
ଏବେ ପୋଲିସ ସବୁଆଡେ ନିଜ ର କଡା କଡୀ ଯାଞ୍ଚ ଆରମ୍ଭ କରିଦେଇଛି I ରାତି ରେ କୌଣସି ପାର୍ଟି ଆଦି ର ଆୟୋଜନ କରିବାକୁ ମଧ୍ୟ ବର୍ଜିତ କରାଯାଇଛି I ଏହି କ୍ରମ ରେ ପୋଲିସ ଇନ୍ଦୋର ରେ ଏକ ଅଂଚଳ ରେ ଛାନ ଭିନ ଚଳାଇଥିଲା I ଏବେ ପ୍ରତିବନ୍ଧକ ଲଗାଯାଇଛି କି ଅଧିକ ରାତି ପର୍ଯ୍ୟନ୍ତ କୌଣସି ପାର୍ଟି ଆଦି ର ଆୟୋଜନ କରାଯିବ ନାହିଁ I କିନ୍ତୁ ସେଠାରେ ଏକ ପର୍ବ ରେ 1.30 ଘଟିକା ସମୟ ରେ ମଧ୍ୟ ଏହା ଖୋଲା ରହିଥିଲା I ଏହି ପବି ଭିତରେ ପ୍ରାୟ ୨୦୦ ପୁଅ ଓ ଝିଅ ଥିଲେ I ଇନ୍ଦୋର ରେ ବିଜୟ ନଗର ଅଂଚଳ ରେ ଏକ ପବ ରେ ରାତି 1.30 ରେ ଗୀତ ଆଦି ଶୁଣିବାକୁ ମିଳିଥିଲା I CSP ଅଫିସର ପଲ୍ଲବୀ ଶୁକ୍ଲା ଏହି ଭିତରକୁ ଯାଇ ଦେଖନ୍ତି ତ ପ୍ରାୟ ୨୦୦ ଯୁବକ ଯୁବତୀ ଭିତରେ ଅଛନ୍ତି I ପ୍ରତୋକ ଯୁବକ ଯୁବତୀ ନିଶା ଅବସ୍ଥା ରେ ଅଛନ୍ତି I କିନ୍ତୁ ପୋଲିସ ଙ୍କୁ ଦେଖି ସବୁ ଲୋକେ ଏଣେ ତେଣେ ଦୌଡିବାକୁ ଆରମ୍ଭ କରିଥିଲେ I ଏହା ପରେ ପବ ର ମାଲିକ ମହିଳା ଅଫିସର ଙ୍କୁ ଲାଂଚ ଦେଇ କେଶ ଦବାଇବାକୁ ମଧ୍ୟ ଚେଷ୍ଟା କରିଥିଲେ I ଏହା ପରେ ପବ ମାଲିକ ତାଙ୍କ ଓକିଲ ଙ୍କ ର ସହାୟତା ମଧ୍ୟ ନେଇଥିଲେ I ପୋଲିସ ଉପରେ ଗରମ ଦେଖାଇବା ପରେ ପବ ମାଲିକ ଙ୍କ ଉପରେ ଆହୁରି କଠୋର କାର୍ଯ୍ୟ ଅନୁଷ୍ଠାନ ନିଆ ଯାଇଛି I ଏବଂ ପବ ର ନିୟମ ଅନଶୁୟାରେ ଏହା ରାତି 12 ଘଟିକା ମଧ୍ୟ ରେ ବନ୍ଦ ହେଇଯିବା କଥା I ହେଲେ ଏହି ପବ ଟି ରାତି 1.30 ପର୍ଯ୍ୟନ୍ତ ଚାଲୁ ରହିଥିଲା I
Facebook | Archive Odia News 24 | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଏହି ପୋଷ୍ଟର ସତ୍ୟତା ଜାଣିବା ପାଇଁ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୭ ମାର୍ଚ ୨୦୧୯ ମସିହାରେ ନ୍ୟୁଜ ଟ୍ରେଣ୍ଡ ନାମକ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କ୍କୁହା ଯାଇଅଛି ଯେ ଲୋକସଭା ନିର୍ବାଚନ ପାଇଁ ଚାରି ଆଡେ ପୋଲିସ ଚେକିଙ୍ଗ ଚାଲି ଥିଲା। ନିର୍ବାଚନ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟି କରିବା ନିଷେଧ କରା ଯାଇଥିଲା। ରାତ୍ରି ସମୟ ୧ ଘଣ୍ଟା ୩୦ ମିନିଟ ପରେ ପବ୍ ଖୋଲା ହେବା ଉପରେ ନିଷେଧ ଲାଗିଥିଲା। ପେଟ୍ରୋଲିଙ୍ଗ ସମୟରେ ସି.ଏସ.ପି ପଲ୍ଲବୀ ସୁଖ୍ଲାଙ୍କୁ ଗୀତ ଶବ୍ଦ ସୁନା ଗଲା ପରେ ସେ ପବ୍ ଭିତରକୁ ଯାଇ ଦେଖିଲେ। ସେଠାରେ ପାଖାପାଖି ୨୦୦ ଯୁବକ-ଯୁବତୀ ମାନେ ନିଶାରେ ମଗ୍ନ ଥିବା ମିଳିଲେ। ପୋଲିସ କୁ ଦେଖି ସମସ୍ତେ ସେଠାରୁ ଖସି ପଳେଇବାକୁ ଲାଗିଲେ। ପବ୍ ମାଲିକ ପୋଲିସକୁ ଲାଞ୍ଚ ନେଇ ଯିବା କୁ କହିଲାକିନ୍ତୁ ପୋଲିସ ମନା କରି ଦେଲେ। ଏହା ପରେ ପବ୍ ମାଲିକ ଧମକ ଦେଲା ଯେ ଏବେ ତାଙ୍କର ଉକିଲ ପୋଲିସ ସହୁତ କଥା ହେବ। ଏହା ପରେ ପଲ୍ଲବୀ ଫୋନ କରି ଅନ୍ୟ ପୋଲିସ ସହକର୍ମୀ ମାନଙ୍କୁ ଡାକିଲେ କିନ୍ତୁ ସେଟାକୁ କିଏ ମଧ୍ୟ ଆସିଲେ ନାହିଁ। ଏସ.ଏସ.ପି ରୁଚିବର୍ଦ୍ଧନ ମିଶ୍ର କୁ ଫୋନେ କରିଲା ପରେ ବାକି ପୋଲିସ ଘଟଣା ସ୍ଥଳ କୁ ଆସିଲେ। ପବ୍ ରେ ଯେତେ ଯୁବକ-ଯୁବତୀଙ୍କୁ ପୋଲିସ ଧରି ଥିଲା ସମସ୍ତଙ୍କ ବୟସ ୨୫ ବର୍ଷ ତଳେ ଥିଲା।
ଏହି ବିଷୟରେ ଆମେ ୟୁଟ୍ୟୁବରେ ମଧ୍ୟ ଯାଇ ସର୍ଚ କରିଲୁ। ୨୫ ମାର୍ଚ ୨୦୧୯ ମସିହାରେ ନଇ ଦୁନିୟା ନାମକ ଗୋଟିଏ ୟୁଟ୍ୟୁବ ଚେନାଲ ରେ ଗୋଟିଏ ଭିଡିଓ ପ୍ରସାରିତ କରା ଯାଇଛି। ଏହି ଭିଡିଓରେ ଆମକୁ ଦେଖିବା କୁ ମିଳିଲା ଯେ ଗୋଟିଏ ପବ୍ ରେ ଅନେକ ଲୋକ ନିଶା ସେବନ କରୁଛନ୍ତି। ସେହି ସମୟରେ ପୋଲିସ ଆସି ସେଇଠି ପହଞ୍ଚିଲା ପରେ ଲୋକ ମାନେ ପବ୍ ରୁ ବାହାରିବାକୁ ଲାଗିଲେ। ଏହା ପରେ ଆମେ ଦେଖିବା କୁ ପାଇଲୁ ଯେ ପୋଲିସ ପବ୍ ବାହାରେ ଗୋଟିଏ ବ୍ୟକ୍ତି ସହ ପଚରାଉଚରା କରୁଛନ୍ତି।
ପୋଲିସ: କେଉଁ ସମୟ ତକ ପବ ଖୋଲା ରଖିବା ଅନୁମତି ଦିଆ ଯାଇଅଛି?
ପବ୍ ମାଲିକ: ରାତି ୧୨ ସମୟ ଯାଏଁ ଅନୁମତ ହେଇଛି।
ପୋଲିସ: ବର୍ତମାନ କେତେ ସମୟ ହେଇଛି?
ପବ୍ ମାଲିକ: ବର୍ତମାନ ୧.୨୦ ହେଇଛି।
ପୋଲିସ: ତାହାଲେ ୧୨ ତ ପରେ କାହିଁ କି ପବ୍ ଖୋଲା ରଖିଛନ୍ତି?
ପବ୍ ମାଲିକ: ମେଦମ ମୁ ପୋଲିସ କୁ ଲାଞ୍ଚ ଦିଏ।
ପୋଲିସ: କେଉଁ ପୋଲିସ କୁ ଲାଞ୍ଚ ଦିୟନ୍ତି?
ପବ୍ ମାଲିକ: ସବୁ ପୋଲିସ ବାଲା ମାନଙ୍କୁ।
ପୋଲିସ: ସବୁ ପୋଲିସ ବାଲା ମାନେ? ବିଦ୍ୟା ନଗର ପୋଲିସ କୁ ପଇସା ଦିୟନ୍ତି?
ପବ୍ ମାଲିକ: ହାଁ। ୫୦ ରୁ ୬୦ ପୋଲିସ ବାଲା ମାନଙ୍କୁ ଲାଞ୍ଚ ଦିଏ। ଏବେ ମତେ ଯେତେ ସୂଚନା ଦେବାର ଥିଲା ମୁ ଦେଇ ସାରିଛି। ବାକି କାଲୀ ମୋର ଉକିଲ ଆପଣାକୁ ଉତ୍ତର ଦେବ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ଏହି ଘଟଣା ମାର୍ଚ ୨୦୧୯ ମସିହାରେ ଇନ୍ଦୋର ରେ ଘଟି ଥିଲା ଏବଂ ଏହାର ବର୍ତମାନ ସମୟର କୌଣସି ଘଟଣା ସହିତ କିଛି ସମ୍ବନ୍ଧ ନାହିଁ। ପୁରୁଣା ଘଟଣା କୁ ବର୍ତମାନ ସମୟ ରେ ଭାଇରାଲ କରି ଗୁଜବ ସୃଷ୍ଟି କରା ଯାଉଛି।

Title:କ’ଣ ବିଳମ୍ବିତ ରାତି ସମୟରେ ପବ୍ ରେ ଚାଲୁଥିବା ପାର୍ଟି ରେ ପୋଲିସ ମାରିଥିବା ଛାପା ଘଟଣା ବର୍ତମାନ ସମୟର? କ’ଣ ପ୍ରକୃତର ଘଟଣା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False