
କିଛି ମାସ ପୂର୍ବରୁ ତାଲିବାନ ଆଫଗାନିସ୍ଥାନ ଉପରେ ଆକ୍ରମଣ କରି ନିଜ ଶାସନ ସ୍ଥାପିତ କରିଥିଲା। ସେହି ଭୟରେ ଅନେକ ସ୍ଥାନୀୟ ଲୋକେ ଦେଶ ଛାଡି ଚାଲି ଯିବାକୁ ଚାହିଁଥିଲେ। ଏହି ଘଟଣା ନେଇ ଆମକୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା ଯେଉଁଥିରେ ତାଲିବାନର ନିଷ୍ଠୁରତା ଦର୍ଶାଅ ଯାଇଥିଲା। ସେହି ପୋଷ୍ଟ ମଧ୍ୟ କିଛି ଫୋଟୋ ଏପରି ମଧ୍ୟ ଥିଲା ଯାହାକୁ ସେୟାର କରି ଦାବି କରା ଯାଇଥିଲା ଯେ ତାଲିବାନ ବର୍ତ୍ତମାନ ଆଫଗାନିସ୍ଥାନର ମହିଳା ମାନଙ୍କ ଉପରେ ଅତ୍ୟାଚାର କରୁଛି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ସାମନାରେ ଚାଲୁଥିବା ସମୟରେ ତାଙ୍କ ପଛରେ ତିନି ଜଣ ମହିଳା ଚେନ୍ ରେ ବନ୍ଧା ହେଇଥିବା ଅବସ୍ଥାରେ ଚାଲୁଛନ୍ତି। ଫୋଟୋ ସହିତ ଦାବି କରା ଯାଇଛି ଯେ ଆଫଗାନିସ୍ଥାନରେ ତାଲିବାନ ଶାସନ ଆସିବା ପରେ ମହିଳା ମାନଙ୍କର ଏପରି ଅବସ୍ଥା ହେଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୪ ଡିସେମ୍ବରରେ ତ୍ରିଦୀପ କୁମାର ନନ୍ଦୀ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ କୁହା ଯାଇଛି ଯେ “ଆଫଗାନିସ୍ଥାନରେ ଇସଲାମିକ ଶାସନ ସ୍ଥାପିତ ହେଇ ସାରିଛି। ତାଲିବାନ ଦେଶରେ ନିଜ ଅଧିକାର ଯମେଇ ତାକୁ ନିଜ ନିୟନ୍ତ୍ରଣରେ କରି ସାରିଛି। ଭାରତର ନାରୀବାଡି ମାନେ କହୁଥିଲେ ଯେ ବୁର୍ଖା ପିନ୍ଧିବା ଏକ ବିକଳ୍ପ ଅଟେ ଆଉ ବର୍ତ୍ତମାନ ସେହି ନାରୀବାଡି ମାନେ ଚୁପ ଅଛନ୍ତି।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ଇମେଜ୍ ସର୍ଚ୍ଚ କରି ସତ୍ୟତା ଜାଣିବାକୁ ଚେଷ୍ଟା କରିଲୁ। ଫଳାଫଳରେ ଆମକୁ ୧୧ ଡିସେମ୍ବର ୨୦୧୧ ମସିହାରେ ଏକ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋର ଶୀର୍ଷକରେ ଲେଖା ହେଇଛି, “ଆଫଗାନି ମହିଳା ମାନେ କାହିଁକି ପୁରୁଷଙ୍କ ପଛରେ ଚାଳନ୍ତି?ବାରବାରା ୱାଲ୍ଟର୍ଷ ନାମକ ଜଣେ ଆଫଗାନିସ୍ତାନ ବିବାଦର କିଛି ବର୍ଷ ପୂର୍ବରୁ ଆଫଗାନିସ୍ତାନର କାବୁଲରେ ଳିଙ୍ଗଗତ ଭୂମିକା ଉପରେ ଏକ ଅନୁସନ୍ଧାନ କରିଥିଲେ। ସେ ଜାଣିବାକୁ ପାଇଥିଲେ ଯେ ମହିଳା ମାନେ ପାରମ୍ପରିକ ଭାବେ ନିଜ ସ୍ଵାମୀଙ୍କ ୫ ପାଦ ପଛରେ ଚାଳନ୍ତି।” କିଛି ବର୍ଷ ପରେ କାବୁଲ ଫେରିଲା ପରେ ମଧ୍ୟ ସେ ଦେଖିଲେ ଯେ ବର୍ତ୍ତମାନ ମଧ୍ୟ ମହିଳା ମାନେ ସେପରି ତାଙ୍କ ସ୍ଵାମୀଙ୍କ ପଛରେ ଚାଳନ୍ତି।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଫୋଟୋ ମୁରାତ ଦୁଜ୍ୟୋଲ ନାମକ ଜଣେ ଫୋଟୋଗ୍ରାଫର ଦ୍ଵାରା ୨୦୦୩ ମସିହାରେ ନିଆ ଯାଇଥିଲା। ଫୋଟୋ ପୋଷ୍ଟ କରି ସେ ଉଲ୍ଲେଖ କରିଛନ୍ତି ଯେ ଏହି ଫୋଟୋ ଇରାକର ବାଗଦାଦ ସହରର ଅଟେ।


ଉପରୋକ୍ତ ଦୁଇଟି ଫୋଟୋ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ହେଉଥିବା ଫୋଟୋ ଚଳିତ ବର୍ଷର ନୁହେଁ। ଏହି ଫୋଟୋ ୨୦୦୩ ମସିହାରେ ନିଯା ଯାଇଥିଲା ଏବଂ ଏହା ଆଫଗାନିସ୍ତାନର ଫୋଟୋ ମଧ୍ୟ ନୁହେଁ। ଅସଲି ଫୋଟୋରେ ରାସ୍ତାରେ ଚାଲୁ ଥିବା ମହିଳା ମାନଙ୍କ ଶରୀରରେ ଚେନ୍ ମଧ୍ୟ ବନ୍ଧା ଯାଇ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଫୋଟୋକୁ ଏଡିଟ୍ କରି ମହିଳା ମାନଙ୍କ ଦେହରେ ଚେନ୍ ଲଗା ଯାଇଛି ଏବଂ ଏହି ଫୋଟୋ ୨୦୦୩ ମସିହାରେ ଇରାକ ଦେଶର ବାଗଦାଦ ସହରର ଫୋଟୋ ଅଟେ। ଏହି ଫୋଟୋର ଆଫଗାନିସ୍ତାନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ତାଲିବାନ ଶାସିତ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ଏପରି ବାନ୍ଧି ରଖା ଯାଉଛି?
Fact Check By: Siddharth SahuResult: False
