
ଭାରତ ସ୍ଵାଧୀନ ହେଲା ପରେ ଦେଶରେ ଅନେକ ଡଙ୍ଗା ହୋଇଥିଲା। ବିଭିନ୍ନ ଧର୍ମ ଲୋକଙ୍କ ମଧ୍ୟରେ ଘୃଣା ଏବଂ କ୍ରୋଧ ଥିଲା। ଏହା କାରଣରୁ ଦେଶରେ ହୀନାର ପରିବେଶ ସୃଷ୍ଟି ହେଇ ଯାଇଥିଲା। ଏହି ସମ୍ବନ୍ଧରେ 26 ଅଗଷ୍ଟରେ ଜେନ ଫେସବୁକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ 1948 ମସିହାରେ ସବୁଠାରୁ ଭୟଙ୍କର ଡଙ୍ଗା ବିହାର ରାଜ୍ୟରେ ଘଟିଥିଲା। ଏହି ପୋଷ୍ଟରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୁସଲମାନ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ବିଷୟରେ କହିଛନ୍ତି। ଏବଂ ପୁରା କାହାଣୀକୁ ସାମ୍ପ୍ରଦାୟିକ ହିଂସା ରୂପ ଦିଆ ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରତ୍ଯେକ ଫୋଟୋର ତଥ୍ୟ ଖୋଜି ବାହାର କରିଲୁ। ନିମ୍ନରେ ଫୋଟୋ ଗୁଡ଼ିକର ସତ୍ୟତା ପଢନ୍ତୁ।
ଫୋଟୋ ୧:
୩୦ ଅଗଷ୍ଟ ୨୦୧୫ ମସିହାରେ ହିନ୍ଦୁସ୍ଥାନ ଟାଇନ୍ସ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ କରି କୁହା ଯାଇଅଛି ଯେ ଭାରତ ଓ ପାକିସ୍ତାନର ବିଭାଜନ ହେଲା ପରେ ପାଖାପାଖି ୫ ଲକ୍ଷ ଲୋକେ ପଶ୍ଚିମ ପଞ୍ଜାବ ଏବଂ ସିନ୍ଧ ଅଞ୍ଚଳରୁ ଆସି ଦିଲ୍ଲୀରେ ଆଶ୍ରୟ ନେଇଥିଲେ। ସ୍ଥାନାନ୍ତରଣ କରିବା ପାଇଁ ସେମାନଙ୍କ ପାଖରେ ଭିତ୍ତିଭୂମିର ଅଭାବ ଥିଲା। ଏହି ଲୋକ ମାନେ ଶିବିର, ମନ୍ଦିର, ଗୁରୁଦ୍ୱାରା ଏବଂ ସ୍କୁଲ ପରି ସ୍ଥାନରେ ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପାର୍କ ଏବଂ ରାସ୍ତାରେ ମଧ୍ୟ ରହିବା କୁ ପଡ଼ିଥିଲା।
ଫୋଟୋ ୨:
ଏହି ଫୋଟୋର ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଗେଟି ଇମେଜେସ୍ ନାମକ ୱେବସାଇଟରେ ଏହି ଫୋଟୋର ବର୍ଣନା ମିଳିଲା। ଏହି ଫୋଟୋ ୧୯୪୬ ମସିହାର ଅଟେ। ଏହି ଫୋଟୋରେ କୁହା ଯାଇଅଛି ଯେ ହିନ୍ଦୁ ଏବଂ ମୁସ୍ଲିମ ଲୋକଙ୍କ ମଧ୍ୟରେ ଦଙ୍ଗା ହେଇଥିବାରୁ ଆନେକ ଲୋକେ ନିଜ ପ୍ରାଣ ହରାଇଥିଲେ। ଶବଦାହ କରିବା ପାଇଁ କିଛି ଲୋକେ କାଠ ଏବଂ ନଡ଼ା ଜମା କରୁଛନ୍ତି।
ଫୋଟୋ ୪:
୧୪ ଅଗଷ୍ଟ ୨୦୧୭ ମସିହାରେ ଇଣ୍ଡିଆ ଟୁଡେ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ କରି କୁହା ଯାଇଅଛି ଯେ ଏହି ଫୋଟୋ ୧୯୪୭ ମସିହାର ଭାରତ ପାକିସ୍ତାନ ବିଭାଜନ ସମୟର ଫୋଟୋ ଅଟେ। ଅନେକ ସଂଖ୍ୟାରେ ମୁସ୍ଲିମ ଲୋକେ ଭାରତ ଛାଡ଼ି ପାକିସ୍ତାନ ଯାଇଥିଲେ ଏବଂ ପାକିସ୍ତାନରେ ରହୁଥିବା ଅନେକ ହିନ୍ଦୁ ଏବଂ ଶିଖ ଧର୍ମ ଲୋକେ ଭାରତ ଆସିଥିଲେ। ଏଘି ସମୟରେ ପରସ୍ପର ମଧ୍ୟରେ ହଣା କଟା ମଧ୍ୟ ହୋଇଥିଲା। ଏହି ଡଙ୍ଗା ସମୟରେ ରେଳ ଷ୍ଟେସନ ରକ୍ତରେ ବହୁତଥିଲା। ଭାରତରୁ ପାକିସ୍ତାନ ଯାଉଥିବା ଟ୍ରେନ ଯେତେବେଳେ ମୁସ୍ଲିମ ଲୋକଙ୍କ ଶବ ସହିତ ପାକିସ୍ତାନ ପହଞ୍ଚି ଥିଲା ସେତେବେଳେ ପାକିସ୍ତାନର ଷ୍ଟେସନରେ ଟ୍ରେନ ପାଇଁ ଅପେକ୍ଷା କରିଥିବା ହିନ୍ଦୁ ଏବଂ ଶିଖ ଲୋକଙ୍କ ଉପରେ ପାକିସ୍ତାନରେ ଥିବା ମୁସ୍ଲିମ ମାନେ ଆକ୍ରମଣ କରିଥିଲେ।
ଫୋଟୋ ୬:
ଏହି ଫୋଟୋ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଜଣା ପଡ଼ିଲା ଯେ ଯଦିଓ ଏହି ଫୋଟୋ ଭାରତ ଏବଂ ପାକିସ୍ତାନ ବିଭାଜନ ସମୟର ପର ଫୋଟୋ ଅଟେ, ଏହାର ବିହାରରେ ହେଇଥିବା ଦଙ୍ଗା ସହିତ କୌଣସି ସମ୍ବନ୍ଧ ନାହିଁ। ଅକ୍ଟୋବର ୧୯୪୭ ମସିହାର ଏହି ଫୋଟୋରେ ଗୋଟିଏ ମୁସ୍ଲିମ ଶରଣାର୍ଥୀ କଲେରା ରୋଗ ରେ ପୀଡ଼ିତ ଥିବା କଥା କୁହା ଯାଇଅଛି। ଏହି ଫୋଟୋ ଦିଲ୍ଲୀର ହସ୍ପିଟାଲର ଫୋଟୋ ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋର ବିହାରରେ ୧୯୪୮ ମସିହାରେ ହେଇଥିବା ଦଙ୍ଗା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ୧୯୪୭ ମସିହାର ଦିଲ୍ଲୀ ବା ଅନ୍ୟ ଅନ୍ୟ ସ୍ଥାନର ଫୋଟୋ ଅଟେ। ଏହା ମଧ୍ୟରୁ କିଛି ଫୋଟୋ ହେଇଥିବା ଦଙ୍ଗାର ଫୋଟୋ ମଧ୍ୟ ନୁହେଁ।

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଭାରତ ସ୍ବାଦିନ ହେଲା ପରେ, ବିହାରରେ ହେଇଥିବା ଦଙ୍ଗାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False