
ଆଫଗାନିସ୍ତାନରେ ଅନେକ ବିଶୃଙ୍ଖଳା ଚାଲିଥିଲାବେଳେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ସମାନ ଘଟଣା ସମ୍ପର୍କରେ ପୋଷ୍ଟ ଏବଂ ଭିଡିଓ ବିସ୍ତାର କରୁଛନ୍ତି। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ମହିଳାଙ୍କୁ ମାଡ ମାରୁଥିବାର ନଜର ଆସୁଛନ୍ତି। ଫୋଟୋ ସହିତ ଦାବି କରା ଯାଚ୍ୟ ଯେ ଏହା ତାଲିବାନ ଅଧୀନରେ ଆଫଗାନିସ୍ତାନରେ ମହିଳା ସଶକ୍ତିକରଣ ମନ୍ତରାଳୟର ଅବସ୍ଥା ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୧ ସେପ୍ଟେମ୍ବର ୨୦୧୫ ମସିହାର ଟ୍ରାଇବ୍ୟୁନ୍ ପତ୍ରିକାର ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହୋଇଥିବା ମିଳିଲା। ଏହି ୱେବସାଇଟରେ ଆମକୁ ଫୋଟୋ ପଛରେ ଥିବା ଘଟଣାର ସତ୍ୟତାର ସୂଚନା ମଧ୍ୟ ମିଳିଲା। ଏହି ୱେବସାଇଟ ଅନୁଯାୟୀ ତାଲିବାନ ପ୍ରଭାବିତ ଅଞ୍ଚଳରେ ୧୯୯୬ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ତାଲିବାନ ପ୍ରଭାବିତ ଅଞ୍ଚଳରେ ଶାରିଆ ନିୟମକୁ କଡାକଡି ଭାବରେ ପାଳନ କରା ଯାଉଥିଲା ଏବଂ ଜନତାକୁ ସେହି ନିୟମ ଅନ୍ତର୍ଗତ ଦଣ୍ଡ ଦେବା ସାମାନ୍ୟ କଥା ଥିଲା। କିନ୍ତୁ ବର୍ତ୍ତମାନ ଏହି ପରି ଦଣ୍ଡବିଧାନ ବିରଳ ହେଇଯାଇଛି।
ଫୋଟୋରେ ଥିବା ଦୃଶ୍ୟ ଆଫଗାନିସ୍ତାନର ଘୋର ପ୍ରାନ୍ତର ଅଟେ। ଏହି ମହିଳା ବ୍ୟବିଚାର କରୁଥିବା ଜଣା ପଡିଥିବାରୁ ତାଙ୍କୁ ଏହି ପରି ଦଣ୍ଡ ଦିଆ ଯାଉଛି। ସ୍ଥାନୀୟ ରାଜ୍ୟପାଳ ସୀମା ଯୋୱେଣ୍ଡାଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ “ବହୁ ଦିନ ପୂର୍ବରୁ ସେମାନଙ୍କର ଶାରୀରିକ ସମ୍ପର୍କ ଥିଲା କିନ୍ତୁ ଚଳିତ ମାସ ଆରମ୍ଭରେ ”ସେମାନଙ୍କୁ ଗିରଫ କରା ଯାଇଥିଲା। ତାଙ୍କ ଦଣ୍ଡ ଶାରିଆ ନିୟମ ଉପରେ ଆଧାରିତ ଏବଂ ଅନ୍ୟ ମାନଙ୍କୁ ଏକ ଶିକ୍ଷା ଦେବା ପାଇଁ ଆବଶ୍ୟକ।”

ଏହା ପରେ ଆମେ ଏହି ଭିଡିଓକୁ ୟୁଟ୍ୟୁବରେ ସର୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨ ସେପ୍ଟେମ୍ବର ୨୦୧୫ ମସିହାରେ ରେଡିଓ ଫ୍ରି ୟୁରୋପ ନାମକ ଏକ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆମେ ମହିଳା ଏବଂ ପୁରୁଷଙ୍କୁ ଚମଡା ଚାବୁକରେ ମାଡ ଖାଉଥିବା ଦେଖିବାକୁ ପାଇଲୁ। ଭିଡିଓରେ କୁହା ଯାଇଅଛି ଯେ ମହିଳା ଏବଂ ସେ ପୁରୁଷଙ୍କୁ ବ୍ୟବିଚାର କରିବା ଅଭିଯୋଗରେ ୧୦୦ ଚାବୁ ମାଡ ମରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ୨୦୧୫ ମସିହାର ଅଟେ ଏବଂ ଫୋଟୋରେ ଥିବା ମହିଳାଙ୍କୁ ବ୍ୟବିଚାର ଅଭିଯୋଗରେ ଦଣ୍ଡ ଦିଆ ଯାଇଥିଲା।

Title:କ’ଣ ଭାଇରାଲ ଫୋଟୋରେ ତାଲିବାନ ଆତଙ୍କବାଦୀ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି?
Fact Check By: Siddharth SahuResult: False
