
ୟୁପିର ଫଜାବାଦରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଗାଡି ଯାଞ୍ଚ ବେଳେ ପୋଲିସ ଜଣେ ନକଲି ମହିଳା ପୁଲିସଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଇନ୍ସପେକ୍ଟରଙ୍କ ୟୁନିଫର୍ମ ପିନ୍ଧିଥିବା ଏହି ଝିଅଟି ବିନା ହେଲମେଟରେ ରାସ୍ତାରେ ଯାଉଥିଲା। ଏହି ନକଲି ମହିଳା ଇନ୍ସପେକ୍ଟରଙ୍କ ଭେଦ ସେତେବଳେ ଖୋଲିଲା ଯେତେବେଳେ ସେ ଯାଞ୍ଚ ସମୟରେ ପୋଲିସର ପ୍ରଶ୍ନର ଉତ୍ତର ଦେଇପାରିନଥିଲେ|
ଗାଡି ଯାଞ୍ଚ ସମୟରେ ପୋଲିସ ଜଣେ ନକଲି ମହିଳା ପୁଲିସକୁ ଧରିଛି। କୁହାଯାଉଛି ଯେ ସେ ସ୍କୁଟି ବିନା ହେଲମେଟରେ ଏକ ଡୋମିନେରିଂ ଷ୍ଟାଇଲରେ ବୁଲୁଥିଲେ। ବିନା ହେଲମେଟରେ ତାଙ୍କୁ ଦେଖି ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇଲେ ଏବଂ ସେ ପୋଲିସ ମାନଙ୍କ ସହ ଯୁକ୍ତି କରିବା ସହ ତାଙ୍କ ୟୁନିଫର୍ମର ଶକ୍ତି ଦେଖାଇବା ଆରମ୍ଭ କଲେ। ଯାହା ପରେ ମାମଲା ଅଧିକ ଆଗକୁ ବଢିଗଲା , ତା’ପରେ ବାସ୍ତବତା ବାହାରିଲା | ଯେତେବେଳେ ଉଚ୍ଚ ପଦାଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ, ଝିଅଟି ନକଲି ଇନ୍ସପେକ୍ଟର ବୋଲି ଜଣା ପଡିଲା । ଏହା ପରେ ପୋଲିସ ତାଙ୍କୁ ଗିରଫ କରି କୋଟୱାଲୀକୁ ନେଇ ପଚରାଉଚରା କରିଥିଲା। ପଚରାଉଚରା ପରେ ଏହା ସାମ୍ନାକୁ ଆସିଛି ଯେ ଜଣେ ନକଲି ଇନ୍ସପେକ୍ଟର ଭାବରେ ସେ ଲୋକମାନଙ୍କୁ ଭୁଆଁ ବୁଲାଉଥିଲେ । ଝିଅର ୟୁନିଫର୍ମରେ ରୁକମାନି ତିୱାରୀ ନାମକ ଏକ ନେମ ପ୍ଲେଟ ଥିଲା | ଯାହାକୁ ଆଧାର କରି ଅନୁସନ୍ଧାନ କରାଯାଇଥିଲା, ଓ ପରେ ଜଣାପଡିଥିଲା ଯେ ଏହି ନାମର କୌଣସି ମହିଳା ପୋଲିସ ଜିଲ୍ଲାରେ ପୋଷ୍ଟ କରାଯାଇ ନାହିଁ। ଏହି ଝିଅର ପ୍ରକୃତ ନାମ ହେଉଛି ସାନ୍ଧ୍ୟା ତିୱାରୀ ଏବଂ ସେ ଗୋଣ୍ଡା ଜିଲ୍ଲାର | ଏହି ଯୁବତୀ ଜଣକ ସହରର ଜାନୁରାର ତିଲକନଗରରେ ଏକ ଭଡା ଘରେ ରୁହନ୍ତି | ତାଙ୍କ ଭଡା ଘରେ ଖୋଜାଖୋଜିରେ ପୋଲିସ ଅନେକ ୟୁନିଫର୍ମ, ଷ୍ଟାର, ନେମ ପ୍ଲେଟ ଏବଂ ନକଲି ପରିଚୟ ପତ୍ର ପାଇଛି।
Facebook | Archive Odia News 24 | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ପୋସ୍ତରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ ୨୬ ଅଗଷ୍ଟ ୨୦୧୭ ମସିହାରେ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଭି.କେ ନ୍ୟୁଜ ଦ୍ଵାରା ପ୍ରସାରିତ ହେଇଥିବା ଭିଡିଓରେ କୁହା ଯାଇଅଛି ଯେ ପୋଲିସ ୟୁନିଫର୍ମରେ ଥିବା ଏହି ମହିଳା କୁ ଦେଖି ଏହା ଭାବନତୁଣୀ ଯେ ଏହି ମହିଳା ଜଣେ ପୋଲିସ। ଏହି ଘଟଣା ଉତ୍ତର ପ୍ରଦେଶର ଫାଇଜାବାଦ ଜିଲାର ଅଟେ। ଏହି ସହରରେ ପୋଲିସ ଚେକିଙ୍ଗ କରୁଥିଲା। ସେହି ସମୟରେ ଏହି ମହିଳା ପୋଲିସ ନିଜ ସ୍କୁଟିରେ ସେଇ ପଟୁ ଯାଉ ଥିଲେ। ପୋଲିସଙ୍କ ନଜର ତାଙ୍କ ଉପରେ ପଡ଼ିଲା ପରେ ସେ ତାଙ୍କୁ ଅଟକାଇ ଦେଲେ। ଏହି ମହିଳା ସେହି ସମୟରେ ପୋଲିସ ୟୁନିଫର୍ମ ପିନ୍ଧି ଥିଲେ। ପୋଲିସ କୁ ସନ୍ଦେହ ହେଲା ପରେ ସେମାନେ ଏହି ମହିଳା କୁ ପଚରାଉଚରା କରିଲେ କିନ୍ତୁ ଏହି ମହିଳା କିଛି ସୂଚନା ଦେଇ ପାରିଲେ ନାହିଁ। ମହିଳାଙ୍କ ୟୁନିଫର୍ମ ରେ ସନ୍ଧ୍ୟା ତିଵାରୀ ଲେଖା ଯାଇଥିଲା। ମହିଳାଙ୍କ ଘରେ ଛାପା ମାରିଲା ପରେ ତାଙ୍କ ଘରୁ ଅନେକ ପୋଲିସ ୟୁନିଫର୍ମ ଆଉ ଆଇ କାର୍ଡ ମିଳିଲା। ଏହି ମହିଳା ଭଡ଼ା ଘରେ ରହୁ ଥିଲେ।
ଏହି ବିଷୟରେ ଅଧିକ ଜାଣିବା ପାଇଁ ଆମେ ଗୁଗୁଲରେ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୪ ଅଗଷ୍ଟ ୨୦୧୭ ମସିହାରେ ଭାସ୍କର ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ଉତ୍ତର ପ୍ରଦେଶରେ ଗାଡ଼ି ଚେକିଙ୍ଗ ସମୟରେ ପୋଲିସ ଗୋଟିଏ ନକଲି ମହିଳା ଦରୋଗା କୁ ଏରେଷ୍ଟ କରିଛି। ଏହି ମହିଳା ଦରୋଗା ପୋଲିସ ୟୁନିଫର୍ମରେ ବିନା ହେଲମେଟ ପିନ୍ଧି ସ୍କୁତିରେ ଯାଉ ଥିଲେ। ପୋଲିସ ପଚରାଉଚରା କରିବା ବେଳେ ସବୁ ଉତ୍ତର ମିଥ୍ୟା ବାହାରିଲା। ଯାଞ୍ଚ କରିଲା ପରେ ସେହି ମହିଳାଙ୍କ ଘରୁ ନକଲି ପୋଲିସ ୟୁନିଫର୍ମ , ଆଇ କାର୍ଡ ଇତିୟାଦି ବରାମଦ ହେଲା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଯଦିଓ ଏହି ଘଟଣା ଟି ସତ୍ୟ କିନ୍ତୁ ଏହା ୨୦୧୭ ମସିହାରେ ଘଟି ଥିଲା। ଏହି ପୁରୁଣା ଘଟଣା କୁ ବର୍ତମାନ ସମୟର କହି ସୋସିଆଲ ମିଡିଆ ରେ ଭାଇରାଲ କରା ଯାଇଅଛି।

Title:କ’ଣ ଉତ୍ତର ପ୍ରଦେଶ ପୋଲିସ ୟୁନିଫର୍ମ ପିନ୍ଧି ରାସ୍ତାରେ ବୁଲୁ ଥିବା ଏହି ମହିଳା ପୋଲିସଙ୍କ ଧାରା ପଡ଼ିବା ଘଟଣା ବର୍ତମାନ ସମୟର?
Fact Check By: Siddharth SahuResult: False