କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଗଲବାନରେ ଚୀନ ସହିତ ଯୁଧ୍ୟ କରି ଗୁରୁତର ଆହତ ହେଇଥିବା ସୈନ୍ୟ ମାନଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False Social
image.jpg

୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ସୈନ୍ୟ ଆହତ ହେଇଛନ୍ତି ଏବଂ ଅନ୍ୟ ସୈନ୍ୟ ମାନେ ତାକୁ ହେଲିକପ୍ଟର ରୁ ଅଲ୍ହାଇବା ପାଇଁ ସାହାଜ୍ଯ କରୁଛନ୍ତି। ଏହି ପୋଷ୍ଟ ପୋଷ୍ଟ କରି ସେ ଦାବି କରିଛନ୍ତି ଯେ ଗଳବାନ ଘାଟିରେ ଚୀନ ସହିତ ଯୁଧ୍ୟ କରି ଏହି ସୈନ୍ୟ ଆହତ ହେଇଛନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରି ଏହା କୁ ମିଥ୍ୟା ବୋଲି ପାଇଲ।

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୯ ମେ ୨୦୧୯ ମସିହାରେ ଏହି ଫୋଟୋ ଦି ଏଭିନ୍ୟୁ ମେଲ୍ ନାମକ ପତ୍ରିକାରେ ଦେଖିବା କୁ ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ୨୦ ମେ ରେ କିଛି ମାଓବାଦି ମାନେ ସ୍ପେଶିଆଳ ଏସ୍ସୌଲ୍ଟ ଫୋର୍ସ ଯବାନଙ୍କ ଉପରେ ବୋମା ମାଡ଼ କରିଥିଲେ। ଏହି ଘଟଣାଟି ଖାରସ୍ଵାନ ଜିଲାର ସେରାଇକେଲା ଆଞ୍ଚଲରେ ଘଟିଛି। ଏହି ଘଟଣାରେ ୨୬ ଯବାନଙ୍କ ଆହତ ହେବା ଖବର ସାମନାକୁ ଆସିଛି। ଆହତ ଯବାନଙ୍କୁ ହେଲିକପ୍ଟର ସାହାଜ୍ଯତାରେ ରାଁଚୀର ଗୋଟିଏ ହସ୍ପିଟାଲରେ ଦାଖଲ କରା ଯାଇଥିଲା। 

AM.jpg

The Avenue Mail | Archive

୨୮ ମେ ୨୦୧୯ ମସିହାରେ ଏହି ଘଟଣା ବିଷୟରେ ୟୁଟ୍ୟୁବରେ ଏଚ.ଟି.ଏନ। ନାମକ ଚ୍ୟାନାଲ ଗୋଟିଏ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ ହେଇ ଥିବା ଘଟଣା ନେଇ ପୁଲିସ ଡି.ଜି.ପି. ଡି.କେ. ପାଣ୍ଡେ କହିଛନ୍ତି ଯେ ପତିରାମ ମାଝୀ ନାମକ ନକ୍ସଲ କମାଣ୍ଡର ଆଖ ପାଖ ଅଞ୍ଚଳରେ ମାଇନ୍ସ ଲଗେଇଛନ୍ତି। ଏହି ମାଇନ୍ସକୁ ଲାଧିବା ଅଭିୟାନ ଚାଲିଛି। ଏହି ଅଭିୟାନ ସମୟରେ ନକ୍ସଲି ଆକ୍ରମଣରେ କରିବାରୁ ୧୧ ଯବାନ ଆହତ ହେଇଛନ୍ତି। ଆହତ ହେଇଥିବା ଯବାନଙ୍କୁ ହେଲିକପ୍ଟର ସାହାଜ୍ଯତାରେ ହସ୍ପିଟାଲ ଅଣାଯାଇଅଛି। 

https://www.youtube.com/watch?v=Mf-bTZ3-FiI

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଏହି ଫୋଟୋ ୨୦୧୯ ମସିହାରେ ଝାଡ଼ଖଣ୍ଡରେ ହେଇଥିବା ନକ୍ସଲି ଆକ୍ରମଣରେ ଆହତ ହେଇଥିବା ଯବାନଙ୍କ ଫୋଟୋ ଅଟେ। ଏହି ଫୋଟୋର ଗଳବାନରେ ହେଇଥିବା ଚିନୀ ସେନା ସହିତ ହେଇଥିବା ଯୁଧ୍ୟର କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। 

Avatar

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଗଲବାନରେ ଚୀନ ସହିତ ଯୁଧ୍ୟ କରି ଗୁରୁତର ଆହତ ହେଇଥିବା ସୈନ୍ୟ ମାନଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *