କ’ଣ ନବୀନ ସରକାର ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଖୋଲିବାକୁ ଦେଉ ନାହାନ୍ତି? ଜାଣନ୍ତୁ ସତ୍ୟ।

False Political Social

କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ କୋଭିଡରୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ କଠୋର ନିୟମ ପ୍ରଣୟନ କରିଛନ୍ତି ଯେ କୋଭିଡ ଲକଡାଉନ୍ ସମୟରେ ସମସ୍ତ ନିର୍ଦ୍ଦେଶାବଳି ପାଳନ କରାଯିବ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉହୀ ଯେଉଁଥିରେ ଦାବି କରା ଯାଇଅଛି ଯେ ଓଡ଼ିଶା ରାଜ୍ୟ ସରକାର କୋଭିଡ କଟକଣା ସମୟରେ ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି ଏବଂ ଚର୍ଚରେ ବର୍ତ୍ତମାନ ପ୍ରାର୍ଥନା ସଭା ମଧ୍ୟ ଚାଲୁଅଛି। ସେହି ସମୟରେ ମନ୍ଦିର ଖୋଲିବା ଅନୁମତି ଦିଆ ଯାଇ ନାହିଁ ବୋଲି ଦାବି କରା ଯାଇଅଛି। ଏହା ସହ ପୋଷ୍ଟରେ କୁହା ଯାଇଅଛି, “କାହିଁକି ହିନ୍ଦୁ ମାନଙ୍କ ଭକ୍ତି ସହିତ ଖେଳ ଚାଲିଛି, ଆମେ କେତେ ଚୁପ୍ଚାପ ସହିବୁ ଏସବୁ।”

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ଏହି ବିଷୟରେ ସତ୍ୟ ଜାଣିବା ପାଇଁ ତଥ୍ୟ ଏକତ୍ର କରିବା ଆରମ୍ଭ କରିଲୁ। ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପର ଆମକୁ ୩୦ ଜୁନ୍ ରେ ରାଜ୍ୟ ସରକାର ଦ୍ଵାରା ନୂତନ କୋଭିଡ ଲକଡାଉନ୍ ନିର୍ଦ୍ଦେଶାବଳି ଜାରି କରିଥିବା ନୋଟିସ ସରକାରୀ ୱେବସାଇଟରୁ ମିଳିଲା। ଏହି ନିର୍ଦ୍ଦେଶାବଳିରେ କୁହା ଯାଇଅଛି ଯେ ୧ ଜୁଲାଇରୁ ୧୬ ଜୁଲାଇ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଙ୍ଗ, ମେଳା, ସିନେମା ହଲ୍, ପାର୍କ, ମିନା ବଜାର, ମଲ୍, ସ୍ପା, ସେଲୁନ୍, ଧାର୍ମିକ ସ୍ଥାନ ଇତିୟାଦୀ ବନ୍ଦ ରହିବ। ଏହା ସହିତ କୁହା ଯାଇଅଛି ଯେ ସମସ୍ତ ଧାର୍ମିକ ସ୍ଥାନ ବା ପ୍ରାର୍ଥନା ସଭା ଜନସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ। ଏହି ସମୟ ଅବଧିରେ ସମସ୍ତ ଧାର୍ମିକ ମଣ୍ଡଳୀ ବନ୍ଦ ରହିବା କଥା ମଧ୍ୟ କୁହା ଯାଇଅଛି। 

new govt gui.jpg

Website 

ଏହା ପରେ ଆମେ ଜାଣିବାକୁ ଚାହିଁଲୁ ଯେ କ’ଣ ଗତ ମାସ ରାଜ୍ୟ ସରକାର ଲକଡାଉନ୍ ସମୟରେ ଚର୍ଚ କାର୍ଯ୍ୟକାରିତାକୁ ଅନୁମତି ଦେଇଥିଲା? ସରକାରୀ ୱେବସାଇଟ ଯାଞ୍ଚକରିଲା ପରେ  ଆମକୁ ଜୁନ୍ ମାସ ପାଇଁ ନିର୍ଦ୍ଦେଶାବଳି ଜାରି ହେଇଥିବା ନୋଟିସ୍ ମିଳିଲା। ଏହି ନୋଟିସ୍ ରେ ମଧ୍ୟ ସମସ୍ତ ଶାରମିକ ସ୍ଥାନ ଏବଂ ମଣ୍ଡଳୀ ବନ୍ଦ କରିବା ଆଦେଶ ଦିଆ ଯାଇଥିଲା। 

june.jpg

Website

ଗୁଗୁଲରେ ସର୍ଚ କରିଲା ପରେ ଆମକୁ ୩୦ ଜୁନ୍ ରେ ଲାଇଭ୍ ମିଣ୍ଟ୍ ପତ୍ରିକା ୱେବସାଇଟରେ ଏହି ବିଷୟ ନେଇ ସୂଚନା ମିଳିଲା। ଏହି ପତ୍ରିକା ଅନୁଯାୟୀ ୧୬ ଜୁଲାଇ ପର୍ଯ୍ୟନ୍ତ ସାପ୍ତାହିକ କର୍ଫ୍ୟୁ ୨୦ ଟି ଜିଲ୍ଲାରୁ ଉଠାଯିବ ଯେଉଁଠାରେ ସଙ୍କ୍ରାତ୍ମକତା ହାର ୫% ରୁ କମ ଥିବ। ଏହା ସହିତ ଧାର୍ମିକ ଏବଂ ଶିକ୍ଷାନୁଷ୍ଠାନ ଏବଂ ସିନେମା ହଲ୍ ବନ୍ଦ ରହିବ। ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ ପ୍ରତିବନ୍ଧକ ମଧ୍ୟ ଜାରି ରହିବ। 

mint.jpg

Livemint | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଇଛି ଯେ ରାଜ୍ୟ ସରକାର ଚର୍ଚ ଖୋଲିବା ଅନୁମତି ଦେଇ ନାହିଁ। ସରକାରୀ ୱେବସାଇଟରେ ପ୍ରକାଶିତ ହୋଇଥିବା ନୋଟିସ୍ ଅନୁଯାୟୀ ଲକଦାଉନ୍ ସମୟରେ ଚର୍ଚ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନ ବନ୍ଦ ରଖିବା ଆଦେଶ ଜାରି କରା ଯାଇଅଛି। ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। 

Avatar

Title:କ’ଣ ନବୀନ ସରକାର ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଖୋଲିବାକୁ ଦେଉ ନାହାନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *