କ’ଣ ଭାଇରାଲ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ୟାସ୍ ବାତ୍ୟାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

ମଇ ମାସରେ ଓଡ଼ିଶାରେ ଆସିଥିବା ୟାସ୍ ବାତ୍ୟାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳୁଛି। ଫ୍ୟାଟ୍କ କ୍ରିଷେଣ୍ଡୋ ପୂର୍ବରୁ ମଧ୍ୟ ୟାସ ବାତ୍ୟା ଦାବି ସହିତ ଭାଇରାଲ ହେଉଥିବା ଭିଡିଓକୁ ଆମେ ମିଥ୍ୟା ବୋଲି ପ୍ରମାଣିତ କରିଛୁ। ବର୍ତ୍ତମାନ ସୋସିଆଲ ମିଡିଆରେ ଆହୁରି ଏକ ବାତ୍ୟାର ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ବାତ୍ୟା ସମୟରେ ଦୁଇଟି ଲୋକ ଏହା ଶିକାର ହେଇଛନ୍ତି।

ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭାଇରାଲ ଭିଡିଓରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

ShareChat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଭିଡିଓକୁ ଇନଭିଡ ୱି-ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ୟାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ସ୍ପୁଟ୍ନିକ୍ ନ୍ୟୁଜ ୱେବସାଇଟରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ୨୦୧୮ ମସିହାର ଏହି ସମ୍ବାଦ ଅନୁଯାୟୀ ହଙ୍ଗକଙ୍ଗରେ ଆସିଥିବା ମାଙ୍ଗଖୁତ୍ ବାତ୍ୟା ଘଣ୍ଟା ପ୍ରତି ୧୬୨ କିଲୋମିଟର ବେଗରେ ଆସିଥିଲା। ଏହା କାରଣରୁ ଗଛ ଏବଂ ଉଚ୍ଚ ବିଲଡିଙ୍ଗ କ୍ଷତିଗ୍ରସ୍ତ ହୋଇଥିଲା।  

sputnik.jpg

Sputnik News | Archive

ଏହା ପରେ ଆମେ ଟୁଇଟରରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଫଳାଫଳରେ ଆମକୁ ୧୬ ସେପ୍ଟେମ୍ବର ୨୦୧୮ ମସିହାରେ ଦି ଫିଲିପିନ୍ସ ଷ୍ଟାର ଟୁଇଟର ଏକାଉଣ୍ଟରେ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ ହଙ୍ଗକଙ୍ଗରେ ଆସିଥିବା ମାଙ୍ଗଖୁତ୍ ବାତ୍ୟାରେ ବାପା ଏବଂ ପୁଅ ତୀବ୍ର ବେଗରେ ବହୁତଥିବା ହାୱାରୁ ପ୍ରଭାବିତ ହେଇଥିଲେ। 

Archive

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ୨୦୧୮ ମସିହାରେ ହଙ୍ଗକଙ୍ଗରେ ଆସିଥିବା ମାଙ୍ଗଖୁତ୍ ବାତ୍ୟାର ଭିଡିଓ ଅଟେ। ଏହି ବାତ୍ୟାର ୟାସ୍ ବାତ୍ୟାର ଭିଡିଓ ହୋଇଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ଭାଇରାଲ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ୟାସ୍ ବାତ୍ୟାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *