
ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ କାନପୁର ସହରରେ ଦଙ୍ଗା ହେଇଥିବାର ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବର୍ତ୍ତମା ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ପଥର ଫୋପାଡୁଛନ୍ତି।
ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଫୋଟୋ ନିକଟରେ କାନପୁରରେ ହେଇଥିବା ଦଙ୍ଗା ସମୟର ଫୋଟୋ ଅଟେ।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଉତ୍ତରପ୍ରଦେଶର ସାହାରନପୁର ସହରର ଏକ ପୁରୁଣା ଦଙ୍ଗାର ଫୋଟୋକୁ ନିକଟରେ କାନପୁର ସହରରେ ହେଇଥିବା ଦଙ୍ଗା ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଫୋଟୋ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ ଏହା କାନପୁର ଦଙ୍ଗାର ଫୋଟୋ ଅଟେ। ଏହା ସହିତ ଲେଖା ହେଇଛି, “ସେମାନେ ଶହେ ପରେ – ଅଭିମନ୍ୟୁ ଏକା ଡ଼ରିଲାନାହିଁ ଭିଡ଼ିଗଲା”

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ 29 ଜୁଲାଇ 2014 ମସିହାରେ ମିଣ୍ଟ ପତ୍ରିକାର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଫୋଟୋ ଉତ୍ତରପ୍ରଦେଶର ସାହାରନପୁର ସହରର ଅଟେ। ଏହି ଫୋଟୋ ଦୁଇ ସଂପ୍ରଦାଯ ଲୋକଙ୍କ ମଧ୍ୟରେ ହେଉଥିବା ଦଙ୍ଗାକୁ ଦର୍ଶାଉଛି ଯେଉଁଥିରେ ୩ ଜଣ ମୃତ୍ଯୁ ଏବଂ ୩୩ ଜଣ ଆଘାତ ହୋଇଥିଲେ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୨୭ ଜୁଲାଇ ୨୦୧୪ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶର ସାହାରନପୁର ସହରରେ ଏକ ଜମି ବିବାଦକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ସୃଷ୍ଟି ହୋଇଥିଲା। ଦଙ୍ଗା କାରଣରୁ ସହରରେ କରଫ୍ୟୁ ଲାଗୁ କରା ଯାଇଥିଲା ଏବଂ ପୋଲିସ ଏହି ଘଟଣା ନେଇ ୨୦ ଲୋକଙ୍କୁ ଗିରଫ ମଧ୍ୟ କରିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର ନିକଟରେ କାନପୁର ସହରରେ ହେଇଥିବା ଦଙ୍ଗା ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଫୋଟୋ ୨୦୧୪ ମସିହାରେ ଉତ୍ତରପ୍ରଦେଶର ସାହାରନପୁର ସହରରେ ଜମି ବିବାଦକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଦଙ୍ଗା ସମୟର ଫୋଟୋ ଅଟେ।

Title:ଉତ୍ତରପ୍ରଦେଶର ଏକ ପୁରୁଣା ଦଙ୍ଗାର ଫୋଟୋକୁ ନିକଟରେ କାନପୁର ସହରରେ ହେଇଥିବା ଦଙ୍ଗା ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
