
ଦେଶର ଅନେକ ଭାଗର ପ୍ରବଳ ବର୍ଷାର ସମ୍ମୁଖୀନ ହେଉଛି। ଏହି କାରଣରୁ ଅନେକ ସହରରେ ପାଣି ଜମି ରହିବା ସମସ୍ଯା ସାମନା କରୁଛି। ଲୋକମାନେ ଏହି ସମସ୍ୟା ନେଇ ମୁନିସିପାଲିଟି ଏବଂ ସରକାରଙ୍କ ସଠିକ କାର୍ଯ୍ୟ ଉପରେ ପ୍ରଶ୍ନ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ରାସ୍ତାରେ ପାଣି ଜମି ରହିବା ସମସ୍ୟାର ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ସମ୍ପ୍ରତିରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ପରି କିଛି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ ମଧ୍ୟ କରିଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛିବା ଦେଖିବାକୁ ମିଳିଛି ଯେଉଁଥିରେ ରାସ୍ତାରେ ପାଣି ଜମିଥିବା ସ୍ଥିତିରେ ଜଣେ ବ୍ୟକ୍ତି ଚାଲୁଛନ୍ତି। ଫୋଟୋ ସହିତ ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ଫୋଟୋ ବାରାଣାସି ସହରର ଦୃଶ୍ୟ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଫୋଟୋ ସହିତ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ କ୍ଲାଇମେଟ ନେକ୍ସଅସ ନାମକ ଏକ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହୋଇଥିବା ମିଳିଲା। ଏହି ଫୋଟୋରେ ରାସ୍ତା ମଝିରେ ଥିବା ବ୍ୟାରିକେଡରେ ‘ଟ୍ରାଫିକ୍ ପୋଲିସ ଆଗରତାଲା’ ଲେଖା ଯାଇଥିବା ଦେଖିବାକୁ ମିଳିଲା।

ଏହା ପରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଭାଇରାଲ ହେଉଥିବା ଫୋଟୋ ବିବିସି ପତ୍ରିକା ୱେବସାଇଟରେ ପ୍ରକାଶିତ ହୋଇଥିବା ମିଳିଲା। ବିବିସି ଅନୁଯାୟୀ ତ୍ରିପୁରା ରାଜ୍ୟର ରାଜଧାନୀ ଆଗରତାଲାରେ ଏକ ବନ୍ୟାଜଳ ରାସ୍ତାରେ ଜଣେ ବ୍ୟକ୍ତି ସଂଘର୍ଷ କରୁଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ତ୍ରିପୁରାର ରାଜଧାନୀ ଆଗରତାଲାର ଅଟେ। ଏହି ଫୋଟୋ ବାରାଣାସିର ହୋଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ରାସ୍ତାରେ ଜମିଥିବା ପାଣିରେ ଚାଲୁଥିବା ବ୍ୟକ୍ତିଙ୍କ ଏହି ଫୋଟୋ ବାରାଣାସି ସହରର ଅଟେ?
Fact Check By: Siddharth SahuResult: False
