
୨୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଅପରାଜିତା ଫ୍ୟାନ କ୍ଲବ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବୃଦ୍ଧ ମହିଳା ଦେଶର ବିକାଶ କରୁଥିବା ମୋଦୀ ସରକାରଙ୍କୁ ନିଜ ସମର୍ଥନ ଦେଇଆସିଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଏହି ମହିଳା ଗୋଟିଏ ପୁସ୍ତକ ଧରି ଛିଡ଼ା ହେଇଛନ୍ତି ଯେଉଥିରେ ମୋଦୀଜିଙ୍କ ଫୋଟୋ ଅଛି ଏବଂ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ 13 ଅକ୍ଟୋବର 2016 ମସିହାରେ କରେଣ୍ଟ ଟ୍ରିଗର୍ସ ନାମକ ଗୋଟିଏ ଅନ୍ଲାଇନ ପତ୍ରିକାରେ ଏହି ଫୋଟୋ ଦେଖିବାକୁ ମିଳିଲା। ଏହି ପତ୍ରିକାର ଅନୁଛେଦରେ ଲେଖା ଯାଇଅଛି ଯେ ଶ୍ରୀ ଲଙ୍କାର ମୁସଲମାନ, କୃଷ୍ଟ ଏବଂ ବୌଦ୍ଧ ଧର୍ମ ଲୋକଙ୍କ ଦ୍ଵାରା ଧର୍ମ ପରିବର୍ତନ କରା ଯାଉଥିବାରୁ ସେଠିକାର ହିନ୍ଦୁ ମାନେ ଶିବ ସେନାଇ ନାମକ ସଂସ୍ଥାର ଗଠନ କରିଛନ୍ତି। ଏହି ଗୋଷ୍ଟିର ଗଠନ ସେଠିକାର ହିନ୍ଦୁକୁ ଧର୍ମ ପରିବର୍ତନ ଏବଂ ଅନ୍ୟ ଧମକ ଠାରୁ ରକ୍ଷା କରିବା ପାଇଁ ହେଇଛି। ଏହି ଗୋଷ୍ଟିର ଯୋଜନା ହେଉଛି ଯେ ଶ୍ରୀ ଲଙ୍କାରେ ରହୁଥିବା ହିନ୍ଦୁଙ୍କୁ ତାଙ୍କ ଅଧିକାର ଫେରାଇ ସେଠିକାର କୃଷ୍ଟ ଧର୍ମର ପ୍ରାଧାନ୍ୟ ସେଶ କରିବା।
ଏହା ପରେ ଆମେ ଫେକ୍ଟ କୃସେଣ୍ଡୋ ଶ୍ରୀଲଙ୍କା ଟିମ୍ ସହିତ ସମ୍ପର୍କ କରି ଏହି ବିଷୟରେ ଜାଣିବା ଅନୁସନ୍ଧାନ କରିବା ପାଇଁ ନିବେଦନ କରିଲୁ। ଆମ ଶ୍ରୀ ଲଙ୍କା ଟିମ୍ ସେଠିକାର ଧର୍ମ ଶିକ୍ଷକଙ୍କ ସହିତ ସମ୍ପର୍କ କରି ଏହି ଫୋଟୋ ବିଷୟରେ ପଚରାଉଚରା କରିଲା ପରେ ସେମାନେ କହିଲେ ଯେ ଏହି ମହିଳା ହାତ ରେ ଥିବା ଧର୍ମ ବହି ଶ୍ରୀଲଙ୍କାର ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋ ଶ୍ରୀଲଙ୍କା ଦେଶର ଅଟେ ଏବଂ ଏହି ମହିଳା ସେଠିକାର ଗୋଟିଏ ଧର୍ମ ପୁସ୍ତକ ଧରିଛନ୍ତି। ପୋଷ୍ଟରେ ମୋଦୀଜିଙ୍କ ଫୋଟୋ ଧରି ଚିଡ଼ା ହେଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ଫୋଟୋରେ ଥିବା ବୃଦ୍ଧ ମହିଳା ନରେନ୍ଦ୍ର ମୋଦୀଙ୍କୁ ନିଜ ସମର୍ଥନ ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False