ଜଣେ ୟୁକ୍ରେନ୍ ସୈନିକର ପୁରୁଣା ଫୋଟୋକୁ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

False International

ଆକ୍ରମଣକାରୀ ରାଇଫଲ୍ ହାତରେ ଧରିଥିବା ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ। 

କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହି ମହିଳା ସୈନିକ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ ହେଇଥିବା ଦାବି ମିଥ୍ୟା ଅଟେ। 

କ’ଣ ଦାବି କରା ଯାଇଛି?

୨୭ ଫେବୃଆରିରେ ଓଏନଏଖବର ନାମକ ଫେସବୁକ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ ହୋଇଛି ଯେଉଁଥିରେ ଜଣେ ମହିଳା ଏକ ରାଇଫଲ୍ ଧରି ଛିଡା ହୋଇଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଯେ ଯେ ଏହି ମହିଳା ହେଉଛନ୍ତି ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ ଯିଏ ନିଜ ମାତୃଭୂମି ପାଇଁ ଯୁଧ୍ୟ ମଇଦାନରେ ଲ୍ଢୁଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ପୋଷ୍ଟ ଦେଖିଲା ପରେ ଆମେ ସେଥିରେ ୟୁକ୍ରେନ୍ ଉପରାଷ୍ଟ୍ରପତି କିମ୍ବା ଦାବି ଅନୁଯାୟୀ ତାଙ୍କ ପତ୍ନୀଙ୍କ ନାମ ଉଲ୍ଲେଖ ହେଇଥିବା ପାଇଲୁ ନାହିଁ। ସେଥିପାଇଁ ପୋଷ୍ଟର ଦାବି ସତ୍ୟ ହେଇଥିବା ନେଇ ଆମକୁ ସନ୍ଦେହ ହେଲା। ତେବେ, ଫୋଟୋରେ ଥିବା ମହିଳା କିଏ? କ’ଣ ସେ ପ୍ରକୃତରେ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ? ଆସନ୍ତୁ ଜାଣିବା। 

ଭାଇରାଲ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଏବଂ ଏହାର ୟୁକ୍ରେନ୍-ରୁଷିଆ ମଧ୍ୟରେ ଚାଲିଥିବା ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ସମାନ ଫୋଟୋ ଆମକୁ ୨୨ ଅଗଷ୍ଟ ୨୦୨୧ ରେ ଆଲାମି ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ ଏହା ୟୁକ୍ରେନ୍ ର ୩୦ ତମ ସ୍ଵାଧୀନତା ଦିବସ ଅବସରରେ ଏକ ମିଲିଟାରୀ ପେରେଡର ଅଭ୍ୟାସ କରୁଥିବା ସମୟର ଫୋଟୋ ଅଟେ। 

ସମାନ ମହିଳାଙ୍କ ଅନ୍ୟ ଏକ ଫୋଟୋ ଆମକୁ ଆଇଷ୍ଟକ୍ ନାମକ ଗୋଟିଏ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା ଯେଉଁଥିରେ ସେ ଅନ୍ୟ ଦୁଇଟି ସୈନ୍ୟଙ୍କ ସହ ଅଛନ୍ତି। ଫୋଟୋର କ୍ୟାପସନ୍ ରେ ଲେଖା ଯାଇଛି ଯେ ଏହା ୟୁକ୍ରେନ୍ ର ୩୦ ତମ ସ୍ଵାଧୀନତା ଦିବସ ଅବସରରେ ଏକ ମିଲିଟାରୀ ପେରେଡର ଅଭ୍ୟାସ କରୁଥିବା ସମୟର ଫୋଟୋ ଅଟେ ଏବଂ ଏହି ଫୋଟୋର ଶ୍ରେୟ ଭୋଲୋଡିମିର ଜାଖାରୋଭ୍ ନାମକ ଫୋଟୋଗ୍ରାଫରଙ୍କୁ ଦିଆ ଯାଇଛି। 

କ’ଣ ୟୁକ୍ରେନରେ ଉପରାଷ୍ଟ୍ରପତିଙ୍କ ପାଇଁ କୌଣସି ସାମ୍ବିଧାନିକ ପଦବୀ ଅଛି?

ୟୁକ୍ରେନ୍ ସମ୍ବିଧାନ ଅନୁଯାୟୀ, ଏହା ଏକ ଅରଧ-ରାସତ୍ରପତି ଗଣତନ୍ତ୍ର ଦେଶ ଅଟେ। ଶାସନର ଏହି ନିୟମରେ ରାତ୍ରପତି ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟନିର୍ବାହୀ କ୍ଷମତା ବାଣ୍ଟିଥାନ୍ତି। ଆମେରିକା ପରି ରାଷ୍ଟ୍ରପତି ମଧ୍ୟ ଲୋକପ୍ରିୟ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୁଅନ୍ତି। ତେବେ, ଭେର୍କୋଭାନା ରାଡା ନାମକ ୟୁକ୍ରେନ୍ ସଂସଦର ସଦସ୍ୟ ମାନଙ୍କୁ ବାଛିବା ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୁଏ। ଏହି ନିର୍ବାଚନ ଭାରତର ସାଧାରଣ ନିର୍ବାଚନ ସହିତ ସମାନ। ବିଧାନସଭାରେ ପରାମର୍ଶ ଆଧାରରେ ୟୁକ୍ରେନ୍ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରା ଯାଏ। ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଛାଯା କରି ପାରିବେ ଏବଂ ତ’ପରେ ବିଧାନସଭାର ଅନୁମୋଦନ ଲୋଡିପାରିବେ। ୟୁକ୍ରେନ୍ ସମ୍ବିଧାନରେ ଉପରାଷ୍ଟ୍ରପତିଙ୍କ କୌଣସି ସ୍ସାମ୍ବିଧାନିକ ପଦବୀ ନାହିଁ। 

ଶେଷକଥା

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଭାଇରାଲ ଫୋଟୋରେ ଥିବା ମହିଳା ୟୁକ୍ରେନ୍ ସୈନିକ ଅଟନ୍ତି ଏବଂ ଏହି ଫୋଟୋ ୨୦୨୧ ରେ ଏକ ମିଲିଟାରୀ ପେରେଡ ସମୟର ଫୋଟୋ ଅଟେ। ୟୁକ୍ରେନ୍ ରେ ଉପରାଷ୍ଟ୍ରପତିଙ୍କ କୌଣସି ସାମ୍ବିଧାନିକ ପଦବୀ ନାହିଁ।

Avatar

Title:ଜଣେ ୟୁକ୍ରେନ୍ ସୈନିକର ପୁରୁଣା ଫୋଟୋକୁ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *