
ଆଫଗାନିସ୍ତାନରେ ଅନେକ ବିଶୃଙ୍ଖଳା ଚାଲିଛି। ତାଲିବାନ ସହର ପରେ ସହର ଗୁଡିକକୁ ନିଜ ଅକ୍ତିଆରରେ ନେଉଛି। ଆଫଗାନିସ୍ତାନର ନାଗରିକ ମାନେ ଜୀବନ ହରାଇବା ଭୟରେ ଦେଶରୁ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି। ତାଲିବାନର ଅତ୍ୟାଚାରକୁ ଦର୍ଶାଇ ଅନେକ ଭିଡିଓ ସେଯାର କରା ଯାଉଅଛି।
ସୋସିଆଲ ମିଡିଆରେ ଏକ ଭିଡିଓ ସେଯାର କରା ଯାଉଅଛି ଯେଉଁଥିରେ ଦର୍ଶାଅଯାଇଛି ଯେ ରାସ୍ତା ମଝିରେ କିଛି ଲୋକେ ମହିଳା ମାନଙ୍କୁ ନିଲାମ କରୁଛନ୍ତି ଏବଂ ‘ଆଲ୍ଲା ହୁ ଆକବର’ ନାରା ଲଗାଉଛନ୍ତି।
କ’ଣ ଦାବି ଏହି ପୋଷ୍ଟର?
ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ କିଛି ଲୋକେ ମହିଳା ମାନଙ୍କୁ ନିଲାମ କରୁଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ମାଇକ୍ ରେ ଘୋଷଣା କରି ରାସ୍ତାରେ ଯାଉଥିବା ଲୋକଙ୍କୁ ମହିଳା ମାନଙ୍କୁ କିଣିବାକୁ ପ୍ରୋତ୍ସାହିତ କରୁଛି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ “୧୦୦, ୨୦୦ ଟଙ୍କାରେ ତାଲିବାନ, ଆଫଗାନିସ୍ତାନର ଝିଅ ମାନଙ୍କୁ ବଜାରରେ ନିଲାମ କରୁଛି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତା ରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୦ ଅକ୍ଟୋବର ୨୦୧୪ ମସିହାରେ ସମାନ ଭିଡିଓ ବିବିସିର ୱେବସାଇଟରେ ପ୍ରସାରିତ ହୋଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଏହି ଭିଡିଓ ଲଣ୍ଡନରେ ହେଇଥିବା ଏକ ନାଟକ ‘ଇସଲାମିକ ଷ୍ଟେଟ୍ ସ୍ଲେଭ୍ ମାର୍କେଟ’ ଅଟେ। ଏହି ନାଟକ ୧୪ ଅକ୍ଟୋବର ୨୦୧୪ ରେ ପ୍ରଦର୍ଶନ କରା ଯାଇଥିଲା।

ଏହା ପରେ ଆମେ ଗଭୀରତା ସହିତ ଭାଇରାଲ ଭିଡିଓକୁ ଦେଖିଲୁ। ଏହି ଭିଡିଓର ୧ ମିନିଟ ୩୬ ସେକେଣ୍ଡରେ ଏକ ବସ ରାସ୍ତାରେ ଯାଉଥିବା ମିଳିଲା ଯେଉଁଥିରେ ୱିନ୍ଡସୋରିଆନ ଲେଖା ଯାଇଥିଲା।

ଆମେ ଗୁଗୁଲରେ ଯାଇ ଏହି ବସର ନାମ ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବସର କମ୍ପାନୀ ୱେବସାଇଟ ମିଳିଲା। ଏହି ୱେବସାଇଟରେ ସ୍ପଷ୍ଟ ଭାବରେ କୁହା ଯାଇଅଛି ଯେ କମ୍ପାନୀ ୧୯୯୭ ମସିହା ଠାରୁ ୟୁକେ ଏବଂ ୟୁରୋପୀୟ ଦେଶରେ କାର୍ଯ୍ୟ କରେ। ଏହି ୱେବସାଇଟରେ କେଉଁଠାରେ ମଧ୍ୟ ଲେଖା ଯାଇ ନାହିଁ ଯେ ଏହା ୟୁରୋପୀୟ ଦେଶ ବାହାରେ କାର୍ଯ୍ୟ କରେ।

ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ସମା ଭିଡିଓ ଏକ ଫେସବୁକ ଏକକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହି ଏକାଉଣ୍ଟ ଜଣେ ସିନେମା ନିର୍ମାତା ଅଲି ମୁରାଦଙ୍କ ଅଫିସିଆଲ ଏକାଉଣ୍ଟ ଅଟେ। ଭିଡିଓ ପୋଷ୍ଟ କରି ଅଲି ମୁରାଦ କହିଛନ୍ତି ଯେ “ମୁଁ ଏବଂ ରାଜନୈତିକ କାର୍ଯ୍ୟକର୍ତ୍ତା ମାନେ ଆଇଏସଆଇଏସ ର ଭୟାବହତା ଏବଂ ମାନବିକତା ବିରୁଦ୍ଧରେ ସେମାନଙ୍କ ଅପରାଧ ବିଷୟରେ ଏକ ଶିବିରର ସାରା ଲଣ୍ଡନରେ ସ୍ଥାପନା କରିଛୁ।”
ଏହି ପୋଷ୍ଟରେ ସେ ତାଙ୍କ ଦଳର ଅଭିନେତା, କ୍ୟାମେରା ମ୍ୟାନ୍ ଏବଂ ବିଭିନ୍ନ ସଦସ୍ୟଙ୍କ ନାମ ମଧ୍ୟ ଦେଇଛନ୍ତି।
ଭିଡିଓକୁ ଗଭୀରତା ସହିତ ଦେଖିଲା ପରେ ଆମକୁ ଏକ ଦୋକାନର ନାମ ‘ଚିକୁଇଟୋ’ ଦେଖିବାକୁ ମିଳିଲା। ପୋଷ୍ଟ ତଳେ ‘ଆଇଏସଆଇଏସ ସେକ୍ସ ସ୍ଲେଭ୍ ମାର୍କେଟ୍ ଲଣ୍ଡନ’ ବୋଲି ମଧ୍ୟ ଉଲ୍ଲେଖ କରା ଯାଇଅଛି।

ଏହା ପରେ ଆମେ ଗୁଗୁଲ ମ୍ୟାପ ସାହାଯ୍ୟତାରେ ଚିକୁଇଟୋ ଦୋକାନ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସମାନ ଦୋକାନ ଲଣ୍ଡନର ଲେସିଷ୍ଟର ଅଞ୍ଚଲ ବୋଲି ଜଣା ପଡିଲା। ନିମ୍ନରେ ଆପଣ ଗୁଗୁଲ ମ୍ୟାପରେ ଏହି ଅଞ୍ଚଳ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ଏକ ନାଟକ ଅଟେ ଯେଉଁଟା ଲଣ୍ଡନର ବିଭିନ୍ନ ସ୍ଥାନରେ 2014 ମସିହାରେ ପ୍ରଦର୍ଶନ କରା ଯାଇଥିଲା। ଏହି ଭିଡିଓର ତାଲିବାନ କିମ୍ବା ଆଫଗାନିସ୍ତାନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଭିଡିଓରେ ତାବିବାନ ଆତଙ୍କବାଦୀ ମାନେ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ନିଲାମ କରୁଛନ୍ତି?
Fact Check By: Siddharth SahuResult: False
