କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁ ଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False International Social

ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଧ୍ୟ ଚାଲୁଥିବା ସମୟରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ଫୋଟୋ ଏବଂ ଭିଡିଓ ପୋସ୍ତ କରୁଛନ୍ତି। ଏହା ମଧ୍ୟରୁ କିଛି ଫୋଟୋ ସହିତ ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ପୂର୍ବରୁ ଏହି ପରି କିଛି ପୋଷ୍ଟକୁ ମିଥ୍ୟା ବୋଲି ପାଇଛି। 

୧୪ ମଇରେ ଜଣେ ଫେସବୁକ ୟୁଜର କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହେଉଥିବା ଯୁଧ୍ୟରେ ଧ୍ଵଂସ ହେଇଥିବା ସ୍ଥାନ ଗୁଡ଼ିକର ଫୋଟୋ ଅଟେ। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଏହି ୪ ଟି ଫୋଟୋର ସତ୍ୟତା ଜାଣିବାକୁ ଚେଷ୍ଟା କରିଲୁ। ଆମ ଅନୁସନ୍ଧାନର ପରିଣାମ ଆପଣ ତଳେ ପଢି ପାରିବେ। 

ଫୋଟୋ ୧: 

ଭାଇରାଲ ହେଉଥିବା ପାତାମ ଫୋଟୋ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ୨୩ ଜୁଲାଇ ୨୦୧୪ ମସିହାରେ ଟାଇମ୍ସ ଅଫ ଇସ୍ରାଏଲ ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକା ଅନୁଯାୟୀ ୨୨ ଜୁଲାଇ ୨୦୧୪ ରେ ଦକ୍ଷିଣ ଗାଯାର ରାଫା ଅଞ୍ଚଳରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ରେ ଫାରୁକ ମସଜିଦ ଧ୍ଵଂସ ହେଇଥିଲା। 

TOIs.jpg

Times Of Israel | Archive

ଫୋଟୋ ୨: 

ଦ୍ଵିତୀୟ ଫୋଟୋର ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨୮ ନଭେମ୍ବର ୨୦୧୮ ମସିହାରେ ଟାଇମ୍ସ ଅଫ ଇସ୍ରାଏଲ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକା ଅନୁଯାୟୀ ୧୪ ନଭେମ୍ବର ୨୦୧୮ ମସିହାରେ ପାଲେଷ୍ଟାଇନ ବାସିନ୍ଦା ମାନେ ଦକ୍ଷିଣ ଗାଯା ଅଞ୍ଚଳର ରାଫାରେ ଇସ୍ରାଏଲ ଦଏୟାର ଷ୍ଟ୍ରାଇକ୍ ଦ୍ଵାରା ସୃଷ୍ଟି ହେଇଥିବା ଗୋଟିଏ କ୍ରାଟରର ପରୀକ୍ଷଣ କରୁଛନ୍ତି। 

pic 2.jpg

Times of Israel | Archive

ଫୋଟୋ ୩: 

୧୬ ନଭେମ୍ବର ୨୦୧୯ ମସିହାରେ ଅଲଯଜିରା ପତ୍ରିକାରେ ଏହି ଫୋଟୋ ପ୍ରକାଶିତ ହେଇଥିଲା। ଏହି ପତ୍ରିକାରେ ଲେଖା ଯାଇଅଛି ଯେ ଇସ୍ରାଏଲ କହିଛି ଯେ ସେ ଶତ୍ରୁ ପକ୍ଷରୁ ଆକ୍ରମଣ ହେଲା ପରେ ଇସ୍ରାଏଲ ଗାଯା ଷ୍ଟ୍ରିପ୍ ଉପରେ ଆକ୍ରମଣ କରି ଜବାବ ଦେଇଛି। ଇସ୍ରାଏଲ ସେନା ଅନୁଯାୟୀ ଏହି ଆକ୍ରମଣ ଇସଲାମିକ ଜିହାଦ ଗୋଷ୍ଠୀର ଉପରେ ନୁହେଁ ବରଂ ଗାଯା ଷ୍ଟ୍ରିପ ପରିଚାଳନା କରୁଥିବା ହାମାସ ଅବସ୍ଥାନକୁ ଟାର୍ଗେଟ୍ କରିଛି। 

ଏହି ଫୋଟୋରେ ଜଣେ ପାଲେଷ୍ଟାଇନ ବାସିନ୍ଦା ଇସ୍ରାଏଲ ଆକ୍ରମଣ ଦ୍ଵାରା ଧ୍ଵଂସ ହେଇ ଯାଇଥିବା ଗୋଟିଏ ଘର ମଧ୍ୟରେ ଚିଡ଼ା ହୋଇଛି। 

AZ.jpg

ALJazeera | Archive

ଫୋଟୋ ୪: 

ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ ଅକରିଲା ପରେ ଫଳାଫଳରେ ଆମକୁ ୫ ମଇ ୨୦୧୯ ମସିହାରେ ଆରବ ନ୍ୟୁଜ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋର ବିବରଣରେ ଲେଖା ଯାଇଅଛି ଯେ ଇସ୍ରାଏଲ ଆରମାନ କରିଲା ପରେ ପାଲେଷ୍ଟାଇନର ଗାଯା ସହରର ଗୋଟିଏ ଧ୍ଵଂସ ହୋଇଥିବା ଘରର ଦୃଶ୍ୟ। ଏହି ଆକ୍ରମଣରେ ୪ ଜଣ ବାସିନ୍ଦାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ଯେଉଁଥିରେ ୨ ଟି ଗର୍ଭବତୀ ମହିଳା ଏବଂ ୨ ଟି ଶିଶୁଙ୍କ ମୃତ୍ୟୁ ହୋଇଛି। 

AN.jpg

Arab News | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଇଥିବା କୌଣସି ଫୋଟୋ ବର୍ତ୍ତମାନ ଯୁଧ୍ୟର ଫୋଟୋ ନୁହେଁ। ପୁରୁଣା ଫୋଟୋକୁ ବର୍ତ୍ତମାନ ସମୟର ଫୋଟୋ କହି ଭାଇରାଲ କରା ଯାଉଅଛି।

Avatar

Title:କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁ ଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *