
ବିଗତ କିଛି ଦିନ ପୂର୍ବରୁ ବିହାର ଉପନିର୍ବାଚନ ଶେଷ ହେଲା ପରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ମିଠା ନିଷ୍କାସନ କରୁଛନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟ କରା ଯାଇଥିବା ଫୋଟୋର ଅନୁସନ୍ଧାନ କରି ଏହାର ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଛି।
କ’ଣ ଦାବି ଏହି ପୋଷ୍ଟର?
13 ନଭେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଆ ଫ୍ରେନ୍ଦ୍ସ ଇନ ଫେସବୁକ ନାମକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ “ବିହାର ରେ ଆରଜେଡି ଜିତିବ ବୋଲି ମିଠା ଆଣିଥିଲା, ହାରିଗଲା ମିଠା”

ଏହି ଫୋଟୋ ଆମକୁ ଟୁଇଟର ରେ ମଧ୍ୟ ଭାଇରାଲ ହେଇଥିବା ମିଳିଲା। 12 ନଭେମ୍ବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି କହିଛନ୍ତି ଯେ ଏହି ମିଠା ଗୁଡ଼ିକ ପଟନାରେ ସ୍ଥିତ ଆର.ଯେ.ଡି କାର୍ଜ୍ଯାଲୟରେ ଫୋପଡ଼ା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ 17 ଅଗଷ୍ଟ 2019 ମସିହାରେ ପତ୍ରିକା ସମ୍ବାଦରେ ପ୍ରକାଶିତ ହେଇଥିବା ଏହି ଫୋଟୋ ବିଷୟରେ ବର୍ଣନା କରା ଯାଇଥିବା ମିଳିଲା। ଏହି ସମ୍ବାଦରେ କୁହା ଯାଇଅଛି ଯେ ପ୍ରଶାସନିକ ଦଳ ଏହି ପ୍ରତିଷ୍ଠାନର ବିକି କାରଖାନାରେ ପହଞ୍ଚି ଅନେକ ଗଣ୍ଡଗୋଲ ଏବଂ ବିଶ୍ରୂଙ୍ଖଳା ଦେଖିବାକୁ ପାଇଥିଲେ। ତହସିଲଦାରଙ୍କୁ ଦେଖି ଶ୍ରମିକ ପାଚ୍ୟ ଯାଇଥିବା ବାଦାମର ଥାଳିକୁ ନାଳରେ ପକାଇ ସଫା କରିବା ଆରମ୍ଭ କରିଥିଲା। ଯାଞ୍ଚ କରିଲା ପରେ ମିଷ୍ଠାନ ଭଣ୍ଡାରରେ ରସୋଗୋଳାରେ ମରା ପିମ୍ପୁଡ଼ି ଦେଖିବାକୁ ମିଳିଥିଲା। ଏହା ପରେ ଅଧିକାରୀ ମାନେ ନଷ୍ଟ ହେଇଯାଇଥିବା ମିଠା ଫିଙ୍ଗିଦେଲେ। ଅଧିକାରୀଙ୍କୁ ଦେଖି କର୍ମଚାରୀ ମଇଳା ସ୍ଥାନକୁ ସଫା କରିବାକୁ ଆରମ୍ଭ କରି ଦେଇଥିଲେ।

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ୧୬ ଅଗଷ୍ଟ ୨୦୧୯ ମସିହାରେ ଆଇବିସି୨୪ ୟୁଟ୍ୟୁବ ଚ୍ୟାନାଲରେ କୁହା ଯାଇଅଛି ଯେ ଗ୍ଵାଲିଆର ଜିଲାର ଯୋଧପୁର ମିସ୍ଥାନ ଭଣ୍ଡାର ଉପରେ ଅଧିକାରୀ ମାନେ ଚାପା ମାରିଲା ପରେ ସେଠାରୁ ଅନେକ ପରିମାଣର ବାସୀ ଏବଂ ନଷ୍ଟ ହେଇଯାଇଥିବା ମିଠା ଦେଖିବାକୁ ମିଳିଥିଲା। ୨୫୦ କେଜିର ନଷ୍ଟ ହେଇଯାଇଥିବା ମିଠା ଜବତ କରା ଯାଇଥିଲା। ଚାପା ମାରୁଥିବା ସମୟରେ ମିଷ୍ଠାନ ଭଣ୍ଡାର ମାଲିକ ଏବଂ କର୍ମଚାରୀ ମାନେ ଅଧିକାରୀଙ୍କ ସହିତ ଦୁର୍ବ୍ୟବହାର ମଧ୍ୟ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋର ବିହାର ରାଜ୍ୟର ରାଷ୍ଟ୍ରୀୟ ଜନତା ଦଳ ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୧୯ ର ଗ୍ଵାଳିୟର ର ଫୋଟୋକୁ ବର୍ତମାନ ସମୟରେ ବିହାର ନିର୍ବାଚନପର ଦୃଶ୍ୟ କହି ଗୁଜବ ସୃଷ୍ଟି କରା ଯାଇଅଛି।
Title:କ’ଣ ନିର୍ବାଚନ ହାରିବା ପରେ ରାଷ୍ଟ୍ରୀୟ ଜନତା ଦଳ ମିଠା ପକାଇଦେଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False

