କ’ଣ ପୋଷ୍ଟ କରା ଯାଇଥିବା ବିମାନ ଦୁର୍ଘଟଣା ର ଫୋଟୋ କିଛି ଦିନ ତଳେ ଘଟିଥିଲା? ଜାଣନ୍ତୁ ସତ୍ୟ।

False International Social
image.jpg

୨୨ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି କରାଚୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ । ତେବେ ବିମାନଟି ଗୋଟିଏ ପଟକୁ ଢଳି ଅଟକି ରହିଛି । ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ପିଆଇଏର ମୁଖପାତ୍ର ମାସୁଦ ତାଜାଓ୍ୱାର କହିଛନ୍ତି

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହି ଫୋଟୋର ଗୁଗୁଲରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ କିଛି ତଥ୍ୟ ମିଳିଲା। 20 ଜୁଲାଇ ୨୦୧୯ ମସିହାରେ ପାକିସ୍ତାନର ଗୋଟିଏ ପତ୍ରିକା ଏକ୍ସପ୍ରେସ ନ୍ୟୁଜରେ ପ୍ରକାଶିତ ହେଇ ଥିବା ଅନୁଛେଦରେ ଏହା କୁହା ଯାଇଅଛି ଯେ ପାକିସ୍ତାନ ଅନ୍ତରାଷ୍ଟୀୟ ବିମାନ (PIA) ବଡ଼ ଦୁର୍ଘଟଣା ହେବାରୁ ଉଧାର ପାଇଲା। PIA ମୁଖପାତ୍ର କହିବବା ଅନୁଯାଇ ଏହି ବିମାନ ଇସ୍ଲାମାବାଦ ରୁ ଗିଲଗିତ ଯାତ୍ରା କରୁଥିଲା। ଗିଲଗିତ ବିମାନ ବନ୍ଦରରେ PK-605 ରାନୱେ ରେ ବିମାନ ଉଲହାଇଲା ବେଳେ ଗୋଟିଏ ପଟ କୁ ଢଳି ପଡ଼ିଲା। ଏହି ବିମାନରେ ୪୮ ଯାତ୍ରୀ ଥିଲେ। ଯାତ୍ରୀ ମାନଙ୍କୁ ତୁରନ୍ତ ଉଦାର କରା ଯାଇଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। ଏୟାର ମାରଶଳ ଅର୍ଶଦ ମାଲିକ ଏହି ଘଟଣାର ଯାଞ୍ଚ କରିବାର ଆଦେଶ ଦେଇଛନ୍ତି। 

ଏହି ଖବର ୨୦ ଜୁଲାଇ ୨୦୧୯ ମସିହାରେ ଦି ଏକ୍ସପ୍ରେସ ଟ୍ରାଇବ୍ୟୁନ ପତ୍ରିକାରେ ମଧ୍ୟ ପ୍ରକାଶିତ ହେଇଛି।  

express pakistan.jpg

Express Pakistan | Archive

୨୦ ଜୁଲାଇ ୨୦୧୯ ମସିହାରେ ଦି ନେସନ ନାମକ ପତ୍ରିକା ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି କହିଛି ଯେ ଗିଲଗିତ ବିମାନ ବନ୍ଦରରେ ପାକିସ୍ତାନ ଅନ୍ତରାଷ୍ଟ୍ରି ବିମାନ ରନୱେ ରୁ ଖସି ଗଲା ପରେ ଏହି ବିମାନ ବନ୍ଦରକୁ ବନ୍ଦ କରା ଯାଇଅଛି। 

ସେଶକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋର ବର୍ତମାନ ପାକିସ୍ତାନରେ ହେଇଥିବା ବିମାନ ଦୁର୍ଘଟଣା ନୁହେଁ। ପାକିସ୍ତାନର ପତ୍ରିକା ଏକ୍ସପ୍ରେସ ନ୍ୟୁଜ କହିବା ଅନିଯାୟୀ ଏହି ବିମାନ ଦୁର୍ଘଟଣା ୨୦ ଜୁଲାଇ ୨୦୧୯ ମସିହାରେ ଗିଲଗିତରେ ହେଇ ଥିଲା।

Avatar

Title:କ’ଣ ପୋଷ୍ଟ କରା ଯାଇଥିବା ବିମାନ ଦୁର୍ଘଟଣା ର ଫୋଟୋ କିଛି ଦିନ ତଳେ ଘଟିଥିଲା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *