
ଆମିର ଖାନଙ୍କ ପିକେ ଫିଲ୍ମରେ ହିନ୍ଦୁ ଦେବୀ ଦେବତା ମାଙ୍କୁ ଅପମାନିତ ଅଭିଯୋଗ ଲଗାଇ ଦେଶରେ ଅନେକ ଲୋକେ ତାଙ୍କ ନୂତନ ସିନେମା ଲାଲ ସିଂ ଚଢାକୁ ବୟକଟ୍ କରିବା କରିଛନ୍ତି। ଏହା ଫଳରେ ଆମିର ଖାନଙ୍କ ଲାଲ ସିଂ ଚଢା ଫିଲ୍ମ ବକ୍ସଅଫିସରେ ଭଲ ପ୍ରଦର୍ଶନ କରି ପାରି ନାହିଁ।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅମିର ଖାନ ଭଗବାନଙ୍କ ସାମନାରେ ଆଳତି କରୁଛନ୍ତି। ଦାବି କରା ଯାଉଛି ଯେ ଆମିର ଖାନ ଦର୍ଶକଙ୍କୁ ତାଙ୍କ ସିନେମା ଲାଲ ସିଂ ଚଢା ଦେଖିବାପାଇଁ ଶିବ ମନ୍ଦିରରେ ଆଳତି କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆମିର ଖାନଙ୍କ ଏକ ପୁରୁଣା ଫୋଟୋକୁ ଲାଲ ସିଂ ଚଢା ସିନେମା ସହିତ ଯୋଡି ମିଥ୍ୟା ଦାବି ପ୍ରଚାର କରା ଯାଉଛି।
କ’ଣ କୁହା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ ପିକେ ଫିଲ୍ମରେ ଭଗବାନ ଶିବଙ୍କୁ ଅପମାନିତ କରିଥିବା ଅମିର ଖାନ ଏବେ ଦର୍ଶକଙ୍କୁ ତାଙ୍କ ଫିଲ୍ମ ଲାଲ ସିଂ ଚଢା ଦେଖିବା ପାଇଁ ଶିବ ମନ୍ଦିରରେ ଆଳତି କରୁଛନ୍ତି।

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ଫିଲ୍ମବିଟ୍ ୱେବସାଇଟରେ ୨୫ ସେପ୍ଟେମ୍ବର ୨୦୧୭ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଆମିର ଖାନଙ୍କ ଏହି ଫୋଟୋ ୨୦୧୭ ମସିହାରେ ଗୁଜୁରାଟର ଭଦୋଦ୍ରା ସହରରେ ଆୟୋଜିତ ନବରାତ୍ରି ପୂଜା ସମୟର ଫୋଟୋ ଅଟେ।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଏହି ଅଟୋ ବିଷୟରେ କିଛି ନ୍ୟୁଜ ରିପୋର୍ଟ ମିଳିଲା। ୨୫ ସେପ୍ଟେମ୍ବର ୨୦୧୭ ର ଡେକାନ୍ କ୍ରୋନିକଲ୍ସ ରିପୋର୍ଟ ଅନୁଯାୟୀ ଆମିର ଖାନ ଭଦୋଦ୍ରାରେ ଆୟୋଜିତ ହେଇଥିବା ନବରାତ୍ରି ପୂଜାରେ ଯୋଗଦାନ ଦେଇଥିଲେ ଏବଂ ସେହି ସମୟରେ ରିଲିଜ୍ ହେଇଥିବା ତାଙ୍କ ଫିଲ୍ମ ସିକ୍ରେଟ୍ ସୁପରଷ୍ଟାର ପ୍ରୋମୋସନ୍ ମଧ୍ୟ କରିଥିଲେ।
ଏସିଆନ୍ ଏଜ୍ ଏବଂ ଅମର ଉଜାଲା ପତ୍ରିକା ମଧ୍ୟ ଏହି ଘଟଣା ବିଷୟରେ ତାଙ୍କ ୱେବସାଇଟରେ ଖବର ପ୍ରକାଶିତ କରିଛନ୍ତି।
୨୮ ସେପ୍ଟେମ୍ବର ୨୦୧୭ ରେ ବିସ୍କୁଟ୍ ଟିଭି ନାମକ ଏକ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣାର ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ଲେଖା ହେଇଛି, “ଗୁଜୁରାଟରେ ୨୦୧୭ ମସିହାରେ ଦୂର୍ଗା ପୂଜା ସମୟରେ ଅମିର ଖାନ ଉତ୍ସବ ପାଳନ ଏବଂ ତାଙ୍କ ସିନେମା ସିକ୍ରେଟ୍ ସୁପରଷ୍ଟାରର ପ୍ରୋମୋସନ୍ କରୁଥିବା ଦେଖନ୍ତୁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ୨୦୧୭ ମସିହାର ଗୁଜୁରାଟରେ ଆୟୋଜିତ ହେଇଥିବା ନବରାତ୍ରି ସମୟରେ ଆମିର ଖାନଙ୍କ ଏକ ଫୋଟୋକୁ ଅମପ୍ରତତି ସମୟରେ ଲାଲ ସିଂ ଚଢା ର ବୟକଟ୍ ଘଟଣା ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି।

Title:କ’ଣ ଦର୍ଶକ ମାନେ ଲାଲ ସିଂ ଚଢା ସିନେମା ଦେଖିବାକୁ ଆସନ୍ତୁ ସେଥିପାଇଁ ଆମିର ଖାନ ଶିବ ମନ୍ଦିରରେ ଆଳତି କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
