
ସୁଶାନ୍ତ ସିଂହ ରାଜପୂତଙ୍କ ଦେହାନ୍ତ ମାମଲାରେ ମୁହଁ ଖୁଳି କଙ୍ଗନା ରଣାଉତ ଗଣମାଧ୍ୟମରେ ଅନେକ ବୟାନ ଦେଇଥିଲେ। ସେ ବୋଲିୱୂଡରେ ବିସ୍ତାର ହେଇଥିବା ନେପୋଟିଯିମ୍ ବିରୂଢରେ ବୟାନ ଦେଇଥିଲେ। ରିୟା ଚକ୍ରବୋର୍ତିଙ୍କୁ ନାର୍କୋଟିକ୍ସ ଦ୍ରଗ୍ସ ମାମଲାରେ ଗିରଫ କରିଲା ପରେ କଙ୍ଗନା ଅନେକ ଅଭିନେତା ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୁଦ୍ଧରେ ଅନେକ କଥା ସୋସିଆଲ ମିଡିଆରେ ମଧ୍ୟ କହି ଥିଲେ। ଏହା ନେଇ ଶିବ ସେନା ସେନା ସରକାର ଦ୍ଵାରା ବିଏମସୀ ମାଧ୍ୟମରେ କଙ୍ଗନାଙ୍କ ଅଫିସ ଭାଙ୍ଗି ଦେଇଥିଲେ।
ସୋସିଆଲ ମିଡିଆରେ ଏହି ଖବର ସମ୍ବନ୍ଧିତ ଗୋଟିଏ ପୋଷ୍ଟ ଭାଇରାଲ ହେବା ଦେଖିବାକୁ ମିଳିଛି। ୯ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋରେ କରଣି ସେନା କଙ୍ଗନାଙ୍କ ସମର୍ଥନରେ ୧୦୦୦ ଗାଡ଼ିରେ ମୁମ୍ବାଇ ଅଭିମୁଖ ଯାତ୍ରା କରୁଛନ୍ତି।

ଏହି ପୋଷ୍ଟ ୯ ସେପ୍ଟେମ୍ବରରେ ଟୁଇଟରରେ କଙ୍ଗନା ରନଉତଙ୍କ ନାମରେ ଥିବା ଗୋଟିଏ ଫେକ୍ ଏକାଉଣ୍ଟରୁ ମଧ୍ୟ ଟୁଇଟ କରା ଯାଇଅଛି।
ଆମ ଅନୁସନ୍ଧାନ:
ସତ୍ୟ ଜାଣିବା ପାଇଁ ଆମେ ପ୍ରତ୍ଯେକ ଫୋଟୋର ଅନୁସନ୍ଧାନ କରିଲୁ।
ଫୋଟୋ ୧:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ ଟୁଇଟରରେ ଏହି ଫୋଟୋ ୨୦୧୮ ମସିହାରେ ଟୁଇଟ ହେଇଥିବା ମିଳିଲା। ଟୁଇଟରେ କୁହା ଯାଇଅଛି ଯେ ଏହି ଫୋଟୋ ସଚିନ ପାଇଲଟଙ୍କର କାର ରେଲି ଅଟେ।
ଫୋଟୋ ୩:

ଏହି ଫୋଟୋ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୦୧୮ ମସିହାରେ ଫେସବୁକରେ ଏହି ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ ଦେଖିବା କୁ ମିଳିଛି ଯେ ଗାଡ଼ିର ଗୋଟିଏ ଲାମ୍ବା ଧାଡ଼ି ରୋଡରେ ଚିଡ଼ା ହେଇଥିବା ସମୟରେ ମୋଦୀଜିଙ୍କ ଏଡିଟେଡ ଫୋଟୋ ଫୋଟୋରେ ଲଗା ଯାଇ ଅଛି।

Facebook | Archive
ଏହି ଫୋଟୋ ୨୦୧୭ ମସିହାରେ ଟୁଇଟର ରେ ମଧ୍ୟ ଭାଇରାଲ ହେଇଥିବା ମିଳିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋ ଗୁଡ଼ିକର କରନି ସେନାର କଙ୍ଗନାଙ୍କୁ ସମର୍ଥନ ଦେବା ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟ କରା ଯାଇଥିବା ଫୋଟୋ ୨୦୧୮ ମସିହାର ଅଟେ।

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ କରଣି ସେନା କଙ୍ଗନା ରଣାୱାତଙ୍କୁ ସମର୍ଥନ ଦେବା ପାଇଁ ଆସୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False