ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଜ୍ଵଳା ଯୋଜନାର ଏକ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

False Political

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏଲପିଜି ଗ୍ୟାସର ଦରରେ ବୃଦ୍ଧି ହେଇଥିବାରୁ ଜଣେ ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଗ୍ୟାସ ନେବା ପାଇଁ ମନା କରି ଦେଇଛନ୍ତି। ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହିଳାଙ୍କୁ ଏଲପିଜି ସଂଯୋଗପ୍ରଦାନ କରୁଛନ୍ତି କିନ୍ତୁ ସେହି ମହିଳା ଜଣକ ତାକୁ ନ ନେଇ ଫେରିଯିବାର ଦେଖିବାକୁ ମିଳିଛି। 

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ଏଡିଟ୍ ହୋଇଥିବା ପାଇଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ଭାଇରାଲ କରି କୁହା ଯାଇଛି ଯେ ଗ୍ୟାସର ଦର ବୃଦ୍ଧି ହେଇଥିବାରୁ ମହିଳା ଜଣକ ଉଜ୍ଵଳା ଯୋଜନା ଅନ୍ତର୍ଗତରେ ଦିଆ ଯାଉଥିବା ସିଲିଣ୍ଡର ନ ନେଇ ଫେରି ଯାଉଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଆମେ ଭାଇରାଲ ଭିଡିଓକୁ ସର୍ଚ୍ଚ କରିଲୁ। ଭିଡିଓରେ ଦେଖା ଯାଉଥିବା ଏକ ଦୃଶ୍ୟର ଫୋଟୋ ଆମକୁ ୧ ମଇ ୨୦୧୬ ରେ ଫାଇନାନ୍ସିଆଲ ଏକ୍ସପ୍ରେସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ୧ମଇ ୨୦୧୬ ରେ ଉତ୍ତର ପ୍ରଦେଶର ବଲିୟା ସହରରେ ପ୍ରଧାନମନ୍ତ୍ରୀ ଉଜ୍ଵଳାଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ୨୦୧୯ ମସିହା ସୁଧା ୫ କୋଟି ପରିବାରକୁ ରୋଷେଇ ଗ୍ୟାସ ଯୋଗାଇବାର ଲକ୍ଷ ରକ୍ଷା ଯାଇ ଥିଲା। 

ଆମକୁ ଭାରତୀୟ ଜନତା ପାର୍ଟିର ୟୁଟ୍ୟୁବ ଚ୍ୟାନାଲରେ ଭାଇରାଲ ଭିଡିଓର ମୂଳ ଭିଡିଓ ମିଳିଲା ଯାହାକୁ ୬ ବର୍ଷ ପୂର୍ବରୁ ପୋଷ୍ଟ କରା ଯାଇଥିଲା। ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରମିକ ଦିବସ ଅବସରରେ ଉତ୍ତର ପ୍ରଦେଶର ବଲିୟାରେ ଉଜ୍ଵଳା ଯୋଜନା ଆରମ୍ଭ କରିଥିଲେ ଏବଂ ସେହି ଦିନ ଅନେକ ମହିଳାଙ୍କୁ ମାଗଣା ଏଲପିଜି ଯୋଗାଇଥିଲେ। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ। 

ଉପରୋକ୍ତ ଭିଡିଓର ୨୬.୧୨ ମିନିଟରେ ଭାଇରାଲ ଭିଡିଓର ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଥିବା ମହିଳା ମୋଦୀଙ୍କ ଠାରୁ ଏଲପିଜି ନେବା ପାଇଁ ମନା କରୁ ନାହାଁନ୍ତି। ସେ ଏଲପିଜି ନେବା ପାଇଁ ଆଗକୁ ଆସୁଥିବା ଦେଖା ଯାଉଛନ୍ତି। ଯେତେବେଳେ ମହିଳାଙ୍କୁ ଡକା ଯାଉଥିଲା, ଏହା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳିଛି ଯେ ମହିଳାଙ୍କ ନାମ ହେଉଛି ଶ୍ରୀମତୀ ମାୟା ଦେବୀ ଏବଂ ତାଙ୍କ ସ୍ଵାମୀଙ୍କ ନାମ ଶ୍ରୀ ହରେନ୍ଦ୍ର ଅଟେ। 

ମହିଳାଙ୍କ କହିବା ଅନୁଯାୟୀ କାଠ ଆଣିବାକୁ ଯାଉଥିବା ସମୟରେ ସାପ ଏବଂ ବିଛୁ ଠାରୁ ଭୟ ଥାଏ। ମାଟି ଚୁଲ୍ହିରେ ଧୂଆଁ ମଧ୍ୟ ଅଧିକ ହୁଏ ଯାହା ଦ୍ଵାରା ଅନେକ ଅସୁବିଧା ସୃଷ୍ଟି ହୋଇଥାଏ। ଗ୍ୟାସ କନେକ୍ସନ କଥା ଶୁଣିବା ପରେ ତାଙ୍କ ପରିବାରରେ ସମସ୍ତେ ଅତ୍ୟନ୍ତ ଖୁସି ଅଛନ୍ତି। ଏହି ଖବରଟି ଆପଣ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ। 

ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଏବଂ ଦାବି ମିଥ୍ୟା ଅଟେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଜ୍ଵଳା ଯୋଜନାର ଏକ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଜ୍ଵଳା ଯୋଜନାର ଏକ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *