
ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇସ୍ରାଏଲ ଯୁଧ୍ୟ ବିମାନ ଆଜି ଗାଜା ସହରର ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜାର ହାମାସ ଶାସକମାନଙ୍କ ସହିତ ଚତୁର୍ଥ ଯୁଧ୍ୟର ସଂକେତ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ହାମାସ ମଧ୍ୟଗାଜାର ନାଗରିକ ଅଞ୍ଚଳରୁ ଇସ୍ରାଏଲ ନାଗରିକ ଅଞ୍ଚଳ ଆଡ଼କୁ ରକେଟ ଉତକ୍ଷେପଣ କରିଥିଲା।
ଏହି ସମୟରେ ଫେସବୁକରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ଯୁଧ୍ୟର ଦୃଶ୍ୟ ଏବଂ ଏହା ଜେରୁସାଲେମରେ ବୋମା ମାଡ଼ ହେଇଥିବା ଦୃଶ୍ୟ ଅଟେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଫଳାଫଳରେ ୨୯ ଜୁଲାଇ ୨୦୧୪ ମସିହାରେ ନ୍ୟୁୟର୍କ ପୋଷ୍ଟ ୱେବସାଇଟରେ ଏହି ବିଷୟରେ ଅନୁଛେଦ ପ୍ରକାଶିତ ହେଇଥିବା ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଇସ୍ରାଏଲ ହାମାସ ବିରୋଧରେ ୩ ସପ୍ତାହ ପୁରୁଣା ଯୁଧ୍ୟରେ ନିଜର ସବୁଠାରୁ ବଡ଼ ବୋମା ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣରେ ଗାଜାର ଏକମାତ୍ର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଧ୍ବଂଶ ହୋଇଥିଲା। ଏହି କାରଣରୁ ଗାଜା ଅଞ୍ଚଳରେ ୧୭ ଲକ୍ଷ ଲୋକଙ୍କୁ ବିଦ୍ୟୁତ ଏବଂ ଜଳ ଯୋଗାଣରେ ବାଧା ସୃଷ୍ଟି ହୋଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଇଥିବା ଫୋଟୋର ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁଥିବା ଯୁଧ୍ୟର କୌଣସି ସମ୍ବନ୍ଧ ନାହିଁ। ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହି ଗାଜା ସହରର।

Title:କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
