
କିଛି ଦିନ ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଆମେରିକା ରାଷ୍ଟ୍ରପଟି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହୟାରିସଙ୍କ ସହ ସାକ୍ଷାତ କରିଥିଲେ। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହା ମଧ୍ୟରୁ କିଛି ଫୋଟୋରେ ମୋଦୀଙ୍କ ବିରୁଦ୍ଧରେ ପ୍ରଦର୍ଶନ ହେଉଥିବା ଦର୍ଶାଇଛି।
ବର୍ତ୍ତମାନ ଏକ ପୋଷ୍ଟରେ ବିରୋଧର ଦୁଇଟି ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ମୋଦୀଙ୍କ ତୁଳନା ହିଟଲରଙ୍କ ସହ କରା ଯାଇଛି। ପ୍ରଥମ ଫୋଟୋରେ ହିଟଲର ଏବଂ ମୋଦୀଙ୍କୁ ନେଇ କୁହା ଯାଇଛି ଯେ ସେ ଦୁଇଟି ଶରୀର କିନ୍ତୁ ଗୋଟିଏ ଆତ୍ମା ଏବଂ ଦ୍ଵିତୀୟ ଫୋଟୋରେ ଏହା ପ୍ରଶ୍ନ କରା କରା ଯାଇଛି ଯେ କ’ଣ ହିଟଲର ବର୍ତ୍ତମାନ ମଧ୍ୟ ଜୀବିତ? ଏହି ଦୁଇଟି ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ଫୋଟୋ ଚଳିତ ମାସରେ ମୋଦୀଙ୍କ ଆମେରିକା ପରିଦର୍ଶନ ସମୟର ଫୋଟୋ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଯାଞ୍ଚ କରିଲୁ।
ଫୋଟୋ ୧:
ପୋଷ୍ଟ ହେଇଥିବା ପ୍ରଥମ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ସମାନ ଫୋଟୋ “ଇଭିଏମ ହଟାଅ ଦେଶ ବଚାଓ” ନାମକ ଫେସବୁକ ଏକାଉଣ୍ଟରେ ୨୪ ସେପ୍ଟେମ୍ବର ୨୦୧୯ ମସିହାରେ ପୋଷ୍ଟ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ହେଉଥିବା ପ୍ରଥମ ଫୋଟୋ ଚଳିତ ବର୍ଷର ନୁହେଁ। ୨୦୧୯ ର ପୁରୁଣା ଫୋଟୋକୁ ବର୍ତ୍ତମାନ ସମୟର ଫୋଟୋ ସାବି ସହିତ ଭାଇରାଲ କରା ଯାଉଛି।
ଫୋଟୋ ୨:
ପୋଷ୍ଟରେ ଥିବା ଦ୍ଵିତୀୟ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲା ପରେ ଆମକୁ ୨୪ ସେପ୍ଟେମ୍ବର ୨୦୧୯ ରେ ୱାନ୍ ଇଣ୍ଡିଆ ପତ୍ରିକାର ୱେବସାଇଟରେ ସମାନ ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ୨୦୧୯ ରେ ଆମେରିକାରେ ଟ୍ରମ୍ଫ ସରକାର ଥିବା ସମୟରେ ମୋଡିଜିଙ୍କର ଆମେରିକା ପରିଦର୍ଶନ ସମୟରେ ଲୋକେ ତାଙ୍କ ବିରୋଧ କରିଥିଲେ। ସେହି ବିରୋଧରେ କାଶ୍ମୀର, ଏନଆରସି, ଧାରା ୩୭୦ ପରି ଅନେକ ସମସ୍ୟାକୁ ଗୁରୁତ୍ଵ ଦିଆ ଯାଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ୨୦୧୯ ମସିହାର ଅଟେ। ଏହି ଫୋଟୋ ଗୁଡିକର କିଛି ଦିନ ପୂର୍ବରୁ ମୋଦୀଙ୍କ ଆମେରିକା ପରିଦର୍ଶନ ସମୟର ହେଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଭାଇରାଲ ଫୋଟୋ ଚଳିତ ବର୍ଷ ମୋଦୀଙ୍କ ଆମେରିକା ପରିଦର୍ଶନ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନର ଫୋଟୋ ଅଟେ?
Fact Check By: Siddharth SahuResult: False
