଜୁନ୍ ୨୦୨୧ ମସିହାରେ ପୋଷ୍ଟ ହେଇଥିବା ମିଳିଲା।
(Facebook Link)
ନିମ୍ନରେ ଆପଣ ମାନେ ଫ୍ଲୋରେନ୍ସ ବାଇଟିଓ ଏବଂ ନ୍ୟାକିମ ଗେତ୍ୱେକ୍ଙ୍କ ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ନ୍ୟାକିମ ଗେତ୍ୱେକଙ୍କୁ ବିଶ୍ଵର ସବୁଠାରୁ କଳା ମହିଳା ହେତୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମାନ୍ୟତା ଦିଆ ଯାଇ ନାହିଁ। ଏହା ବାବଦ ଭାଇରାଲ ଫୋଟୋ ନ୍ୟାକିମ ଗେତ୍ୱେକଙ୍କ ମଧ୍ୟ ନୁହେଁ। ଫୋଟୋରେ ଥିବା ମହିଳାଙ୍କ ନାମ ହେଉଛି ଫ୍ଲୋରେନ୍ସ ବାଇଟିଓ।

Title:କ’ଣ ଏହି ଫୋଟୋ ମଡେଲ୍ ନ୍ୟାକିମ୍ ଗେତ୍ୱେକଙ୍କର ଯିଏ ବିଶ୍ଵର ସବୁଠାରୁ କଳା ମହିଳା ହେତୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି?
Fact Check By: Siddharth SahuResult: False
