କ’ଣ ଏହା ଭାରତ ଦ୍ଵାରା ନିର୍ମିତ ରେଳ କୋଚ୍ ଯାହା ଅଷ୍ଟ୍ରେଲିୟାକୁ ଦିଆ ଯାଉଥିବାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False Social

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆତ୍ମନିର୍ଭର ଭାରତ ଏବଂ ମେଡ୍ ଇନ ଇଣ୍ଡିଆ ଧାରଣା ଗତ କିଛି ବର୍ଷ ହେଲା ଦେଶରେ ଚର୍ଚାର ବିଷୟ ରହିଛି। ଅନେକ ଲୋକ ଏହି ଧାରଣା ଗ୍ରହଣ କରିଥିବା ସମୟରେ କିଛି ଲୋକେ ଏହାକୁ ସମାଲୋଚନା କରିଛନ୍ତି। ଏହି ବିଷୟ ସମ୍ବନ୍ଧରେ ଗତ କିଛି ବର୍ଷରୁ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। 

ବର୍ତ୍ତମାନ ଏକ ପୋଷ୍ଟ କିଛି ରେଳବାଇ କୋଚ୍ ର ଫୋଟୋ ସହିତ ଭାଇରାଲ ହେଉଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଏହି ଫୋଟୋ ଗୁଡ଼ିକରେ ଥିବା ରେଳବାଇ କୋଚ୍ ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଅଷ୍ଟ୍ରେଲିଆକୁ ଦିଆ ଯାଉଅଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହା ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ପ୍ରକୃତରରେ ଭାରତର ଅଷ୍ଟ୍ରେଲିଆକୁ ରେଳବାଇ କୋଚ୍ ଦେବାର ଯୋଜନା ଅଛି? ଏହା ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ କରିଲୁ। ଫଳାଫଳ ଆମକୁ ୨୯ ଜାନୁଆରୀ ୨୦୧୬ ମସିହାରେ ଦି ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ଏହି ସମ୍ବନ୍ଧରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦ ଅନୁଯାୟୀ ଅଷ୍ଟ୍ରେଲିଆ ସରକାରଙ୍କୁ ରପ୍ତାନି ପାଇଁ ବରୋଦାରେ ନିର୍ମିତ ୬ ଟି ମେଟ୍ରୋ କୋଚ ମୁମ୍ବଇ ବନ୍ଦରରୁ ପଠା ଯାଇଥିଲା। ଯୋଜନାବନ୍ଧ ୪୫୦ କୋଚର ଏହା ହେଉଛି ପ୍ରଥମ ପଠାଣ ଯାହା ଅଢେଇ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ରପ୍ତାନି ହେବ। 

The Indian Express | Archive

ଏହା ପରେ ଆମେ ଆମ ଅନୁସନ୍ଧାନରେ ପୋଷ୍ଟରେ ଥିବା  ପ୍ରତ୍ୟେକ ଫୋଟୋର ଯାଞ୍ଚ କରିଲୁ। ତଳେ ଆପଣ ଏହି ଫୋଟୋ ଗୁଡ଼ିକର ସତ୍ୟତା ଜାଣି ପାରିବେ। 

ଫୋଟୋ ୧: 

ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିମାନରୁରେଳବାଇ କୋଚ୍ ବାହାରୁଅଛି। ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨୦୦୨ ମସିହାରେ ସାଉଥସିଏନ ନାମକ ୱେବସାଇଟରେ ଏହି ଫୋଟୋ ପ୍ରକାଶିତ ହେଇଥିବା ଦେଖିବାକୁ ମିଳିଲା। ଏହି ୱେବସାଇଟ ଅନୁଯାୟୀ ୨୯ ନଭେମ୍ବର ୨୦୦୨ ମସିହାରେ ଦୁନିଆର ସବୁଠାରୁ ବିଶାଳ ବିମାନ ଚୀନର ଗୁଆଙ୍ଗଜୋରେ ଅବତରଣ କରିଥିଲା। ଏହି ମେଟ୍ରୋ କୋଚ୍ ଜେର୍ମାନୀରେ ନିର୍ମିତ ହୋଇଥିଲା। 

Website | Archive

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ଭାରତ ସହିତ କୌଣସି ସମ୍ବନ୍ଧ ନାହିଁ। ଆତ୍ମନିର୍ଭର ଭାରତ ଅନ୍ତର୍ଗତ ରହି ରେଳବାଇ କୋଚ୍ ଭାରତ ଦ୍ଵାରା ଅଷ୍ଟ୍ରେଲିଆ ରପ୍ତାନି ହେବା ଦାବି ମିଥ୍ୟା ଅଟେ। 

ଫୋଟୋ ୨: 

ଦ୍ଵିତୀୟ ଫୋଟୋର କୋଚ୍ ରେ ଆମକୁ ରିଲାଏନ୍ସର ଚିହ୍ନ ଥିବା ଦେଖିବାକୁ ମିଳିଲା। ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଗୋଟିଏ ୱେବସାଇଟରେ (Archive) ଏହି ରେଳର ଫୋଟୋ ମିଳିଲା। ଏହି ୱେବସାଇଟରେ ଥିବା ଫୋଟୋ ଭାଇରାଲ ହେଉଥିବା କୋଚ୍ ଫୋଟୋ ସମାନ ଟ୍ରେନର ବୋଲି ଜଣା ପଡ଼ିଲା। ରେଳାଏନ୍ସର ଚିହ୍ନ ସହିତ ଦୁଅତି ଫୋଟୋରେ ଟ୍ରେନର ନମ୍ବର ମଧ୍ୟ ସମାନ ୧୦୦୧ ଅଛି। ତଳେ ଆପଣ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ। 

ଏହା ପରେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଟିମ୍ ବିଏଚପି ୱେବସାଇଟରେ (Archive) ଏହି ଫୋଟୋ ୧୭ ଏପ୍ରିଲ ୨୦୧୦ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ଯେ ଭାଇରାଲ ହେଉଥିବା ଫୋଟୋ ଦେଶରେ ମୋଦୀ ସରକାର ଆସିବା ପୂର୍ବର ଫୋଟୋ ଅଟେ। ସେଥିପାଇଁ ଏହି କୋଚ୍ ର ଆତ୍ମନିର୍ଭର ଭାରତ ଯୋଜନା ସହିତ କୌଣସି ସମ୍ବନ୍ଧ ହେବାର ସମ୍ଭାବନା ନାହିଁ।

ଫୋଟୋ ୩:  

ଏହି ଭାଇରାଲ ଫୋଟୋରେ ଆମେ ରେଳ କୋଚ୍ ରେ ଦକ୍ଷିଣ କୋରିୟା ଏବଂ ଭାରତୀୟ ପତକା ଥିବା ଏକ ବ୍ୟାନର ଦେଖିଥିଲୁ ଏବଂ ସେହି ବ୍ୟାନରରେ “ହାଇଦ୍ରାବାଦ ମେଟ୍ରୋ ପାଇଁ ପ୍ରଥମ ଟ୍ରେନସେଟ” ଲେଖା ଯାଇଥିବା ପାଇଲୁ। 

ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୦ ଏପ୍ରିଲ ୨୦୧୪ ମସିହାରେ ଦି ହିନ୍ଦୁ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ହାଇଦ୍ରାବାଦ ପ୍ରକଳ୍ପ ପାଇଁ କୋରିୟାର ଚାନ୍ଦ୍ୱୋନରେ ସ୍ଥିତ ହ୍ୟୁଣ୍ଡାଇ ରୋଟେମ କାରଖାନାରୁ ବାହାରି ଉପଲ ଜିଲ୍ଲାର ମେଟ୍ରୋ ଡିପୋରେ ପହଞ୍ଚିଥିଲା। 

The Hindu | Archive

ଏହା ପରେ ଆମେ ଭାଇରାଲ ହେଉଥିବା ଫୋଟୋ ଏବଂ ଦି ହିନ୍ଦୁ ପତ୍ରିକାରେ ପ୍ରକାଶିତ ହେଇଥିବା ଫୋଟୋର ତୁଳନା କରିଲୁ। ଫଳାଫଳରେ ଆମେ ଦେଖିଲୁ ଯେ ଭାଇରାଲ ଫୋଟୋରେ ଟ୍ରେନରେ ଲାଗିଥିବା ଲୋଗୋ ଏବଂ ରଙ୍ଗ ହିନ୍ଦୁ ପତ୍ରିକାର ଫୋଟୋ ସହିତ ସମାନ। ଏହା ଦ୍ଵାରା ଆମେ ସିଦ୍ଧାନ୍ତରେ ଆସିଲୁ ଯେ ଏହି ଦୁଇଟି ଫୋଟୋ ସମାନ ଘଟଣାର ଏବଂ ଏହାର ଅଷ୍ଟ୍ରେଲିୟାକୁ ରପ୍ତାନି କରୁଥିବା ଟ୍ରେନ କୋଚ୍ ସହିତ କୌଣସି ସମ୍ବନ୍ଧ ନାହିଁ। ତଳେ ଆପଣ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ଭାରତ ଦ୍ଵାରା ଅଷ୍ଟ୍ରେଲିୟା ରପ୍ତାନି କରା ଯାଇଥିବା ରେଳ କୋଚ୍ ସହିତ କୌଣସି ସମ୍ବନ୍ଧ ନାହିଁ। ଇଣ୍ଟର୍ନେଟ୍ ରେ ଉପଲବ୍ଧ ଥିବା ବିଭିନ୍ନ ସମୟର ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଅଛି।

Avatar

Title:କ’ଣ ଏହା ଭାରତ ଦ୍ଵାରା ନିର୍ମିତ ରେଳ କୋଚ୍ ଯାହା ଅଷ୍ଟ୍ରେଲିୟାକୁ ଦିଆ ଯାଉଥିବାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *