କ’ଣ ଭାଇରାଲ ହେଉଥିବା ଏହି ଫୋଟୋ ନିକଟରେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହେଇଥିବା ମୃତ୍ୟୁ ଲୋକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False International Terrorism

ତାଲିବାନ ଭୟରେ ଅଫଫଗାନିସ୍ତାନ ନାଗରିକ ମାନେ ଦେହ ଛାଡି ପଳାଇବାର ନିରନ୍ତର ଚେଷ୍ଟା କରୁଛନ୍ତି। ଏହି ସମୟରେ ଅନେକ ଲୋକ କାବୁଲ ବିମାନ ବନ୍ଦରରେ ଆଶା ନେଇ ଅପେକ୍ଷାରେ ଅଛନ୍ତି। କିନ୍ତୁ ବିଗତ କିଛି ଦିନ ପୂର୍ବରୁ ତାଲିବାନ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ କରିଥିବା ଖବର ଶୁଣିବାକୁ ମିଳିଛି ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ଲୋକଙ୍କ ମଧ୍ୟରେ ଆଫଗାନିସ୍ତାନ ନାଗରିକନ ସହିତ କିଛି ଆମେରିକା ସଦସ୍ୟ ମଧ୍ୟ ତାଲିବାନ ଶିକାର ହେଇଛନ୍ତି। 

ଏହି ଖବର ସାମନାକୁ ଆସିଲା ପରେ ଆମେ ସମାନ ଘଟଣା ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ପାଇଲୁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକଙ୍କ ଶବ ରକ୍ଷା ଯାଇଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଘଟଣା ନିକଟରେ କାବୁଲ ବିମାନ ବନ୍ଦରରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ହୋଇଠୁବା ଲୋକଙ୍କ ଫୋଟୋ ଅଟେ। 

ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଏହି ଫୋଟୋ ସହିତ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

sharechat.jpg

ShareChat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୯ ମଇରେ ଗଲ୍ଫ୍ ନ୍ୟୁଜ ପତ୍ରିକା ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଆଫଗାନିସ୍ତାନର ଏକ ମହିଳା ବିଦ୍ୟାଳୟରେ ବିସ୍ଫୋରଣ କାରଣରୁ ୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ତାଲିବାନର ଜଣେ ମୁଖପାତ୍ର ଏହି ଘଟଣାରେ ତାଲିବାନର ଯୋଗଦାନ ଥିବା ଅସ୍ଵୀକାର କରି କହିଥିଲେ ଯେ ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସେ ନିନ୍ଦା କରନ୍ତି। 

GN copy.jpg

Gulf News | Archive

ଏହା ପରେ ଆମେ ୟୁଟ୍ୟୁବରେ ଏହି ଘଟଣା ଜଡିତ ଭିଡିଓ ସମ୍ବାଦ ସର୍ଚ କରିଲୁ। ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଫଳାଫଳରେ ଆମକୁ ୯ ମଇରେ ଏନବିସି ନ୍ୟୁଜର ଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଆରମ୍ଭରେ ଭାଇରାଲ ହେଉଥିବା ଫୋଟୋର ଦୃଶ୍ୟ ଦେଖିଲୁ। ଏହି ଭିଡିଓ ଅନୁଯାୟୀ, ସ୍କୁଲ ଯିବା ପାଇଁ ଆଫଗାନିସ୍ତାନ ମହିଳା ମାନଙ୍କୁ ଏପରି ମୂଲ୍ୟ ଦେବାକୁ ପଡୁଛି। ଇସଲାମୀକ୍ ଆତଙ୍କବାଦୀ ମାନେ ମହିଳା ମାନଙ୍କ ଶିକ୍ଷାର ବ୍ବିରୋଧ କରନ୍ତି। ଆମେରିକା ନିଜ ସୈନ୍ୟ ବଳକୁ ଆଫଗାନିସ୍ତାନରୁ ଫେରାଇ ନେବା ନିର୍ନାୟ ପରେ ଆତଙ୍କବାଦୀ ମାନେ ବିଦ୍ୟାଳୟ ଯାଉଥିବା ମହିଳା ମାନଙ୍କ ହତ୍ୟା କରୁଛନ୍ତି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ବର୍ତ୍ତମାନ କାବୁଲରେ ହେଇଥିବା ବିସ୍ଫୋରଣ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଫୋଟୋ ଚଳିତ ବର୍ଷ ମଇ ମାସରେ ଆଫଗାନିସ୍ତାନର ଏକ ମହିଳା ବିଦ୍ୟାଳୟରେ ହେଇଥିବା ବିସ୍ଫୋରଣର ଫୋଟୋ ଅଟେ।

Avatar

Title:କ’ଣ ଭାଇରାଲ ହେଉଥିବା ଏହି ଫୋଟୋ ନିକଟରେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହେଇଥିବା ମୃତ୍ୟୁ ଲୋକଙ୍କ ଫୋଟୋ ଅଟେ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *