କ’ଣ ତିରଙ୍ଗାର ଅପମାନ ହେଉଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ନେଇ ଅନେକ ପ୍ରଚାର ଚାଲିଛି। ସେହି ଭଳି ଗୋଟିଏ ପୋଷ୍ଟରେ କିଛି ଯୁବକ ଭାରତୀୟ ପତାକାକୁ ଅପମାନ କରୁଥିବା ଏକ ଫୋଟୋ ସେୟାର କରି ଏହାକୁ ଚାଲୁଥିବା କୃଷକ ଆନ୍ଦୋଳନ ସହ ଯୋଡ଼ୁଛନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ପୋଷ୍ଟର?

୧୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ କିଛି ଲୋକ ଭାରତ ପତାକାକୁ ଅପମାନ କରୁଛନ୍ତି। ଏହି ଫୋଟୋ ସହିତ ଦାବି କରିଛନ୍ତି ଯେ ଏହି ଫୋଟୋ କୃଷକ ଆନ୍ଦୋଳନର ଫୋଟୋ ଅଟେ। ଏହା ସହିତ ସେ କହିଛନ୍ତି ଯେ ଅନ୍ଧଭକ୍ତ ଦେଖ କୃଷକମାନେ ଆନ୍ଦୋଳନ କରୁଛନ୍ତି ନା ପାକିସ୍ତାନର ଗୁଣଗାନ କରୁଛନ୍ତି ! ଆରେ ଅନ୍ଧଭକ୍ତ ଏବେ ବି ସମୟ ଅଛି ସୁଧୁରିଯାଅ” 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଫେକ୍ଟ କୃସେଣ୍ଡୋ କୃଷକ ଆନ୍ଦୋଳନ ବିଷୟରେ ଅନେକ ମିଥ୍ୟା ପୋଷ୍ଟର ସତ୍ୟତା ପ୍ରକାଶ କରିସାରିଛି। ତେଣୁ  ଏହି ଫୋଟୋର  ସତ୍ୟତା ମଧ୍ୟ ଜାଣିବା ଆବଶ୍ୟକ। ପ୍ରଥମେ ଆମେ ଅନୁସନ୍ଧାନରେ ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ଅନେକ ବର୍ଷ ପୂର୍ବରୁ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋ ଯାହା ବର୍ତ୍ତମାନ ଭାଇରାଲ ହେଉଛି ସେହା ୨୦୧୭, ୨୦୧୬ ଏବଂ ୨୦୧୪ ମସିହାରେ ମଧ୍ୟ ଗୁଜବ ସୃଷ୍ଟି କରିବା ପାଇଁ ବ୍ୟବହାର କରା ଯାଇଥିଲା। 

https://lh5.googleusercontent.com/CpZyNHp4F6HQcA6x_jYnEMNERBuDygEnZMQ6DDozrny04sI3MQk6s-jDPJRXiun0_sPYMwQ23Y8aR0OpZZpYwvOnLgh00cLGrqcpTkG62HuzR4fBq3CsIrU-sUn990PjpRsZUzvVB1PconqAtQ

ଜାଣନ୍ତୁ ଏହି ଫୋଟୋ ପଛରେ ଥିବା ଘଟଣାକୁ

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଖାଲିସ୍ତାନ କାର୍ଯ୍ୟକର୍ତ୍ତା ମାନେ ଭାରତ ବିରୋଧୀ ଆନ୍ଦୋଳନ କରୁଛନ୍ତି। ଇଂଲ୍ୟାଣ୍ଡରେ ଏହ ଖାଲିସ୍ତାନି ସଂଗଠନ ଦ୍ଵାରା ୨୦୧୩ ମସିହାରେ ଲଣ୍ଡନରେ ଏକ ସମାନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ସଂସ୍ଥାର ନାମ ହେଉଛି ‘ଦାଲ ଖାଲ୍ସା ୟୁକେ’। ସେମାନଙ୍କ ବ୍ଲଗ୍ ୱେବସାଇଟରେ ଉପରୋକ୍ତ ଫୋଟୋ ପରି ଭାରତ ପତାକାକୁ ଅପମାନ ଏବଂ ନିନ୍ଦା କରୁଥିବା ଅନେକ ଫୋଟୋ ଉପଲବ୍ଧ ଅଛି। ୧୫ ଅଗଷ୍ଟ ୨୦୧୩ ମସିହାରେ ଲଣ୍ଡନରେ ଥିବା ଭାରତ ଦୂତାବାସ ସମ୍ମୁଖରେ ଏହି ଆନ୍ଦୋଳନ ହେଇଥିଲା। 

https://lh6.googleusercontent.com/wkYfyiloroWDk8O4gPVo_mF8pG2KzYMNnd2WEz6fVCWYuTXVJPwwsBx-tqNMQtI-AMf5MF6g6Olp5rFlZp_nTruclmxxhgJ_8RlCAiLQsVxdDPovTN5Va7kqIgnMw4vzdzNmSN41stH17mhphQ

Dal Khalsa | Archive

ଶେଷକଥା

ଏଥିରୁ ଏହା ସ୍ପଷ୍ଟ ହେଲା ଯେ ପ୍ରାୟ ୭ ବର୍ଷ ପୂର୍ବେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ଫୋଟୋଟି ଭୁଲ ତଥ୍ୟ ସହିତ ପ୍ରସାରିତ ହେଉଛି। ଭାରତୀୟ ପତାକା ନିନ୍ଦା ବା ଅପମାନର ଏହି ଫୋଟୋ ଅଣ୍ଡନରେ ଖାଲିସ୍ତାନି ସମର୍ଥକଙ୍କ ଦ୍ଵାରା ୨୦୧୩ ମସିହାର  ପ୍ରଦର୍ଶନୀରୁ ଆସିଛି।

Avatar

Title:କ’ଣ ତିରଙ୍ଗାର ଅପମାନ ହେଉଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *