
କରୋନା ଭାଇରସ ବ୍ୟାପୀବା ପରେ ଲୋକଙ୍କ ମନରେ ଚୀନ ପ୍ରତି କ୍ରୋଧ ଉତପନ ହେଇଛି। ଆମେ ଜାଣିଛୁ ଯେ ଜୁନ ମାସରେ ଚୀନରେ ଭୟଙ୍କର ବନ୍ୟା ଆସିଥିଲା। ଏହି ଦାବି ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଲୋକଙ୍କ କହିବା ଅନୁଯାୟୀ ପ୍ରକୃତି ଚୀନ କୁ ଭଲ ଶିକ୍ଷା ଦେଇଛି।
୩୦ ଅଗଷ୍ଟରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଭିଡିଓ ଚୀନର ଅଟେ। ଏହି ଭିଡିଓରେ ଦେଖିବା କୁ ମିଳିଛି ଯେ ରାସ୍ତା ଉପରେ ତୀବ୍ର ଗତିରେ ପାଣି ମାଡ଼ି ଆସୁଛି। ରଶସ୍ତାରେ ଥିବା କାର ମଧ୍ୟ ଏହି ପାଣିରେ ଭାସି ଯାଉଅଛି। ଧୀରେ ଧୀରେ ଜଳ ସ୍ଥର ବଢି ଚାଲୁଅଛି ଏବଂ ଲୋକେ ଏହି ଘଟଣାର ଭିଡିଓ ନେଉଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଦେଖିବାକୁ ପାଇଲୁ ଯେ ଏହି ଭିଡିଓ ଗତ ଅନେକ ବର୍ଷ ଧରି ଇଣ୍ଟର୍ନେଟରେ ଉପଲବ୍ଧ ଅଛି।
ଏଇ ଭିଡିଓ ୨୫ ଅକ୍ଟୋବର ୨୦୧୨ ମସିହାରେ ଫୁଜି ନ୍ୟୁଜ ନେଟୱାର୍କ ନାମକ ୟୁଟ୍ୟୁବ ଚ୍ୟାନାଲ ଦ୍ଵାରା ପ୍ରସାରିତ କରା ଯାଇଥିଲା। ଫୁଜି ନ୍ୟୁଜ ନେଟୱାର୍କ ଜାପାନ ଦେଶର ନ୍ୟୁଜ ଚ୍ୟାନାଲ ଅଟେ। ଏହି ଘଟନା ୧୧ ମାର୍ଚ ୨୦୧୧ ମସିହାରେ ଘଟିଥିଲା। ରିଚ୍ଟର ସ୍କେଲରେ ୯.୧ମାପ ହୋଇଥିବା ଭୂମିକମ୍ପ କାରଣରୁ ଏହି ସୁନାମୀ ଆସିଥିଲା।
ଏହି ଭିଡିଓ ଜାପାନର ଇଶିନୋମାକି ଆଞ୍ଚଲର ଅଟେ। ଫୁଜି ନ୍ୟୁଜ ଚ୍ୟାନାଲ ଏହି ଭିଡିଓର ଗୋଟିଏ ଆର୍କାଇଭ ମଧ୍ୟ ବନେଇଛି। ଏହି ୱେବସାଇଟ ଅନୁସାରେ ଭିଡିଓ ଟି କୋଇଚି ଆବେ ନାମକ ବ୍ୟକ୍ତି ୧୧ ମାର୍ଚ ୨୦୧୧ ମସିହାରେ ବନେଇଛନ୍ତି।
ଏହା ପରେ ଆମେ ଗୁଗୁଲ ମ୍ୟାପରେ ଯାଇ ଘଟଣା ସ୍ଥଳ ଖୋଜିଲୁ। ତଳେ ଫୋଟୋରେ ଥିବା ହଳଦିଆ ବୃତ୍ତ ସତାନରୁ ଭିଡିଓ ଉଠା ଯାଇଥିଲା। ପୋଷ୍ଟ କରା ଯାଇଥିବା ଭିଡିଓରେ ୩ ଟି ସିଲିଣ୍ଡର ଆକାରର ଟାୱାର ଦେଖିବା କୁ ମିଳିଛି ଯେଉଁଟା ଆମେ ହଳଦିଆ ବର୍ଗରେ ଚିହ୍ନ ଦେଇଛୁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁଜେ ଏହି ଭିଡିଓ ୨୦୧୧ ମସିହାରେ ଜାପାନରେ ଅସସିଥିବା ସୁନାମୀର ଭିଡିଓ ଅଟେ। ଏହାର ଚୀନରେ ଆସିଥିବା ବନ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ଚୀନରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False