
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବ୍ଲାକ ଏଂଡ ହ୍ୱାଇଟ ଫଟୋରେ ମୋଦୀ ଜଣେ ବ୍ୟକ୍ତିଙ୍କ ସହ ଠିଆ ହୋଇଥିବା ନଜର ଆସୁଛନ୍ତି। ଫଟୋରେ ଦାବି କରାଯାଉଛି ଯେ ବ୍ୟକ୍ତି ଜଣକ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଆନ୍ଦୋଳନକାରୀ ଆନ୍ନା ହାଜାରେ ଏବଂ ଏହି ବିରଳ ଚିତ୍ର ଆରଏସଏସ କ୍ୟାମ୍ପରେ ନିଆଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦିବା ମିଥ୍ୟା ଅଟେ। ନରେନ୍ଦ୍ର ମୋଦୀଙ୍କ ସହ ଫଟୋରେଥିବା ବ୍ୟକ୍ତି ଆନ୍ନା ହଜାରେ ନୁହଁନ୍ତି ବରଂ ଲକ୍ଷ୍ମଣରାଓ ଇନମଦାର ଅଟନ୍ତି।
2 ଜାନୁଆରିରେ Haraprasad Behera ନାମକ ଜଣେ ଫେସବୁକ ୟୁଜରା ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଯୁବା ଅବସ୍ଥାରେ ଆନ୍ନା ହଜାରେଙ୍କ ସହ ମୋଦୀଙ୍କ ଫଟୋ ଅଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏହା କିଛି ଦଶକ ପୁରୁଣା ଫଟୋ। ଆନ୍ନା ହଜାରେଙ୍କ ଯୁବ ଅବସ୍ଥାରେ ତାଙ୍କ ସହ ହସଖୁସିରେ ମୂହୁର୍ତ୍ତ ବିତାଉଥିବା ଏହି ବ୍ଯକ୍ତିଜଣକ ଚିହ୍ନା ଚିହ୍ନା ଲାଗୁଛନ୍ତି । କିଏ କହି ପାରିବ କି ଏହି ବ୍ଯକ୍ତିଟି କିଏ? ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଫଟୋରେଥିବା ମୋଦିଙ୍କ ଠିଆ ହୋଇଥିବା ବ୍ୟକ୍ତି ଆନ୍ନା ହଜାରେ । ପୋଷ୍ଟର ସତ୍ୟାତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। indiatoday ପେଜରେ ଭାଇରାଲ ଫଟୋ ପାଇଲୁ। 19 ମେ 2014 ରେ ପ୍ରକାଶିତ ହୋଇଥିବା ଏହି ଖବରର ସୂଚନା ଅନୁସାରେ ଫଟେରେଥିବା ବ୍ୟକ୍ତି ଆନ୍ନା ହଜାରେ ନୁହେଁ। ଫଟୋର କ୍ୟାପସନ୍ ରେ ଦିଆଯାଇଛି, “ମୃତ୍ୟୁର କିଛି ସମୟ ପୂର୍ବରୁ ଲକ୍ଷ୍ମଣ ରାଓ ଇନମଦାରଙ୍କ ସହ ମୋଦୀ (ବାମ)”। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନରେ ଲକ୍ଷ୍ମଣ ରାଓ ଇନାମଦାରଙ୍କ ପ୍ରଭାବ ଏବଂ କିଏ ତାଙ୍କ ପାଇଁ ପିତା ଥିଲେ ସେ ବିଷୟରେ ଏହି ଆର୍ଟିକିଲରେ କୁହାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- indiatoday । Archive
ଏହା ପରେ Economic Timesରେ ମଧ୍ୟ ଭାଇରାଲ ଫଟେ ପାଇଲୁ। ଯାହାକି 22 ସେପ୍ଟେମ୍ବର 2017ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଭାଇରାଲ୍ ଫଟୋରେ ଥିବା ବ୍ୟକ୍ତି ଲକ୍ଷ୍ମଣ ରାଓ ଇନାମଦାର ଅଟନ୍ତି ଆନ୍ନା ହାଜାରେ ନୁହଁନ୍ତି। ଲକ୍ଷ୍ମଣ ରାଓ ମୋଦିଙ୍କ ପାଇଁ ଜଣେ ମତଦାତା ହେବ ସହ ତାଙ୍କୁ ରାଜନିତି ସମ୍ପର୍କରେ ଜ୍ଞାନ ମଧ୍ୟ ଦେଇଥିଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Economic Times । Archive
16 ମେ 2014ରେ BBC ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପ୍ରାୟ କୋଡିଏ ବର୍ଷ ଧରି ଗୁଜୁରାଟର ରାଷ୍ଟ୍ରିୟ ସ୍ୱୟମସେବକ ସଂଗଠନର ପ୍ରଦେଶର ପ୍ରଧାନ ଭାବରେ କାର୍ଯ୍ୟ କରୁଥିବା ଲକ୍ଷ୍ମଣ ରାଓ ଏନ୍ମଦାର ମୋଦୀଙ୍କ ପ୍ରତିଭାକୁ ସ୍ୱୀକୃତି ଦେଇ ତାଙ୍କୁ ପ୍ରଶଂସା କରିଥିଲେ। 1960 ରୁ 1980 ମଧ୍ୟରେ ଗୁଜୁରାଟରେ ରାଷ୍ଟ୍ରିୟ ସ୍ୱୟମସେବକଙ୍କୁ ଦ୍ୱାରରୁ ଦ୍ୱାରକୁ ଆଣିବା ପାଇଁ ପ୍ରଚାର କରିଥିବା ଲକ୍ଷ୍ମଣ ଏନାମଦାର, ଆଇନ୍ ଅଧ୍ୟୟନ କରୁଥିବାବେଳେ ଆରଏସଏସରେ ‘ବକିଲ ସାହେବ’ ଭାବରେ ଜଣାଶୁଣା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- BBC । Archive
ଶେଷକଥା–
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଠିଆ ହୋଇଥିବା ବ୍ୟକ୍ତି ଆନ୍ନା ହଜାରେ ନୁହେଁ ବରଂ ଲକ୍ଷ୍ମଣରାଓ ଇନମଦାର ଅଟନ୍ତି।

Title:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୁରୁଣା ଫଟୋ ଆନ୍ନା ହଜାରେଙ୍କ ସହ ?
Fact Check By: Saritadevi SamalResult: False